ଓଡ଼ିଶାରେ ପୁଣି ଆନ୍ଧ୍ରର ଦାଦାଗିରି! କୋରାପୁଟର କୋଟିଆକୁ ନେଇ ପୁଣି ତେଜିଲା ବିବାଦ। ପଞ୍ଚାୟତ ନିର୍ବାଚନ ପାଇଁ ପୁଣି ଅଣ୍ଟା ଭିଡ଼ିଛି ଆନ୍ଧ୍ର ପ୍ରଦେଶ। ସାଲୁର ବ୍ଲକ ଅଧୀନରେ କୋଟିଆକୁ ତିନୋଟି ପଞ୍ଚାୟତ ଭାବେ ଦର୍ଶାଯାଇଥିବା ବେଳେ, ଖୁବ୍ଶୀଘ୍ର ନିର୍ବାଚନ ସମ୍ପର୍କିତ ନୋଟିସ୍ ଜାରି ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ପଦକ୍ଷେପକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ କୋଟିଆରେ ନିଜର ପ୍ରଭାବ ବଢ଼ାଇବାକୁ ଆନ୍ଧ୍ର ଉଦ୍ୟମ କରିଆସିଛି। ଏବେ ଏହି ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର।
