1- ଦିନେ ପାଦ ତଳେ ରଖିଥିଲେ ଟ୍ରଫି
2- ୩ ବର୍ଷ ପରେ ପାଇଲେ ନିଜର କର୍ମ ଫଳ
3- ଗର୍ବ ଏବଂ ଅହଙ୍କାର ଭାଙ୍ଗିଦେଲେ ବିଶ୍ୱକପର ସ୍ବପ୍ନ
ସମୟ ବଡ଼ ବଳବାନ । ଦିନେ ପାଦ ତଳେ ରଖିଥିଲେ ଟ୍ରଫି, ୩ ବର୍ଷ ପରେ ପାଇଲେ କର୍ମ ଫଳ। କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ଏହା ଏକ ଶିକ୍ଷା । ସମୟର ଚକ୍ର ସବୁବେଳେ ଘୁରୁଥାଏ । ଆଜି ଅଷ୍ଟ୍ରେଲିଆ ନିଜର ସେହି ଭୁଲ୍କୁ ବୁଝିଥିବ, ଯେଉଁଥିପାଇଁ ସେମାନେ ଟ୍ରଫିକୁ ସମ୍ମାନ ଦେବା ଭୁଲିଯାଇଥିଲେ। ସେଥିପାଇଁ କୁହାଯାଏ, ସଫଳତା ସମୟରେ ପାଦ ଭୂମିରେ ରହିବା ଦରକାର, ଟ୍ରଫି ଉପରେ ନୁହେଁ। ଅଷ୍ଟ୍ରେଲିଆର ୨୦ ବିଶ୍ବକପ ୨୦୨୬ରେ ଲଜ୍ୟା ଜନକ ପରାଜୟ କ୍ରିକେଟ୍ ଜଗତ ପାଇଁ ଏକ ବଡ଼ ଉଦାହରଣ । କ୍ରିକେଟ ଟିମ ଦୁନିଆର ସବୁଠାରୁ ସଫଳ ଟିମ୍ ମଧ୍ୟରେ ଅଷ୍ଟ୍ରେଲିଆ ହେଉଛି ଅନ୍ୟତମ । ଅନ୍ତର୍ଜାତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ଦଳ ମଧ୍ୟରୁ ଗୋଟିଏ ଭାବରେ ବିବେଚିତ ହୁଏ ଅଷ୍ଟ୍ରେଲିଆ । କିନ୍ତୁ ଟି-୨୦ ବିଶ୍ୱକପ ୨୦୨୬ରେ ଅଷ୍ଟ୍ରେଲିଆ ନିଜର ଖରାପ ପ୍ରଦର୍ଶନ ଯୋଗୁଁ ଗ୍ରୁପ ପର୍ଯ୍ୟାୟରୁ ଆଉଟ୍ ହୋଇଛି । ଫଳରେ ଟି୨୦ ବିଶ୍ବକପର ସ୍ବପ୍ନ ଭାଙ୍ଗିଯାଇଛି । ମିଚେଲ ମାର୍ଶଙ୍କ ଅଧିନାୟକତ୍ବରେ ଟିମ ବହୁତ ଖରାପ ପ୍ରଦର୍ଶନ କରିଛି । ଶ୍ରୀଲଙ୍କା ଏବଂ ଜିମ୍ବାୱେ ଭଳି ଟିମରୁ ହାରିବା ପରେ ଟିମ ବିଶ୍ବକପରୁ ଆଉଟ୍ ହୋଇଛି ।
ଏହାରି ଭିତରେ ମିଚେଲ ମାର୍ଶଙ୍କ ଏକ ଫଟୋ ଭାଇରଲ ହେବାରେ ଲାଗିଛି । ଯାହାକୁ ନେଇ ଫ୍ୟାନ୍ସ ମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଠିକ୍ ତିନି ବର୍ଷ ତଳେ, ୧୯ ନଭେମ୍ବର ୨୦୨୩, ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱକପ୍ ଜିତିଥିଲା । ସେହି ସମୟରେ ଅଷ୍ଟ୍ରେଲୀୟ କ୍ରିକେଟର ମିଚେଲ ମାର୍ଶଙ୍କର ଏକ ଫଟୋ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେହି ଫଟୋରେ ମାର୍ଶ ବିଶ୍ୱକପ୍ ଟ୍ରଫି ଉପରେ ଦୁଇ ଗୋଡ଼ ରଖି ଆରାମରେ ବସିଥିବାର ଦେଖାଯାଇଥିଲା । ଏହାଛଡା ଜିତିବା ଖୁସିରେ ଅହଂକାରୀ ଅଷ୍ଟ୍ରେଲିଆ ଖେଳାଳିମାନଙ୍କୁ ଜୋତାରେ ମଦ୍ୟପାନ କରୁଥିବା ଦେଖାଯାଇଥିଲା । ଏହି ଘଟଣାକୁ ନେଇ ସେତେବେଳେ ପ୍ରବଳ ବିବାଦ ହୋଇଥିଲା । ଅନେକ ପ୍ରଶଂସକ ଏହାକୁ ଖେଳ ଏବଂ ଟ୍ରଫି ପ୍ରତି ଅପମାନ ବୋଲି କହିଥିଲେ । କିନ୍ତୁ ମିଚେଲ ମାର୍ଶ ସେତେବେଳେ ଅତି ଅହଂକାରର ସହ କହିଥିଲେ, “ସେଥିରେ କିଛି ଭୁଲ ନାହିଁ ଏବଂ ଦରକାର ପଡ଼ିଲେ ମୁଁ ପୁଣିଥରେ ଏମିତି କରିବି।” କିନ୍ତୁ ଏବେ ସମୟ ବଦଳିଯାଇଛି ସେଦିନର ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଆଜି ଟି-୨୦ ବିଶ୍ୱକପ୍ ୨୦୨୬ରୁ ଲଜ୍ଜାଜନକ ଭାବେ ବାହାରି ଯାଇଛି । ସୋସିଆଲ ମିଡିଆରେ ଏବେ ଏହାକୁ ‘ପ୍ରକୃତିର ନ୍ୟାୟ’ ବୋଲି କୁହାଯାଉଛି । ସେହିପରି ଦେଖିବାକୁ ଗଲେ ଆଇସିସି ଦିନିକିଆ ବିଶ୍ବକପ ୨୦୨୩ ପରଠାରୁ ଅଷ୍ଟ୍ରେଲିଆ୨୦୨୪ ଟି-୨୦ ବିଶ୍ୱକପ୍ର ସେମିଫାଇନାଲରେ ପହଞ୍ଚିପାରିନଥିଲା । ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ବିଫଳ ହୋଇଥିଲା । ସେହିପରି ସେମାନେ WTC ଫାଇନାଲରେ ଦକ୍ଷିଣ ଆଫ୍ରିକାଠାରୁ ମଧ୍ୟ ପରାସ୍ତ ହୋଇଥିଲେ ଏବଂ ବର୍ତ୍ତମାନ ୨୦୨୬ ଟି-୨୦ ବିଶ୍ୱକପର ଲିଗ୍ ପର୍ଯ୍ୟାୟରୁ ବାଦ ପଡ଼ିଛନ୍ତି । ଗର୍ବ ଏବଂ ଅହଙ୍କାରରେ ଆସି ଯେଉଁ ଟ୍ରଫିର ଅପମାନ ମିଚେଲ ମାର୍ଶ କରିଥିଲେ, ଆଜି ସେହି ଅପମାନ ପାଇଁ ଭଗବାନ ସେମାନଙ୍କୁ ଶିକ୍ଷା ଦେଇଛନ୍ତି ବୋଲି ଅନେକ କ୍ରିକେଟ ପ୍ରେମୀ ମାନେ ସୋସିଆଲ ମିଡିଆରେ ମତ ଦେଇଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି।
