ଛାତ୍ର ସଂସଦ ନିର୍ବାଚନକୁ ନେଇ ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍ର କଡ଼ା ଜବାବ ରଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରଭାତୀ କହିଛନ୍ତି, ନିର୍ବାଚନରେ ABVP ବିଭିନ୍ନ ସ୍ଥାନରେ ବିଜୟୀ ହୋଇଥିବାବେଳେ BCJD ଦ୍ୱିତୀୟ ସ୍ଥାନରେ ରହିଛି। ଜେନ୍-ଜିଙ୍କ ପାଇଁ ଏତେ ଚିନ୍ତା ଥିଲେ ପୂର୍ବରୁ ଛାତ୍ର ନିର୍ବାଚନ କାହିଁକି ହେଉନଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଶୃଙ୍ଖଳିତ ନିର୍ବାଚନ ଓ ନୂଆ ନେତୃତ୍ୱକୁ ସୁଯୋଗ ଦେବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ପ୍ରଭାତୀ।
