ବିଜେପିର ସମ୍ପତ୍ତି: ହିସାବ ଶୁଣିଲେ ଉଡ଼ିଯିବ ହୋସ୍!

ରାଜନୀତି ନା ବ୍ୟବସାୟ? କେମିତି ହେଲେ ଏତେ କୋଟିର ମାଲିକ?

ବିଜେପିର ସମ୍ପତ୍ତି: ହିସାବ ଶୁଣିଲେ ହୋସ୍ ଉଡ଼ିଯିବ!

୧୦,୦୦୦ କୋଟିର କ୍ୟାସ୍ ରିଜର୍ଭ! କେଉଁଠୁ ଆସିଲା ଏତେ ଟଙ୍କା?

ଗୋଟିଏ ବର୍ଷରେ ସମ୍ପତ୍ତି ବଢ଼ିଲା ୨୦୦ କୋଟି! କେମିତି?

ଆକାଶ ପାତାଳ ଫରକ! କେଉଁଠି ବିଜେପି, କେଉଁଠି ବିରୋଧୀ…

ଆପଣ ଜାଣନ୍ତି କି ଭାରତର ସବୁଠାରୁ ଧନୀ ରାଜନୈତିକ ଦଳ କିଏ? ଆଜି ଆମେ ଆପଣଙ୍କୁ ଯେଉଁ ହିସାବ ଦେଖାଇବୁ, ତାହା ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ। ପ୍ରଥମେ ନଜର ପକାନ୍ତୁ କ୍ଷମତାସୀନ ଦଳର ସମ୍ପତ୍ତି ଉପରେ। ୨୦୨୪ରେ ବିଜେପିର ସମ୍ପତ୍ତି ଥିଲା ୧୩୦୦ କୋଟି, ଯାହା ମାତ୍ର ବର୍ଷକ ଭିତରେ ବଢ଼ି ୧୫୦୦ କୋଟି ଟପିଛି। ଆଉ କ୍ୟାସ ରିଜର୍ଭ? ଗତବର୍ଷର ୭୦୦୦ କୋଟି, ଆଜି ସିଧା ୧୦,୦୦୦ କୋଟି ଟଙ୍କାର ପାହାଡ଼ରେ ପରିଣତ ହୋଇଛି! ଅର୍ଥାତ କେବଳ ୧୦,୦୦୦ କୋଟି ଟଙ୍କାର କ୍ୟାସ ଅଛି ବିଜେପି ପାଖରେ | ସେହିପରି ଦଳର ଆୟ ମଧ୍ୟ ୪୩୦୦ କୋଟିରୁ ଆଶ୍ଚର୍ଯ୍ୟଜନକ ଭାବେ ୬୭୦୦ କୋଟିକୁ ବୃଦ୍ଧି ପାଇଛି।

ତେବେ ଆମେ ସମସ୍ତେ ଜାଣିଛେ ନିର୍ବାଚନ ଆସିଲେ ପାଣି ଭଳି ଖର୍ଚ୍ଚ ହୁଏ ପଇସା। ସେହିପରି ଗତ ନିର୍ବାଚନରେ ମଧ୍ୟ ବିଜେପିର ଖର୍ଚ୍ଚ ଥିଲା ୧୭୦୦ କୋଟି, ଯାହା ଚଳିତ ବର୍ଷ ପ୍ରାୟ ଦ୍ୱିଗୁଣିତ ହୋଇ ୩୩୦୦ କୋଟି ଛୁଇଁଲାଣି। ତେବେ ଆପଣ ଭାବୁଥିବେ ଯଦି ବିଜେପି ପାଖରେ ଏତେ ତେବେ ଅନ୍ୟ ଦଳଙ୍କ ପାଖରେ କେତେ, ଅନ୍ୟ ଦଳଗୁଡ଼ିକ କେଉଁଠି ଅଛନ୍ତି? ତେବେ କ୍ୟାସ ମାମଲାରେ କଂଗ୍ରେସ ପାଖରେ ମାତ୍ର ୨୪୮ କୋଟି ଥିବା ବେଳେ ଟିଏମସି ପାଖରେ ୬୭୦ କୋଟି, ଆଉ ଆମ ଆଦମୀ ପାର୍ଟି ପାଖରେ ମାତ୍ର ୯ କୋଟି ଅଛି। ନିର୍ବାଚନ ଖର୍ଚ୍ଚରେ କଂଗ୍ରେସର ୯୦୦ କୋଟି ତୁଳନାରେ ବିଜେପିର ୩୩୦୦ କୋଟି… ଆକାଶ ପାତାଳ ଫରକ! ସବୁ ବିରୋଧୀଙ୍କୁ ମିଶାଇ ଦେଲେ ବି ଏହି ତାଲିକାର ଆଖପାଖରେ କେହି ନାହାନ୍ତି।

କିନ୍ତୁ ଏବେ ଉଠୁଛି ସବୁଠୁ ବଡ଼ ପ୍ରଶ୍ନ। ଗୋଟିଏ ରାଜନୈତିକ ଦଳ କୌଣସି ବ୍ୟବସାୟ କରେନାହିଁ। ତେବେ ଏତେ ହଜାର କୋଟି ଟଙ୍କା ଆସୁଛି କେଉଁଠୁ? ତେବେ ଏହି ଚାନ୍ଦା ଆପଣ କିମ୍ବା ଆମେ ଦେଉନାହୁଁ। ଏହା ଆସୁଛି ବଡ଼ ବଡ଼ କମ୍ପାନୀମାନଙ୍କ ଠାରୁ। ଆଉ ଗୋଟିଏ କଥା ମନେ ରଖନ୍ତୁ, ବିନା ସ୍ୱାର୍ଥରେ କେହି କୋଟି କୋଟି ଟଙ୍କା ଦିଅନ୍ତି ନାହିଁ। ତେବେ ଏହି ବିପୁଳ ଅର୍ଥ ବଦଳରେ ସେମାନେ କଣ ଆଶା କରୁଛନ୍ତି? ଏହା ପଛର ପ୍ରକୃତ ଖେଳ କଣ? ଆପଣ ହିଁ ବିଚାର କରନ୍ତୁ |

ବ୍ୟୁରୋ ରିପୋର୍ଟ ବି ଟିଭି

Leave a Reply

Your email address will not be published. Required fields are marked *