ସାବଧାନ ! ଭୁଲରେ ବି କରନ୍ତୁ ନାହାନ୍ତି ଏହି ଭୁଲ
ନଚେତ ହୋଇଯିବେ ବୁଢା !
ଆଜି ହିଁ ବଦଳାନ୍ତୁ ଏହି ୭ ଟି ଅଭ୍ୟାସ !
ଅଭ୍ୟାସ ବଦଳାନ୍ତୁ, ଯୌବନ ଫେରାଇ ଆଣନ୍ତୁ
ଆଜିକାଲି ଫିଟ୍ ରହିବା ଏକ ଟ୍ରେଣ୍ଡ୍ ପାଲଟିଯାଇଛି। କିଏ ଜିମ୍ ଯାଉଛି ତ କିଏ ଜଙ୍କ୍ ଫୁଡ୍ ଛାଡ଼ୁଛି। କିନ୍ତୁ ଆପଣ ଜାଣିଛନ୍ତି କି? ଏସବୁ ସତ୍ତ୍ୱେ ଆମର କିଛି ଦୈନନ୍ଦିନ ଅଭ୍ୟାସ ଆମକୁ ଭିତରୁ ବୃଦ୍ଧ କରିଦେଉଛି। ବାର୍ଦ୍ଧକ୍ୟ କେବଳ ଧଳା ଚୁଟି କିମ୍ବା ଚର୍ମରେ କୁଞ୍ଚନ ନୁହେଁ, ଏହା ଆମ DNA ସ୍ତରରେ ଘଟୁଛି। ଆସନ୍ତୁ ଜାଣିବା ସେହି ୭ଟି ମାରାତ୍ମକ ଅଭ୍ୟାସ ବିଷୟରେ ଯାହାକୁ ଆମେ ପ୍ରାୟତଃ ଅଣଦେଖା କରୁ।
ନମ୍ବର ୧-
ଅଧିକ ସମୟ ବସି ରହିବା। ଯଦି ଆପଣ ଦିନକୁ ୮ ଘଣ୍ଟାରୁ ଅଧିକ ବସୁଛନ୍ତି, ତେବେ ସାବଧାନ! ଏହା ଧୂମପାନଠାରୁ ମଧ୍ୟ ଅଧିକ ବିପଜ୍ଜନକ। ଏହା ଆପଣଙ୍କ DNA ର ‘ଟେଲୋମେର’କୁ ଛୋଟ କରିଦିଏ, ଯାହା ବାର୍ଦ୍ଧକ୍ୟକୁ ଶୀଘ୍ର ନିମନ୍ତ୍ରଣ କରେ।
ନମ୍ବର ୨-
ନିଦ୍ରା ଅଭାବ। ଯଦି ଆପଣ ଭାବୁଛନ୍ତି ୫ ଘଣ୍ଟା ଶୋଇବା ଯଥେଷ୍ଟ, ତେବେ ଆପଣ ଭୁଲ୍ ଭାବୁଛନ୍ତି । ଅଳ୍ପ ନିଦ ଶରୀରର ମରାମତି ପ୍ରକ୍ରିୟାକୁ ରୋକିଦିଏ ଏବଂ ଅନେକ ଦୀର୍ଘକାଳୀନ ରୋଗର କାରଣ ସାଜେ।
ନମ୍ବର ୩-
ହେଉଛି ନିରନ୍ତର ଚାପ ବା Stress। ଚାପ ଯୋଗୁଁ ଶରୀରରେ ‘କର୍ଟିସୋଲ’ ହର୍ମୋନ୍ ବଢିଯାଏ, ଯାହା ଚର୍ମକୁ ନଷ୍ଟ କରି କୁଞ୍ଚନ ସୃଷ୍ଟି କରେ।
ନମ୍ବର ୪-
ସମସ୍ୟା ହେଉଛି ଅତ୍ୟଧିକ ସ୍କ୍ରିନ୍ ଟାଇମ୍। ମୋବାଇଲ୍ରୁ ବାହାରୁଥିବା ନୀଳ ଆଲୋକ କେବଳ ଆଖି ନୁହେଁ, ଆପଣଙ୍କ ନିଦ ଏବଂ ଚର୍ମ ପାଇଁ ମଧ୍ୟ ଶତ୍ରୁ। ଏଥିସହିତ, କମ୍ ପାଣି ପିଇବା ଦ୍ୱାରା ଚର୍ମ ମଳିନ ପଡ଼ିଯାଏ ଏବଂ ଶରୀରର ଭିତର ଅଙ୍ଗ ପ୍ରଭାବିତ ହୁଅନ୍ତି।
ନମ୍ବର ୫-
ଭୁଲ୍ ହେଉଛି ଅତ୍ୟଧିକ ଚିନି। ଚିନି ଶରୀରରେ ‘ଗ୍ଲାଇକେସନ୍’ ପ୍ରକ୍ରିୟା ବଢାଇଥାଏ, ଯାହା ଚର୍ମର ନମନୀୟତା ଛଡ଼ାଇ ନିଏ। ଆଉ ଶେଷରେ, ଷ୍ଟ୍ରେନ୍ଥ ଟ୍ରେନିଂକୁ ଅଣଦେଖା କରିବା। ବୟସ ବଢିବା ସହ ମାଂସପେଶୀ ଦୁର୍ବଳ ହେବା ସ୍ୱାଭାବିକ, କିନ୍ତୁ ବ୍ୟାୟାମ ନକଲେ ଆପଣ ବହୁତ ଶୀଘ୍ର ଅସୁସ୍ଥ ଓ ଆଳସ୍ୟର ଶିକାର ହେବେ। ସମୟ ଥାଉ ଅଭ୍ୟାସ ବଦଳାନ୍ତୁ। ଦିନକୁ ଅତିକମରେ ୬୦ ମିନିଟ୍ ବ୍ୟାୟାମ କରନ୍ତୁ, ପ୍ରଚୁର ପାଣି ପିଅନ୍ତୁ ଏବଂ ଚିନ୍ତାମୁକ୍ତ ରୁହନ୍ତୁ।
