ସାବଧାନ! କଟିଗଲା ୯.୮ ଲକ୍ଷ ଭୋଟରଙ୍କ ନାଁ

ଆପଣଙ୍କ ଭୋଟ୍ ଦେବାର ଅଧିକାର ସୁରକ୍ଷିତ ତ? ନା ଭୋଟର ତାଲିକାରୁ ବିନା କାରଣରେ ଗାଏବ ହୋଇଯାଇଛି ଆପଣଙ୍କ ନାଁ? ରାଜ୍ୟରେ ଏବେ ଏକ ବଡ଼ ଧରଣର ବିଭ୍ରାଟ ସାମ୍ନାକୁ ଆସିଛି। ଗୋଟିଏ କି ଦୁଇଟି ନୁହେଁ… ଏକାଥରକେ ଭୋଟର ତାଲିକାରୁ କଟିଯାଇଛି ପାଖାପାଖି ୧୦ ଲକ୍ଷ ବା ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ! ଆଉ ସବୁଠୁ ବଡ଼ ସାଂଘାତିକ କଥା ହେଉଛି- ଅନେକ ଜୀବିତ ଆଉ ଖାଣ୍ଟି ସ୍ଥାନୀୟ ଲୋକଙ୍କୁ କାଗଜପତ୍ରରେ ସଫା କରିଦିଆଯାଇଛି। ବିନା ଯାଞ୍ଚରେ BLO ମାନେ କଣ କରୁଥିଲେ? ଏହି ଅଭିଯୋଗ ଆସିବା ପରେ ଏବେ ନିଦ ହଜିଯାଇଛି ରାଜ୍ୟ ଗୃହ ଓ ନିର୍ବାଚନ ବିଭାଗର! ଏବେ ଆସିଛି ନୂଆ ଆକ୍ସନ୍ ପ୍ଲାନ୍! ERO ମାନଙ୍କୁ ସିଧାସଳଖ ତାଗିଦ୍… ମୃତକଙ୍କ ନାଁ କାଟିବାକୁ ହେଲେ ପରିବାରଠାରୁ ଫର୍ମ-୭ ଆଣିବା ବାଧ୍ୟତାମୂଳକ। ଖାଲି ସେତିକି ନୁହେଁ, ୫୦ ପ୍ରତିଶତ ମାମଲାରେ ଫିଜିକାଲ୍ ଭେରିଫିକେସନ୍ କରିବାକୁ ପଡ଼ିବ। ଆଉ ଯଦି କାହାର ନାଁ କଟାଯାଉଛି, ସିଧା ଘରକୁ ଯିବ ନୋଟିସ୍! ସନ୍ଦେହଜନକ ବା ନକଲି ତଥ୍ୟ ଥିଲେ କଡ଼ା ଯାଞ୍ଚ ହେବ। ୧୯୫୦ କଲ୍ ସେଣ୍ଟର ବା ଇମେଲରେ ଆସୁଥିବା ଅଭିଯୋଗକୁ ଏବେ ଅଣଦେଖା କରିପାରିବେନି ଅଧିକାରୀ। ତେଣୁ ଆଜି ହିଁ ନିଜ ନାଁ ଚେକ୍ କରନ୍ତୁ… କେଉଁଠି ପ୍ରଶାସନର ଏହି ଅବହେଳାର ଶିକାର ଆପଣ ହୋଇନାହାନ୍ତି ତ?

Leave a Reply

Your email address will not be published. Required fields are marked *