\n\n\n\n\n\n\n

ଓଡ଼ିଶା ବୈଜ୍ଞାନିକଙ୍କ କମାଲ୍! ଜଟିଳ ରୋଗର ମିଳିବ ସମାଧାନ!

ଚିକିତ୍ସା ବିଜ୍ଞାନରେ ନୂଆ ଆଶା
ଓଡ଼ିଶା ବୈଜ୍ଞାନିକଙ୍କ ନୂଆ ଉଦ୍ଭାବନ
ଗବେଷଣାକୁ ମିଳିଲା ବଡ଼ ସଫଳତା
ମିଳିସାରିଛି ସରକାରୀ ପେଟେଣ୍ଟ ସ୍ୱୀକୃତି
ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ ଆଶା

ମେଡିକାଲ ସାଇନ୍ସ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାର ଦୁଇ ପ୍ରମୁଖ ଶିକ୍ଷାନୁଷ୍ଠାନ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଏନଆଇଟି ରାଉରକେଲା ଏବଂ ଆଇଜର ବ୍ରହ୍ମପୁରର ଗବେଷକମାନେ ମିଳିତ ଭାବେ ଗୁରୁତର ରୋଗ ବିରୋଧରେ ନୂଆ ଔଷଧ ବିକାଶ ପାଇଁ ଏକ ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରିଛନ୍ତି।ସାଧାରଣତଃ ଏକ ନିର୍ଦ୍ଦିଷ୍ଟ ଉଦ୍ଭିଦର ମଞ୍ଜିକୁ ନେଇ ଭିନ୍ନ ଧାରଣା ରହିଥାଏ, କିନ୍ତୁ ଏହାର ଉପାଦାନ ଏବେ ଜଟିଳ ରୋଗ ନିରାକରଣ ପାଇଁ ବଡ଼ ଆଶା ସଞ୍ଚାର କରିଛି। ଅଫିମ ଗଛର ମଞ୍ଜି ଓ ଏହାର କିଛି ଉପାଦାନକୁ ଆଧାର କରି ଏହି ଗବେଷଣା ଆଗକୁ ବଢ଼ୁଛି। ଏନଆଇଟି ରାଉରକେଲାର ଲାଇଫ୍ ସାଇନ୍ସ ଏବଂ କେମିଷ୍ଟ୍ରି ବିଭାଗ ସହିତ ଆଇଜର ବ୍ରହ୍ମପୁର ମିଶି ଦିନରାତି ଏହି ଗବେଷଣା ଜାରି ରଖିଛନ୍ତି।ଏହି ନୂତନ ଉଦ୍ଭାବନର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଏହା ଶରୀରର ସୁସ୍ଥ କୋଷଗୁଡ଼ିକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବ ଏବଂ କେବଳ କ୍ଷତିକାରକ କୋଷଗୁଡ଼ିକୁ ହିଁ ନଷ୍ଟ କରିବ। ସବୁଠାରୁ ଆଶ୍ୱସ୍ତିର କଥା ହେଉଛି, ଏହି ଗବେଷଣାକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପେଟେଣ୍ଟ ସ୍ୱୀକୃତି ମଧ୍ୟ ପ୍ରଦାନ କରାଯାଇଛି।ଖୁବ୍ ଶୀଘ୍ର ଏହି ନୂତନ ଔଷଧୀୟ ଉଦ୍ଭାବନର କାର୍ଯ୍ୟକାରିତା ଓ ସୁରକ୍ଷା ପରୀକ୍ଷା ଆଗକୁ ବଢ଼ିବ ଏବଂ ଆଗାମୀ ଦିନରେ ଏହା ମାନବ ଚିକିତ୍ସା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକାଶ କରିଛନ୍ତି।