ବିଧାନସଭାରେ ବିସ୍ଫୋରଣ! ମୋହନ ସରକାର ଅପାରଗ ନା ଲାଚାର?
MMDR ବିଲ୍ରେ ଫସିଲା ବିଜେପି…ଖଣି ମାଲିକଙ୍କ ସହ ମେଣ୍ଟ ନା ରାଜ୍ୟର ସ୍ୱାର୍ଥ?
ଗଣଶିକ୍ଷା ମନ୍ତ୍ରୀଙ୍କ ଚେୟାର୍ ଟଳମଳ!ବହିରେ ଭୁଲ୍, ରାସ୍ତାରେ ଛାତ୍ରଛାତ୍ରୀ… ଇସ୍ତଫା କେବେ?
ଗଣତନ୍ତ୍ର ବଞ୍ଚିଛି ନା ସରକାର ଭାଙ୍ଗିପଡ଼ିଛି?
ଗଣତନ୍ତ୍ରର ମନ୍ଦିର ଏବେ ରଣକ୍ଷେତ୍ର| ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇଥିବା ବିଧାନସଭାର ମୌସୁମୀ ଅଧିବେଶନ ସମ୍ପୂର୍ଣ୍ଣ ଠପ୍| ନା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିପାରୁଛି, ନା ଲୋକଙ୍କ ସମସ୍ୟା ଉପରେ ଚର୍ଚ୍ଚା ହେଉଛି? ନା ସରକାର ଆଣିବାକୁ ଥିବା ୭ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଟେବୁଲ୍ ଉପରକୁ ଆସିପାରୁଛି ? ବିରୋଧୀଙ୍କ ପ୍ରଚଣ୍ଡ ଗର୍ଜନ ଆଗରେ ମୋହନ ସରକାରଙ୍କ ଛାତି ଥରହର, ଗୃହ ଚଳାଇବାରେ ସରକାର ସମ୍ପୂର୍ଣ୍ଣ ଫେଲ୍ଲ|ଲଗାତାର ଚତୁର୍ଥ ଦିନରେ ବି ବିଧାନସଭା ଅଚଳ, ଆଉ କାଠଗଡ଼ାରେ ଶାସକ ଦଳର ଅପାରଗତା|
ବିରୋଧୀ ବିଜେଡି ଓ କଂଗ୍ରେସ ଏକଜୁଟ୍ ହୋଇ ସରକାରଙ୍କ ତଣ୍ଟିରେ ହାତ ଦେଇଛନ୍ତି |ପ୍ରଥମ ଝଟ୍କା, ଓଡ଼ିଶା-ମାରଣା MMDR ସଂଶୋଧିତ ଆଇନ ବିରୋଧରେ ବିଧାନସଭାରେ ସଂକଳ୍ପ ପାରିତ କରି କେନ୍ଦ୍ରକୁ ପଠାଅ | ଖଣି ମାଲିକଙ୍କ ଆଗରେ ଆଣ୍ଠେଇବା ବନ୍ଦ କରି ରାଜ୍ୟର ସ୍ୱାର୍ଥ ରକ୍ଷା କର ବୋଲି ବିରୋଧୀଙ୍କ ସିଧା ଚ୍ୟାଲେଞ୍ଜ | ଏହି ଗୋଟିଏ ପ୍ରସଙ୍ଗରେ ଫସିଯାଇଛି ବିଜେପି…ନା ସେମାନେ ପ୍ରସ୍ତାବ ଆଣିପାରୁଛନ୍ତି, ନା ଖଣି ମାଫିଆଙ୍କ ଚାପରୁ ମୁକୁଳି ପାରୁଛନ୍ତି?
ଦ୍ୱିତୀୟ ପରମାଣୁ ପ୍ରହାର, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି | ପାଠ୍ୟପୁସ୍ତକରେ ମାରାତ୍ମକ ତ୍ରୁଟି, ହଷ୍ଟେଲ୍ ଓ ସ୍କୁଲରେ ଭୟଙ୍କର ଅବ୍ୟବସ୍ଥା, ଆଉ ନିରୀହ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇବା ଘଟଣା ସରକାରଙ୍କ ମୁହଁରେ କଳାଛିଟା ବୋଳି ଦେଇଛି | ତା’ ସାଙ୍ଗକୁ ଆକାଶଛୁଆଁ ଦରଦାମ ବୃଦ୍ଧିରେ ଲୋକଙ୍କ ଅଣ୍ଟା ଭାଙ୍ଗିଗଲାଣି |
ବିଧାନସଭା ଭିତରେ ସରକାରଙ୍କ ମୁହଁ ବନ୍ଦ..ନା କଥା କହିପାରୁଛନ୍ତି, ନା ବିରୋଧୀଙ୍କ ମୁହଁ ବନ୍ଦ କରିବାର ସାହସ ଅଛି |ବିରୋଧୀ ସଫା ସଫା କହିଦେଇଛନ୍ତି ଜନସ୍ୱାର୍ଥରେ କୌଣସି ଆପୋଷ ବୁଝାମଣା ଚଳିବ ନାହିଁ .. ପ୍ରଶ୍ନ ଉଠୁଛି ଏହି ଡବଲ୍ ଇଞ୍ଜିନ୍ ସରକାର ଚଳାଇବାକୁ ମୋହନ ବାବୁଙ୍କର ଦମ୍ ଅଛି ତ, ନା ଗଣତନ୍ତ୍ରର ଛାତି ଉପରେ ଏମିତି ଚାଲିଥିବ ଶାସକଙ୍କ ଅପାରଗତାର ନାଟକ
