ପାର୍ବଣ ଋତୁରେ ସାଧାରଣ ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ଼। ରାଜ୍ୟରେ ମହଙ୍ଗା ହେଲା ଓମଫେଡ୍ କ୍ଷୀର। ଆସନ୍ତା ୪ ତାରିଖରୁ ଓମଫେଡ୍ ଦୁଗ୍ଧର ନୂଆ ଦର ଲାଗୁ ହେବାକୁ ଯାଉଛି।
ଓମଫେଡ୍ ପକ୍ଷରୁ କ୍ଷୀର ଦର ଲିଟର ପ୍ରତି ୨ ରୁ ୪ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ନୂଆ ଦର ଅନୁଯାୟୀ, ଟୋନଡ୍ ଦୁଗ୍ଧର ମୂଲ୍ୟ ଲିଟର ପ୍ରତି ୫୬ ଟଙ୍କାରୁ ବୃଦ୍ଧି ପାଇ ୫୮ ଟଙ୍କାରେ ପହଞ୍ଚିଛି। ସେହିପରି ପ୍ରିମିୟମ୍ ଦୁଗ୍ଧ ଲିଟର ପିଛା ୨ ଟଙ୍କା ମହଙ୍ଗା ହୋଇ ୬୦ ଟଙ୍କା ହୋଇଥିବା ବେଳେ, ଗୋଲ୍ଡ ପ୍ଲସ୍ ଦୁଗ୍ଧ ଦର ଲିଟର ପ୍ରତି ୬୪ ଟଙ୍କାରୁ ବଢ଼ି ୬୬ ଟଙ୍କା ଛୁଇଁଛି।
ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ହେଉଥିବା ବେଳେ, ଏବେ ପ୍ରତିଦିନର ଆବଶ୍ୟକତା କୁହାଯାଉଥିବା କ୍ଷୀର ଦର ବୃଦ୍ଧି ଖାଉଟିଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇବ। ବର୍ଦ୍ଧିତ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।
Location: ODISHA
