\n\n\n\n\n\n\n

ଟ୍ରାଫିକ୍ ଫାଇନ୍ ବକେୟା ଥିଲେ RC ଓ PUC ବନ୍ଦ

ଆଉ ମିଳିବନି ଗାଡ଼ିର RC!
ଗାଡ଼ିର ବକେୟା ଅଛି କି ଚାଲାଣ?
ଚାଲାଣ ନଦେଲେ ଗାଡ଼ି ବ୍ଲାକଲିଷ୍ଟ!
ସୁପ୍ରିମକୋର୍ଟଙ୍କ ଆସିଲା କଡ଼ା ନିର୍ଦ୍ଦେଶ!

ଯଦି ଆପଣ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଛନ୍ତି ଏବଂ ଇ-ଚାଲାଣ ଜରିମାନା ଦେଇନାହାନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ସୁପ୍ରିମକୋର୍ଟ ଏନେଇ ଏକ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ଦ୍ଦେଶ ଅନୁଯାୟୀ, ବକେୟା ଜରିମାନା ପୈଠ ନହେବା ପର୍ଯ୍ୟନ୍ତ ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର ବା ଆରସି ନବୀକରଣ ହୋଇପାରିବ ନାହିଁ। ଏହା ସହିତ ମାଲିକାନା ହସ୍ତାନ୍ତର, ଫିଟନେସ୍ ପ୍ରମାଣପତ୍ର ଏବଂ ପିୟୁସି ଉପରେ ମଧ୍ୟ କଟକଣା ଲଗାଇବାକୁ କୁହାଯାଇଛି।ବକେୟା ଥିବା ଗାଡ଼ିଗୁଡ଼ିକୁ କେନ୍ଦ୍ରୀୟ ‘ପରିବହନ’ ପୋର୍ଟାଲରେ ବ୍ଲାକଲିଷ୍ଟ କରାଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଦେଶରେ ପ୍ରାୟ ୪୯,୧୯୪ କୋଟି ଟଙ୍କାର ଇ-ଚାଲାଣ ଜାରି ହୋଇଥିବା ବେଳେ ସେଥିରୁ ପ୍ରାୟ ୨୩,୦୧୯ କୋଟି ଟଙ୍କା ଏବେ ବି ଆଦାୟ ହୋଇନାହିଁ।କେବଳ ଇ-ଚାଲାଣ କାଟିଦେଲେ ହେବ ନାହିଁ, ଜରିମାନା ଆଦାୟ ସୁନିଶ୍ଚିତ କରିବାକୁ କୋର୍ଟ କହିଛନ୍ତି। ଆବଶ୍ୟକ ସ୍ଥଳେ ଏହି ବକେୟା ଥିବା ଗାଡ଼ି ଧରାପଡ଼ିଲେ ଜବତ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ।ସୁପ୍ରିମକୋର୍ଟଙ୍କ ଏହି କଡ଼ା ପଦକ୍ଷେପ ରାସ୍ତା ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ। ତେଣୁ ନିଜ ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ ରଖିବା ସହ ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାନ୍ତୁ ଏବଂ କୌଣସି ଜରିମାନା ଥିଲେ ତୁରନ୍ତ ପୈଠ କରନ୍ତୁ।