\n\n\n\n\n\n\n

ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଉଛୁଳୁଛି ଶ୍ରଦ୍ଧାଳୁଙ୍କ ଭିଡ଼

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରେ ଆରମ୍ଭ ହୋଇଛି ପାର୍ବଣର ଋତୁ। ଇଷ୍ଟଦେବୀ ମା’ ଲଙ୍କେଶ୍ୱରୀଙ୍କ ପବିତ୍ର ଖଣ୍ଡାବସା ନୀତି ସହ ସହରରେ ଶକ୍ତି ଉପାସନାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ବହୁ ବର୍ଷର ପୁରାତନ ଐତିହ୍ୟ ଓ ଲୋକବିଶ୍ୱାସ ଅନୁଯାୟୀ, ଆଜି ସମ୍ପୂର୍ଣ୍ଣ ବିଧିବିଧାନର ସହ ମା’ଙ୍କ ପବିତ୍ର ଖଣ୍ଡାକୁ ସ୍ଥାପନ କରାଯାଇଛି।

ଏହି ବିଶେଷ ତଥା ପବିତ୍ର ନୀତି ଦେଖିବାକୁ ମନ୍ଦିରରେ ପ୍ରବଳ ଭିଡ଼ ଜମିଥିଲା। ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଘଣ୍ଟଘଣ୍ଟା, ଧୂପଦୀପ ଓ ମନ୍ତ୍ରଧ୍ୱନିରେ ପୂରା ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଶକ୍ତି ଉପାସନାର ଏହି ମହାପର୍ବ ଜୁନାଗଡ଼ର ଧାର୍ମିକ ଓ ସାଂସ୍କୃତିକ ପରିଚୟକୁ ଆହୁରି ମଜବୁତ କରିଛି। ମା’ଙ୍କ ଦର୍ଶନ ସହ ଆଶୀର୍ବାଦ ଲାଭ କରି ଭକ୍ତମାନେ ନିଜକୁ କୃତାର୍ଥ ମଣିଛନ୍ତି।