\n\n\n\n\n\n\n

୧୮ ବର୍ଷର ଦେଶସେବା ଘରକୁ ଫେରିଲେ ଯବାନ…

ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନର ୧୮ ବର୍ଷ ଉତ୍ସର୍ଗ କରିବା ପରେ ନିଜ ଜନ୍ମମାଟିକୁ ଫେରିଛନ୍ତି ଯବାନ। ଆଉ ଗାଁ ମାଟିରେ ପାଦ ଥାପୁ ଥାପୁ ତାଙ୍କୁ ମିଳିଛି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ଏଭଳି ଏକ ଦେଶପ୍ରେମର ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ପଲସାପଡ଼ା ଗ୍ରାମରେ।

ସୁଗ୍ରୀ ଜଗତ ଏବଂ ମାଳତି ଜଗତଙ୍କ ସୁପୁତ୍ର କ୍ଷିତୀଶ ଜଗତ ୨୦୦୮ ମସିହାରେ ସିଆରପିଏଫ୍ (CRPF) ରେ ଯୋଗ ଦେଇଥିଲେ। ଜମ୍ମୁ କାଶ୍ମୀରରୁ ନେଇ ଆସାମର ଲେଖାପାନୀ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ସେ ନିଷ୍ଠାର ସହ ଦାୟିତ୍ୱ ତୁଲାଇ ଗତ ସେପ୍ଟେମ୍ବର ୩୦ ରେ ଅବସର ଗ୍ରହଣ କରିଛନ୍ତି।

ସେ ଗାଁକୁ ଫେରିବା ଖବର ଶୁଣି ସିନାପାଲି ବସଷ୍ଟାଣ୍ଡରୁ ଏକ ବିଶାଳ ଶୋଭାଯାତ୍ରାରେ ବାଜା, ରୋଷଣୀ ଓ ଫୁଲ ବର୍ଷା ସହ ଗ୍ରାମବାସୀ ତାଙ୍କୁ ପାଛୋଟି ଆଣିଥିଲେ। ‘ଭାରତ ମାତା କି ଜୟ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ।