\n\n\n\n\n\n\n

ସ୍କୁଲ୍ ନା ଗୁହାଳ ? ଗୋଟିଏ କ୍ଲାସରୁମ୍‌ରେ ବସୁଛନ୍ତି ୬୫ ପିଲା !

ଗୋଟିଏ ଶ୍ରେଣୀଗୃହ, ଆଉ ଛାତ୍ରଛାତ୍ରୀ ଅଛନ୍ତି ୬୫ ଜଣ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ବସୁଛନ୍ତି ଏକାଠି। ଏଭଳି ଏକ ଚିନ୍ତାଜନକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଭଇସାଦାନୀ ପଞ୍ଚାୟତର କାଠଫେର ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

ସରକାର ଶିକ୍ଷାର ବିକାଶ ପାଇଁ ବ୍ୟାପକ ଯୋଜନା କରୁଥିବା ବେଳେ ଏଠାରେ ଭିତ୍ତିଭୂମିର ଘୋର ଅଭାବ ଦେଖାଦେଇଛି। ଏକାଧିକ ଶ୍ରେଣୀର ପିଲା ଗୋଟିଏ ରୁମ୍‌ରେ ବସୁଥିବାରୁ ପାଠପଢ଼ାରେ ଏକାଗ୍ରତା ଓ ଗୁଣବତ୍ତା ନଷ୍ଟ ହେଉଛି। ଫଳରେ ଏହାକୁ ନେଇ ଅଭିଭାବକ ତଥା ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ତୁରନ୍ତ ଆବଶ୍ୟକ ଶ୍ରେଣୀଗୃହ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏବେ ବଡ଼ ପ୍ରଶ୍ନ, କେବେ ବଦଳିବ କାଠଫେର ବିଦ୍ୟାଳୟର ରୂପରେଖ? ଶିକ୍ଷା ବିଭାଗର ଦୃଷ୍ଟି କେବେ ପଡ଼ିବ?