\n\n\n\n\n\n\n

ଚୌଦ୍ୱାରର ଅସଲ ବିକାଶ! ରାସ୍ତା ନା ଖାଲ?

ବିକାଶର ଅସଲ ଚିତ୍ର ଦେଖିବାକୁ ମିଳିଛି ଚୌଦ୍ୱାର ପୌରପାଳିକାରେ। ଖୋଦ୍ ଯେଉଁ ୪ ନମ୍ବର ୱାର୍ଡରେ ପୌରପାଳିକା କାର୍ଯ୍ୟାଳୟ ରହିଛି, ସେଠାରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ। ୱାର୍ଡର ୧୨ ରୁ ୧୩ଟି ସ୍ଥାନରେ ପେଭର ବ୍ଲକ୍ ଦବି ଯାଇଥିବା ବେଳେ ରାସ୍ତାରେ ପାଣି ଜମି ରହୁଛି।

କେବଳ ୪ ନୁହେଁ, ୩ ଓ ୪ ନମ୍ବର ୱାର୍ଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି, ଯାହା ଚୌଦ୍ୱାର ଗାଁ, ବେଉରା ସାହି, ମହାଜନ ସାହି ଓ ପରିଡ଼ା ସାହି ଲୋକଙ୍କ ପାଇଁ ବିପଦ ସାଜିଛି। ଡ୍ରେନେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ।

ସବୁଠୁ ବଡ଼ କଥା ହେଉଛି, ଏତେ ସମସ୍ୟା ଥିଲେ ମଧ୍ୟ ୩ ଓ ୪ ନମ୍ବର ୱାର୍ଡର କାଉନସିଲରଙ୍କ ଦେଖା ନାହିଁ। ୩ ନମ୍ବର କାଉନସିଲର ତ ଅଞ୍ଚଳରେ ରହୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେପଟେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୌମ୍ୟ ରଞ୍ଜନ ମିଶ୍ର ମଧ୍ୟ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ନାରାଜ। ତୁରନ୍ତ ରାସ୍ତା ମରାମତି ସହ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି ହୋଇଛି।