\n\n\n\n\n\n\n

ଡୋର୍-ଟୁ-ଡୋର୍ ଆତଙ୍କ କାଟି ଦିଆଯିବ ଲକ୍ଷ ଲକ୍ଷ ଭୋଟ୍!

ପଞ୍ଚାୟତ ଦଖଲ ପାଇଁ ଓଡ଼ିଶାରେ ଘମାଘୋଟ୍ ମହାଯୁଦ୍ଧ
ପଞ୍ଚାୟତ ବାଜିରେ କାହାକୁ ମିଳିବ ଜନତାର ଚାପୁଡ଼ା?
ତାରିଖ ପୂର୍ବରୁ ପଞ୍ଚାୟତ ରାଜନୀତି ସରଗରମ…
ନିର୍ବାଚନ ଆୟୋଗଙ୍କ ଡୋର୍-ଟୁ-ଡୋର୍ ସର୍ଭେ ପରେ କାହାର ଗଣିତ ବିଗିଡ଼ିବ?
ନୂଆ ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କ ଆକ୍ରମଣାତ୍ମକ ବ୍ଲୁ-ପ୍ରିଣ୍ଟ…
ପଞ୍ଚାୟତ ଓ ପୌର ଦଖଲ କରି ବିରୋଧୀଙ୍କୁ ମୂଳପୋଛ କରିବ କି ବିଜେପି?
ଉଭୟ ଶଙ୍ଖ ଓ ପଦ୍ମ ଉପରେ କଂଗ୍ରେସର ଦୋହରା ପ୍ରହାର
ଗ୍ରାଉଣ୍ଡ୍ ଲଢ଼େଇରେ ତୃତୀୟ ଶକ୍ତି ପାଲଟିବ କି ହାତ ଶିବିର?

ତାରିଖ ଘୋଷଣା ହୋଇନି, କିନ୍ତୁ ଓଡ଼ିଶାର ଗାଁ ଗଣ୍ଡାରେ ଏବେଠୁ ବାରୁଦର ଗନ୍ଧ| ପଞ୍ଚାୟତ ଆଉ ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ମହା-ବିସ୍ଫୋରଣର ପୂର୍ବାଭାସ|ରାଜ୍ୟ ନିର୍ବାଚନ ଆୟୋଗ ୨୬ରୁ ୭ ଡୋର୍-ଟୁ-ଡୋର୍ ଭୋଟର ତାଲିକା ସର୍ଭେର ଅସ୍ତ୍ର ଧରି ଫିଲ୍ଡକୁ ଓହ୍ଲାଇବା କ୍ଷଣି, ଏପଟେ ରାଜନୈତିକ ଦଳଗୁଡ଼ିକ ଭିତରେ ଆରମ୍ଭ ହୋଇଯାଇଛି ଜୀବନ-ମରଣର ରକ୍ତାକ୍ତ ଲଢ଼େଇ|

କ୍ଷମତାର ଅସଲ ପରୀକ୍ଷା ଏବେ ଗାଁ ଦାଣ୍ଡରେ| ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଓଡ଼ିଶା ମାଟିରେ ପାଦ ଦେଇ ଦଳୀୟ କର୍ମୀଙ୍କୁ ସିଧାସଳଖ ମିଶନ୍ ଗ୍ରାଉଣ୍ଡ୍ କ୍ଲିୟରର ଟାସ୍କ ଧରାଇଛନ୍ତି| ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ତୃଣମୂଳ କର୍ମୀ ସମସ୍ତଙ୍କୁ ମିଳିଛି ଗୋଟିଏ ନିର୍ଦ୍ଦେଶ.. ପଞ୍ଚାୟତରୁ ପୌର, ସବୁଠି ଉଡ଼ିବ ଗେରୁଆ ବାନା|ଅନ୍ୟପଟେ କ୍ଷମତାରୁ ତଡ଼ା ଖାଇଥିବା ବିଜେଡି ଦାବି କରୁଛି ସେମାନେ ଗ୍ରାଉଣ୍ଡରେ ଅଛନ୍ତି.. କିନ୍ତୁ ଅସଲ ସତ ହେଉଛି ପଞ୍ଚାୟତ ହାତରୁ ଖସିଲେ ଶଙ୍ଖ ଭବନର ଅସ୍ତିତ୍ୱ ଧୂଳିସାତ୍ ହୋଇଯିବ| ସେପଟେ କଂଗ୍ରେସର ସିଧା ବାରୁଦି ପ୍ରହାର ଅଢ଼େଇ ବର୍ଷର ବିଜେପି ସରକାର ଫେଲ୍, ଆଉ ବିଜେଡି ରାଜନୈତିକ ଶ୍ମଶାନରେ ପରିଣତ|

ଏହା କେବଳ ପଞ୍ଚାୟତ ନିର୍ବାଚନ ନୁହେଁ, ୨୦୨୯ ସେମିଫାଇନାଲ୍‌ର ଅସଲ ବ୍ଲୁ-ପ୍ରିଣ୍ଟ|ନିର୍ବାଚନ ଆୟୋଗଙ୍କ ଡୋର୍-ଟୁ-ଡୋର୍ ସର୍ଭେ ସରିବା ବେଳକୁ କାହାର ତଳିତଳାନ୍ତ ହେବ? ଗାଁ ଦାଣ୍ଡର ଭୋଟର କାହାକୁ ଶକ୍ତ ଚାପୁଡ଼ା ମାରି ରାଜନୈତିକ ବନବାସକୁ ପଠାଇବେ? ଆଗକୁ ଆସୁଛି ଓଡ଼ିଶା ରାଜନୀତିର ସବୁଠୁ ବଡ଼ ପ୍ରଳୟ|