\n\n\n\n\n\n\n

ଓଡ଼ିଶା ବନ୍ଦର ବରଗଡ଼ରେ ବ୍ୟାପକ ପ୍ରଭାବ

ବିଭିନ୍ନ ପ୍ରସଙ୍ଗରେ ୪ ଦଫା ଦାବି ନେଇ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦର ବ୍ୟାପକ ପ୍ରଭାବ ଆଜି ବରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି।

ମୁଖ୍ୟତଃ ଏମ୍.ଏମ୍.ଡି.ଆର୍ (MMDR) ବିଲ୍, ପାଠ୍ୟପୁସ୍ତକରେ ତ୍ରୁଟି ଯୋଗୁଁ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ବନ୍ୟା ପୀଡ଼ିତଙ୍କୁ ତୁରନ୍ତ ସହାୟତା ଏବଂ ଭୋଟ୍ ଚୋରି ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଏହି ବନ୍ଦ ଡାକରା ଦିଆଯାଇଛି।

ଏହି ବନ୍ଦ ଯୋଗୁଁ ଆଜି ବରଗଡ଼ ଜିଲ୍ଲାରେ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ସମସ୍ତ ସ୍କୁଲ, କଲେଜ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ କେବଳ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଥିଲା।

ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟମାନେ ସହରର ବିଭିନ୍ନ ଛକରେ ପିକେଟିଂ କରିବା ସହ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିଥିଲେ। ଫଳରେ ବରଗଡ଼ରେ ଏହି ବନ୍ଦ ସଫଳ ହୋଇଥିବା ଦେଖିବାକୁ ମିଳିଛି।