ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କ ଗଡ଼ ପାଟଣାଗଡ଼ରେ ଦେଖିବାକୁ ମିଳିଛି କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦର ବ୍ୟାପକ ପ୍ରଭାବ।
ଭୋଟ୍ ତ୍ରୁଟି ଅଭିଯୋଗରେ ଜ୍ଞାନେଶ କୁମାରଙ୍କ ଇସ୍ତଫା, ଏମଏମଡିଆର ବିଲ୍ ପ୍ରତ୍ୟାହାର ଦାବି ସାଙ୍ଗକୁ ରାଜ୍ୟରେ ସ୍କୁଲ ବହି ଛପା ତ୍ରୁଟି ପ୍ରତିବାଦରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆଜି ଏହି ବନ୍ଦ ଡାକରା ଦିଆଯାଇଛି। ପାଟଣାଗଡ଼, ବେଲପଡ଼ା ଏବଂ ଖପ୍ରାଖୋଲ ବ୍ଲକରେ ବନ୍ଦ ପାଳନକୁ ସ୍ଥାନୀୟ ଜନସାଧାରଣ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।
ଖପ୍ରାଖୋଲରେ କଂଗ୍ରେସ ପକ୍ଷରୁ ପିକେଟିଂ କରାଯାଇ ଦୋକାନ ବଜାର, ସ୍କୁଲ ଓ କଲେଜ ବନ୍ଦ କରାଯାଇଛି। ତେବେ ପରୀକ୍ଷା ଚାଲୁଥିବାରୁ କେବଳ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲା ରହିଥିବା ବେଳେ ଡାକ୍ତରଖାନା, ଔଷଧ ଦୋକାନ ଓ ଆମ୍ବୁଲାନ୍ସ ଭଳି ଜରୁରୀ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି।
ଜିଲ୍ଲା କଂଗ୍ରେସ ସଭାପତି ଅନୀଲ ମେହେର ଏବଂ ଉପସଭାପତି ଅଜିତ ପୁରୋହିତଙ୍କ ସମେତ ଦଳୀୟ ନେତାମାନେ ବନ୍ଦକୁ ସଫଳ କରିବା ପାଇଁ ଲୋକଙ୍କୁ ନିବେଦନ କରିଥିଲେ।
