କାହାର ଗୋଡ଼ ଧରିବେ ନବୀନ ବାବୁ?ମୋଦୀଙ୍କ ବି-ଟିମ୍ ନା ରାହୁଲଙ୍କ କୋଳରେ ଶରଣ?
ଦଳ ଗୋଟିଏ… ବୟାନ ଦୁଇଟି..ସସ୍ମିତ କହିଲେ ‘ଦୂରତ୍ୱ’ ଭକ୍ତ କହିଲେ ‘୨୦୨୯ ଯାଏଁ ମେଣ୍ଟ’
ସନ୍ତୃପ୍ତ ମିଶ୍ରଙ୍କ ବୟାନରେ ପଦାରେ ପଡ଼ିଲା ନାଟକ..ବିଜେଡି ଭିତରେ କାହାର ଚାଲିଛି ହୁକୁମ୍?
ପୁଣି ମୁଖ୍ୟମନ୍ତ୍ରୀ ହେବାକୁ କାହା ସହ ହେବ ଗୁପ୍ତ ଡିଲ୍?ସମଦୂରତ୍ୱ ନା କ୍ଷମତା ପାଇଁ ଆତ୍ମସମର୍ପଣ?
୨୪ ବର୍ଷର ଅଭେଦ୍ୟ ସାମ୍ରାଜ୍ୟ ଧୂଳିସାତ୍ ହେବା ପରେ ଏବେ ବଞ୍ଚିବା ପାଇଁ କାହାର ଗୋଡ଼ ଧରିବେ ନବୀନ ପଟ୍ଟନାୟକ? ମୋଦୀଙ୍କ ବି-ଟିମ୍ ସାଜିବେ ନା ରାହୁଲ ଗାନ୍ଧୀଙ୍କ କୋଳରେ ଶରଣ ପଶିବେ? ସୁବିଧାବାଦୀ ରାଜନୀତିର ଏହି ମୁଖା ପଛରେ ପୁଣି କେଉଁ ରକ୍ତାକ୍ତ ସିଣ୍ଡିକେଟ୍ ଚାଲିଛି?
କଂଗ୍ରେସ ବିରୋଧରେ ବିଜୁ ଜନତା ଦଳ ଗଢ଼ି ବିଜେପି ସହ କ୍ଷମତାର ମଞ୍ଚ ଚଢ଼ିଥିବା ନବୀନ ବାବୁଙ୍କ ସୁବିଧାବାଦୀ ରାଜନୀତିର ଫାଇଲ୍ ପୁଣିଥରେ ଖୋଲିଯାଇଛି|୨୦୦୪ରେ ଯେତେବେଳେ କେନ୍ଦ୍ରରୁ ବାଜପେୟୀ ସରକାର ହଟିଲା, ସେତେବେଳେ ବିଜେପିକୁ ସାମ୍ପ୍ରଦାୟିକ ଆଖ୍ୟା ଦେଇ ଲାତ ମାରି ତଡ଼ିଦେଲେ, ଆଉ ନିଜ ସିଂହାସନ ବଞ୍ଚାଇବା ପାଇଁ ସେହି କଂଗ୍ରେସର ଆସ୍ଥା ଭୋଟ୍ ସମର୍ଥନରେ ନିଜ ଗାଦି ବଞ୍ଚାଇ ରଖିଲେ|କିନ୍ତୁ ୨୦୧୪ରେ ମୋଦୀ କ୍ଷମତାକୁ ଆସିବା ମାତ୍ରେ ଖଣି ଆଉ ଚିଟଫଣ୍ଡ ଦୁର୍ନୀତିର ଫାଶରୁ ବଞ୍ଚିବା ପାଇଁ ପୁଣିଥରେ ସେହି କେନ୍ଦ୍ର ଆଗରେ ଆତ୍ମସମର୍ପଣ କରିଦେଲେ|
ଆଜି ଯେତେବେଳେ ରାଜ୍ୟରେ କ୍ଷମତାର ଚେର କଟିସାରିଛି, ସେତେବେଳେ ନବୀନଙ୍କ ଦଳ ଭିତରେ ସୃଷ୍ଟି ହୋଇଛି ଏକ ବିରାଟ ରାଜନୈତିକ ସର୍କସ୍ଗୋ|ଗୋଟିଏ ପଟେ ସସ୍ମିତ ପାତ୍ର ବୟାନ ଦେଉଛନ୍ତି ଯେ ବିଜେଡି ଇଣ୍ଡିଆ ମେଣ୍ଟର ଅଂଶ ନୁହେଁ, ବିଜେପି ଓ କଂଗ୍ରେସଠୁ ସମଦୂରତ୍ୱ ରଖିବ|ଅନ୍ୟପଟେ ରାଜ୍ୟସଭା ଉପନିର୍ବାଚନରେ କଂଗ୍ରେସ ସହ ମିଳିତ ଗୋଟିଚାଳନା କରିବା ପରେ ଭକ୍ତ ଚରଣ ଦାସ କହୁଛନ୍ତି ଏହି ମେଣ୍ଟ ୨୦୨୯ ଯାଏଁ ଚାଲିବ|କିନ୍ତୁ ସଙ୍ଗେ ସଙ୍ଗେ ନବୀନଙ୍କ ପଲିଟିକାଲ୍ ସେକ୍ରେଟାରୀ ସନ୍ତୃପ୍ତ ମିଶ୍ର କହୁଛନ୍ତି ନା, ଏ ମେଣ୍ଟ କେବଳ ରାଜ୍ୟସଭା ପର୍ଯ୍ୟନ୍ତ ସୀମିତ ଥିଲା|
ଗୋଟିଏ ଦଳ ଭିତରେ କାହା ନିର୍ଦ୍ଦେଶରେ ଚାଲିଛି ଏହି ମିଛ ନାଟକ?
ଏହି ଦୋମୁହାଁ ନୀତିକୁ ଦେଖି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଖୋଲାଖୋଲି ତମାଚା ମାରି ଟ୍ୱିଟ୍ କରିଛି ଯେ, ଓଡ଼ିଶାରେ ବିଜେପି ନବୀନ ପଟ୍ଟନାୟକ ଓ ବିଜେଡିକୁ ସମ୍ପୂର୍ଣ୍ଣ ଫିନିସ୍ କରିଦେଇଛି, ତଥାପି ବିଜେଡି ବିଜେପିର ବି-ଟିମ୍ ହୋଇ ରହିବାକୁ ଚାହୁଁଛି| ତେଣୁ ଏହି ସୁବିଧାବାଦୀ ବିଜେଡିକୁ ଇଣ୍ଡିଆ ମେଣ୍ଟରେ କୌଣସି ଜାଗା ମିଳିବ ନାହିଁ|ବିନା ବୈଶାଖୀରେ ଚାଲିପାରୁନଥିବା ନବୀନ ବାବୁଙ୍କର ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିବାର ଯେଉଁ ଅଧୁରା ସ୍ୱପ୍ନ ରହିଛି, ତାହା ପୂରଣ କରିବାକୁ ସେ ଆଗକୁ କାହାର ଗୋଡ଼ ଧରିବେ? ସେହି ବିଜେପି ଯିଏ ତାଙ୍କୁ ଧୂଳି ଚଟାଇଲା, ନା ସେହି କଂଗ୍ରେସ ଯାହାର ଓଡ଼ିଶାରେ ନିଜର କୌଣସି ଜନାଧାର ନାହିଁ? ନବୀନଙ୍କ ପରବର୍ତ୍ତୀ ଚାଲ୍ କ’ଣ ହେବ? କମେଣ୍ଟ କରି ଜବାବ ଦିଅନ୍ତୁ|
Congress Demands Resignation of CEC Gyanesh Kumar
