\n\n\n\n\n\n\n

୧୩ କୋଟି ଭୋଟ୍ କାଟିଥିବା ବାବୁଙ୍କ ବିରୋଧରେ କେବେ ହେବ ଦେଶଦ୍ରୋହ ମୋକଦ୍ଦମା?ଧ୍ରୁବ ରାଠୀଙ୍କ ଚେତାବନୀ ପରେ ବ୍ୟାକ୍‌ଫୁଟ୍‌ରେ ରହିଛନ୍ତି କି କେନ୍ଦ୍ର ସରକାର?

ରାଜଘାଟରେ ବିସ୍ଫୋରଣ… ଥରୁଛି ଦିଲ୍ଲୀ ଦରବାର!
ରାହୁଲଙ୍କ ସାଥ୍ ଛାଡ଼ି ଅଯୋଧ୍ୟା କାହିଁକି ଧାଇଁଲେ ଅଖିଳେଶ?
ଆପ୍ ଆଉ ଡିଏମ୍‌କେ ପଛଘୁଞ୍ଚା ଦେବା ପଛର ଅସଲ ରହସ୍ୟ କ’ଣ?
ବେଙ୍ଗାଲୁରୁରୁ ପାଟନା ଯାଏଁ କାହିଁକି ଜଳୁଛି ଆକ୍ରୋଶର ନିଆଁ?…ଧ୍ରୁବ ରାଠୀଙ୍କ ଚେତାବନୀ ପରେ ବ୍ୟାକ୍‌ଫୁଟ୍‌ରେ ରହିଛନ୍ତି କି କେନ୍ଦ୍ର ସରକାର?
ଏହା ଗଣତନ୍ତ୍ର ରକ୍ଷାର ଲଢ଼େଇ ନା ୨୦୨୯ ପାଇଁ ରାହୁଲଙ୍କ ରି-ଲଞ୍ଚିଂ?
ଶାସକ ଦଳ ଆଉ ଆୟୋଗର ସିଣ୍ଡିକେଟ୍ ଆଗରେ ନଇଁଯିବ କି ଦେଶ?
୧୩ କୋଟି ଭୋଟ୍ କାଟିଥିବା ବାବୁଙ୍କ ବିରୋଧରେ କେବେ ହେବ ଦେଶଦ୍ରୋହ ମୋକଦ୍ଦମା?

ସଂସଦରୁ ସଡ଼କ… ଦିଲ୍ଲୀରୁ ବେଙ୍ଗାଲୁରୁ ରାଜରାସ୍ତାରେ ଲଗାତାର ତୃତୀୟ ଦିନ ପାଇଁ ଚାଲିଛି ରାଜନୈତିକ ବିସ୍ଫୋରଣ| ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସଂସଦରୁ ରାଜଘାଟ ଯାଏଁ ଥରୁଛି ରାଜଧାନୀ| କିନ୍ତୁ ବିରୋଧର ଏହି ହାଇଭୋଲଟେଜ୍ ମଞ୍ଚ ପଛରେ କଂଗ୍ରେସର ଅସଲ ଫଣ୍ଡା କ’ଣ ଗଣତନ୍ତ୍ର ବଞ୍ଚାଇବା ନା ୨୦୨୯ ପାଇଁ ରାହୁଲଙ୍କ ରି-ଲଞ୍ଚିଂ?

ରାଜଧାନୀ ଦିଲ୍ଲୀରେ ଏବେ ଶାନ୍ତି ନାହିଁ, ଚାଲିଛି ରକ୍ତଭିଜା ଆରପାର୍‌ ଲଢ଼େଇ| ଦିଲ୍ଲୀ ରାଜରାସ୍ତାରେ ଲଗାତାର ତୃତୀୟ ଦିନ ପାଇଁ ରାଜନୈତିକ ବାରୁଦ ବିସ୍ଫୋରଣ| ଦେଶର ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ନିର୍ବାଚନ ଆୟୋଗ ଭଳି ଏକ ସର୍ବୋଚ୍ଚ ସାମ୍ବିଧାନିକ ସଂସ୍ଥାର ମୁଖିଆଙ୍କ ବିରୋଧରେ ବିରୋଧୀ ଦଳ ଏକାଠି ହୋଇ ଖୋଲା ଯୁଦ୍ଧଂଦେହି ଡାକରା ଦେଇଛନ୍ତି|କନ୍ନଟ୍ ପ୍ଲେସ୍‌ର ଲଞ୍ଚ୍ ଡିପ୍ଲୋମାସି ପରେ ମଲ୍ଲିକାର୍ଜୁନ ଖଡ଼ଗେ ଆଉ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସମଗ୍ର ବିରୋଧୀ ବାହିନୀ ବସ୍‌ରେ ବସି ସିଧା ରାଜଘାଟ ଘେରାଉ କରି ଗର୍ଜନ କଲେ ଜ୍ଞାନେଶ କୁମାର ଗାଦି ଛାଡ଼| କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଡ୍ଡା ସିଧା ଚ୍ୟାଲେଞ୍ଜ୍ ଦେଇଛନ୍ତି ଯେ ଏବେ ଆଉ ପ୍ରାର୍ଥନା ନୁହେଁ, ସିଧା ରଣ ହେବ| କାରଣ ଶାସକ ଦଳ ଆଉ ନିର୍ବାଚନ ଆୟୋଗର ଭୋଟ୍ ଚୋରି ସିଣ୍ଡିକେଟ୍ ଆଜି ଦେଶ ଆଗରେ ପଦାରେ ପଡ଼ିଯାଇଛି|
କିନ୍ତୁ କ୍ୟାମେରା ଆଗରେ ଯେଉଁ ଏକତାର ନାଟକ ଦେଖାଯାଉଛି, ତା’ ପଛର ରକ୍ତାକ୍ତ ଫାଟ ଏବେ ଖୋଲା ରାସ୍ତାରେ ଉଲଗ୍ନ ହୋଇଯାଇଛି|ତାମିଲନାଡୁ ନିର୍ବାଚନ ପରେ କଂଗ୍ରେସଠୁ ପିଛା ଛଡ଼ାଇ ଡିଏମ୍‌କେ ଏହି ବିକ୍ଷୋଭରୁ ଛୁମନ୍ତର ହୋଇଯାଇଛି| ପଞ୍ଜାବ ନିର୍ବାଚନ ପାଇଁ କଂଗ୍ରେସ ସହ ମୁହାଁମୁହିଁ ଥିବା ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଆମ୍ ଆଦମୀ ପାର୍ଟି ରାହୁଲଙ୍କ ସହ ନଯାଇ ଅଲଗା ତମ୍ବୁ ଟାଣିଛି| ଆଉ ସବୁଠୁ ବଡ଼ ଚାପୁଡ଼ା ମାରିଛନ୍ତି ଅଖିଳେଶ ଯାଦବ| ଖଡ଼ଗେଙ୍କ ଡାକରାକୁ ବେଖାତିର କରି, ଦିଲ୍ଲୀର ଟିଭି ଫୁଟେଜ୍ ରାଜନୀତିକୁ ଗୋଇଠା ମାରି ସପା ସୁପ୍ରିମୋ ସିଧା ଅଯୋଧ୍ୟାରେ ଯାଇ ନିଜ ଶକ୍ତି ପ୍ରଦର୍ଶନ କରୁଛନ୍ତି| କାରଣ ଅଖିଳେଶ ଜାଣିଛନ୍ତି ଦିଲ୍ଲୀର ଏସି ରେଷ୍ଟୁରାଣ୍ଟରେ ନୁହେଁ, ଉତ୍ତରପ୍ରଦେଶର ମାଟିରେ ହିଁ ନିର୍ବାଚନ ଜିତାଯାଏ|

ସେପଟେ ବେଙ୍ଗାଲୁରୁର ଫ୍ରିଡମ୍ ପାର୍କରେ କକ୍ରୋଚ୍ ଜନତା ପାର୍ଟିର ବ୍ୟାନରରେ ୟୁଟ୍ୟୁବର୍ ଧ୍ରୁବ ରାଠୀ ଏବଂ ପ୍ରକାଶ ରାଜ୍ ହଜାର ହଜାର ଭିଡ଼ ଜମାଇ ସିଇସିଙ୍କ ବିରୋଧରେ ଏଫ୍‌ଆଇଆର୍ ଦାବି କରିବା ସହ ବାଲାଟ୍ ପେପର୍ ଫେରାଇବାକୁ ଚରମ ଚେତାବନୀ ଦେଇଛନ୍ତି| ବିହାରରେ ତେଜସ୍ୱୀ ଯାଦବ ବାରିକେଡ୍ ଭାଙ୍ଗି ଗିରଫ ହୋଇଛନ୍ତି| ଆଉ ଦରଭଙ୍ଗାରୁ ପ୍ରଶାନ୍ତ କିଶୋର ବୋମା ଫୁଟାଇ କହିଛନ୍ତି ରାଜୀବ କୁମାରଙ୍କୁ ପେନ୍‌ସନ୍ ବଦଳରେ ବ୍ୟାଙ୍କ ଚେୟାରମ୍ୟାନ୍ ଆସନ ମିଳିଲା, ଆଉ ଏବେ ଜ୍ଞାନେଶ କୁମାର ସରକାରୀ ଏଜେଣ୍ଟ ସାଜି ଆୟୋଗର ସମ୍ମାନକୁ ନିଲାମ କରିଦେଇଛନ୍ତି|

ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଜଣେ ମନ୍ତ୍ରୀଙ୍କୁ ବଳି ପକାଇବା ସହଜ ଥିଲା, କିନ୍ତୁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବାକୁ ହେଲେ ସଂସଦରେ ମହାଭିଯୋଗ ଆଣିବାକୁ ପଡ଼ିବ| ମୋଦୀ ସରକାର କ’ଣ ନିଜ ବିଶ୍ୱସ୍ତ ସିଇସିଙ୍କୁ ବଳି ଚଢ଼ାଇବେ, ନା ବିରୋଧୀଙ୍କ ଏହି ଆନ୍ଦୋଳନ ରାଜରାସ୍ତାରେ ହିଁ ଦମ ତୋଡ଼ିବ?