ପିଡିଏ ନାଁରେ ୭୦୦ କୋଟିର କର୍ପୋରେଟ୍ ଡିଲ୍…
କାହିଁକି ମୋଦୀ-ଶାହଙ୍କ ଏଜେଣ୍ଟ୍ ଆଗରେ ଆଣ୍ଠୁ ମାଡ଼ିଲେ ଅଖିଳେଶ?
ମୁସଲିମଙ୍କ ପିଠିରେ କର୍ପୋରେଟ୍ ଛୁରୀ ଭୁସିଲା କିଏ?
ମୁସଲିମ ଭୋଟ୍ ନେଇ ଅମ୍ବାନୀଙ୍କ ଖାସ୍ ଲୋକଙ୍କୁ ରାଜ୍ୟସଭା କାହିଁକି?…ଏହା ସମାଜବାଦ ନା ପରଦା ପଛର ରକ୍ତାକ୍ତ ସିଣ୍ଡିକେଟ୍?
ଗୋଟିଏ ଫୋନ୍ କଲ୍ରେ କଟିଲା ଆଲୋକ ରଞ୍ଜନଙ୍କ ପତ୍ତା…ଇଡି-ସିବିଆଇ ଭୟ ନା ମୁଣ୍ଡ ଟେକିଛି ଫଣ୍ଡିଂ ଖେଳ?
ବାହୁବଳୀ ବ୍ରିଜଭୂଷଣଙ୍କ ଝିଅ ପାଇଁ ସପାରେ ଗୁପ୍ତ ଡିଲ୍…ମାଷ୍ଟରମାଇଣ୍ଡ କିଏ?
ମୁହଁରେ ବିଜେପି ବିରୋଧୀ ନାରା.. ଆଉ ପରଦା ପଛରେ ୭୦୦ କୋଟିର ଗୁପ୍ତ ଡିଲ୍… ଅମିତ ଶାହଙ୍କ ଗୋଟିଏ ଫୋନ୍ କଲ୍ରେ କ’ଣ ସମାଜବାଦୀ ପାର୍ଟି ନିଜ ମେରୁଦଣ୍ଡ ବନ୍ଧକ ରଖିଦେଲା?ଯେଉଁ ଚୌକି ଅମିତ ଶାହ ଛାଡ଼ିଲେ, ସେହି ଚୌକିରେ ବସିଥିବା ଅମ୍ବାନୀଙ୍କ ସବୁଠୁ ଖାସ୍ ମଣିଷଙ୍କୁ ରାଜ୍ୟସଭା ପଠାଇ ଅଖିଳେଶ ଯାଦବ କେଉଁ ରକ୍ତାକ୍ତ ରାଜନୈତିକ ଖେଳ ଖେଳିଲେ?
ପଛୁଆ, ଦଳିତ ଆଉ ସଂଖ୍ୟାଲଘୁଙ୍କ ନାଁରେ ପିଡିଏର ମୁଖା ପିନ୍ଧି ଭୋଟ୍ ହାତେଇବା ପରେ ଶେଷରେ ମୋଦୀ-ଶାହଙ୍କ କର୍ପୋରେଟ୍ ସିଣ୍ଡିକେଟ୍ ଆଗରେ ଆଣ୍ଠୁ ମାଡ଼ିଦେଲେ କି ଅଖିଳେଶ ଯାଦବ? ରାଜ୍ୟସଭା ନାମାଙ୍କନରେ ଚାଚା ରାମଗୋପାଳଙ୍କ ପାଖରେ ଯେତେବେଳେ ରିଲାଏନ୍ସର ଗ୍ରୁପ୍ ପ୍ରେସିଡେଣ୍ଟ ତଥା ମୁକେଶ ଅମ୍ବାନୀଙ୍କ ଅତି ଖାସ୍ ଧନରାଜ ନାଥୱାନୀ ଠିଆ ହେଲେ, ସେତେବେଳେ ଲକ୍ଷ୍ନୌରୁ ଦିଲ୍ଲୀ ଯାଏଁ ରାଜନୈତିକ ଭୂକମ୍ପ ସୃଷ୍ଟି ହୋଇଛି| ଗୋଟିଏ ପଟେ ପରିବାରବାଦର ପୋଷ୍ଟର ବୟ ଚାଚା ରାମଗୋପାଳ, ଆଉ ଅନ୍ୟପଟେ ୭୦୦ କୋଟି ସମ୍ପତ୍ତିର ପୁଞ୍ଜିପତି ଟାଇକୁନ୍ଏ ହା ସମାଜବାଦ ନା ପରଦା ପଛର ରକ୍ତାକ୍ତ କର୍ପୋରେଟ୍ ଡିଲ୍?
ଯେଉଁ ମୁସଲିମ ସମାଜ ବିଜେପିକୁ ରୋକିବା ପାଇଁ ସପାର ଝଣ୍ଡା ଧରିଲା, ତାଙ୍କୁ ପ୍ରତିନିଧିତ୍ୱ ଦେବା ବଦଳରେ ଅମିତ ଶାହଙ୍କ କୋଳରେ ବସିଥିବା ନେତାଙ୍କ ପୁଅକୁ ରାଜ୍ୟସଭା ପଠାଇ ଏହା କେଉଁ ଧରଣର ମାଷ୍ଟରଷ୍ଟ୍ରୋକ୍ ଖେଳିଲେ ଅଖିଳେଶ? ୨୦୦୪ରେ ଯେମିତି ମୁଲାୟମ ସିଂହ ଯାଦବ ଅନିଲ ଅମ୍ବାନୀଙ୍କୁ ରାଜ୍ୟସଭା ପଠାଇଥିଲେ, ଠିକ୍ ସେହିଭଳି ୨୦୨୬ରେ ୟୁପିରେ କର୍ପୋରେଟ୍ ଗୋଟିଚାଳନା ଆରମ୍ଭ ହୋଇଯାଇଛି|
ତେବେ ପ୍ରଶ୍ନ ଉଠୁଛି ଏହି ଧନରାଜ ନାଥୱାନୀ କିଏ? ଲଣ୍ଡନରୁ ଫେରିଥିବା ଧନରାଜ ହେଉଛନ୍ତି ଝାଡ଼ଖଣ୍ଡରୁ ଏନ୍ଡିଏ ସମର୍ଥନରେ ଚାରି ଚାରି ଥର ରାଜ୍ୟସଭା ଯାଇଥିବା ପରିମଲ ନାଥୱାନୀଙ୍କ ପୁଅ|ଏ ସେହି ଚେହେରା, ଯିଏ ଅମିତ ଶାହ ଗୁଜରାଟ କ୍ରିକେଟ୍ ଆସୋସିଏସନ୍ ଚୌକି ଛାଡ଼ିବା ପରେ ସିଧା ସେହି ଗାଦିରେ ବସିଥିଲେ|ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲୋକ ରଞ୍ଜନ ଆଉ ସଲିମ୍ ଶେରୱାନୀଙ୍କ ଟିକେଟ୍ ରାତାରାତି କାଟି ଏହି ଗୁଜରାଟୀ କୋଟିପତିଙ୍କୁ ଟିକେଟ୍ ଦେବା ପଛରେ କ’ଣ ଦଳୀୟ ଫଣ୍ଡିଂର ଚକ୍କର ଅଛି, ନା ଅମିତ ଶାହଙ୍କ ଗୋଟିଏ ଫୋନ୍ କଲ୍ ଆଗରେ ସମାଜବାଦୀ ପାର୍ଟି ନିଜ ମେରୁଦଣ୍ଡ ବିକିଦେଇଛି?
କେବଳ ଏତିକି ନୁହେଁ, ତୃତୀୟ ପ୍ରାର୍ଥୀ ଭାବେ ବାହୁବଳୀ ବ୍ରିଜଭୂଷଣ ଶରଣ ସିଂହଙ୍କ ଝିଅ ଶାଲିନୀ ସିଂହଙ୍କୁ ସେଟ୍ କରିବା ପାଇଁ ଚାଲିଛି ଗୋପନୀୟ ବୁଝାମଣା|ଯେଉଁ ବ୍ରିଜଭୂଷଣ କହୁଛନ୍ତି ଅଖିଳେଶଙ୍କ ବିନା ସବୁକିଛି ଶୂନ, ତାଙ୍କ ସହ ଏହି ଭିତିରି ମେଣ୍ଟ ପ୍ରମାଣ କରୁଛି ଯେ ବିଜେପି ବିରୋଧରେ ଲଢ଼ିବା କେବଳ ଭୋଟ୍ ପାଇଁ ଏକ ଢୋଙ୍ଗ ଥିଲା| ସାଧାରଣ କର୍ମୀଙ୍କୁ ବଳି ପକାଇ କର୍ପୋରେଟ୍ ମାଲିକଙ୍କ ପାଦତଳେ ଶରଣ ପଶିଥିବା ଏହି ନକଲି ବିପ୍ଳବର ହିସାବ କେବେ ମାଗିବେ ଉତ୍ତରପ୍ରଦେଶର ଭୋଟର?
