ସରକାରୀ ବାବୁଙ୍କ ଅପେକ୍ଷାରେ ହନ୍ତସନ୍ତ ହେଲେ ଅଭିଯୋଗକାରୀ! ଶେଷରେ ଅଧିକାରୀ ପହଞ୍ଚିବା ବେଳକୁ ଖାଲି ପଡ଼ିଥିଲା ଅଭିଯୋଗ ଶୁଣାଣି ଶିବିର!
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର କରୁଆଝର ପଞ୍ଚାୟତରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ସୋମବାର ସକାଳ ସାଢ଼େ ଦଶଟାରେ ଶିବିର ଆରମ୍ଭ ହେବାର ସମୟ ଧାର୍ଯ୍ୟ ହୋଇଥିବା ବେଳେ, ଲୋକେ ଠିକ୍ ସମୟରେ ପହଞ୍ଚି ଅଧିକାରୀଙ୍କୁ ଅପେକ୍ଷା କରିଥିଲେ।
ଭତ୍ତା, ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଏବଂ ଜଳଛତ୍ର କର୍ମଚାରୀଙ୍କ ବକେୟା ପାରିଶ୍ରମିକ ଭଳି ଅନେକ ସମସ୍ୟା ନେଇ ଲୋକେ ଆସିଥିଲେ। ହେଲେ, ଅଭିଯୋଗକାରୀମାନେ ଫେରିଯିବା ପରେ ଦିନ ପ୍ରାୟ ସାଢ଼େ ବାରଟାରେ ପହଞ୍ଚିଥିଲେ ବିଡିଓ।
ଏବେ ପ୍ରଶ୍ନ, ଲୋକଙ୍କ ସମସ୍ୟା ସମାଧାନ ପାଇଁ ହେଉଥିବା ଶିବିରରେ ଯଦି ଲୋକଙ୍କୁ ହିଁ ଅପେକ୍ଷା କରିବାକୁ ପଡ଼ିବ, ତେବେ ଏହାର ଉଦ୍ଦେଶ୍ୟ କ’ଣ? ଏନେଇ ପ୍ରତିକ୍ରିୟା ରଖିଥିଲେ ସରପଞ୍ଚ
