\n\n\n\n\n\n\n

CJP କୁ ସପୋର୍ଟ; ତୁରନ୍ତ ଦେଶ ଛାଡ଼ !

ଅସରପା ମାନଙ୍କୁ ସାପୋର୍ଟ କଲ ତୁରନ୍ତ ଦେଶ ଛାଡ !

୨୮ ସୁଦ୍ଧା ଦେଶରୁ ବାହାର !

ସିଜେପିକୁ ଯିଏ ସାପୋର୍ଟ କରିବ ସେ ଦେଶରୁ ଯିବ !

ବଲିଉଡ ଆକ୍ଟରଙ୍କୁ ମୁମ୍ବାଇ ପୋଲିସ ର ନାଲି ଆଖି !

ବଲିଉଡ୍‌ର ଚର୍ଚ୍ଚିତ ଚେହେରା… ସୁପରଷ୍ଟାର ଆମିର ଖାନ୍‌ଙ୍କ ଭଣଜା… ଆଉ ଏବେ ତାଙ୍କୁ ନେଇ ଦେଶରେ ଚର୍ଚ୍ଚା! କାରଣ, ଏକ ରାଜନୈତିକ ବିକ୍ଷୋଭରେ ସାମିଲ ହେବା ପରେ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ମୁମ୍ବାଇ ପୋଲିସ ଦେଇଛି ଭାରତ ଛାଡ଼ିବାକୁ ନୋଟିସ୍!

ଅକ୍ଟୋବର ୨୮ ତାରିଖକୁ ଡେଡ୍‌ଲାଇନ୍! କିନ୍ତୁ ପ୍ରଶ୍ନ ହେଉଛି, ଇମ୍ରାନଙ୍କ ବିରୋଧରେ ପୋଲିସ ଏଭଳି ପଦକ୍ଷେପ କାହିଁକି ନେଲା? ଗୋଟିଏ ବିକ୍ଷୋଭରେ ସାମିଲ ହେବା କ’ଣ ତାଙ୍କ ପାଇଁ ଏତେ ବଡ଼ ସମସ୍ୟା ହୋଇଗଲା? ତେବେ ସୂଚନୁଯାୟୀ, ଅକ୍ଟୋବର ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ଆୟୋଜିତ ହୋଇଥିଲା ଏକ ବିକ୍ଷୋଭ।

କକରୋଚ୍ ଜନତା ପାର୍ଟି, ଅର୍ଥାତ୍ CJP ପକ୍ଷରୁ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଏହି ପ୍ରତିବାଦ କରାଯାଇଥିଲା। ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ଅଭିନେତା ଇମ୍ରାନ ଖାନ୍। ତାଙ୍କ ସହ ଥିଲେ ତାଙ୍କ ସାଥୀ ଅଭିନେତ୍ରୀ ଲେଖା ୱାଶିଂଟନ୍ ଏବଂ ସମ୍ପର୍କୀୟ ଜେନ୍ ମେରୀ ଖାନ୍।

କିନ୍ତୁ ବିକ୍ଷୋଭ ମଧ୍ୟରେ ହଠାତ୍ ପୋଲିସର କାର୍ଯ୍ୟାନୁଷ୍ଠାନ! ଇମ୍ରାନଙ୍କ ସମେତ ଏହି ତିନି ଜଣଙ୍କୁ ପୋଲିସ ଅଟକ ରଖିଥିଲା। ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ଏହି ଘଟଣା ପରେ ଇମ୍ରାନ ଖାନ୍‌ଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ଚର୍ଚ୍ଚାକୁ ଆସିଥିଲା।ପୋଲିସ ଭ୍ୟାନ୍ ଭିତରୁ ନିଜର ଏକ ଫଟୋ ପୋଷ୍ଟ କରି ସେ ଲେଖିଥିଲେ—‘Apparently I’m going for a drive’।ଅର୍ଥାତ୍, ‘ବୋଧହୁଏ ମୁଁ ବୁଲିବାକୁ ଯାଉଛି!’

ଏହା ସହିତ ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା, ଯେଉଁଥିରେ ସେ ପୋଲିସକୁ ‘ଜୟ ହିନ୍ଦ୍’ କହୁଥିବା ଶୁଣିବାକୁ ମିଳିଥିଲା। ଅନ୍ୟ ଏକ ଭିଡିଓରେ ସେ କହିଥିଲେ, ତାଙ୍କୁ କାହିଁକି ଅଟକ ରଖାଯାଇଛି, ସେ ନିଜେ ମଧ୍ୟ ଜାଣିନାହାନ୍ତି। ରାସ୍ତାରୁ ଅନେକଙ୍କୁ ଧରି ପୋଲିସ ଭ୍ୟାନ୍‌ରେ ବସାଇ ଦିଆଯାଇଥିଲା ଏବଂ ପ୍ରାୟ ଦୁଇ ଘଣ୍ଟା ଧରି ବୁଲାଯିବା ପରେ ଛାଡ଼ି ଦିଆଯାଇଥିଲା ବୋଲି ସେ ଦାବି କରିଥିଲେ।

ତେବେ ଏହି ଘଟଣାର ସବୁଠୁ ବଡ଼ ଦିଗ ହେଉଛି ଇମ୍ରାନ ଖାନ୍‌ଙ୍କ ନାଗରିକତା। ରିପୋର୍ଟ ଅନୁସାରେ, ଇମ୍ରାନ ଆମେରିକାର ନାଗରିକ ଏବଂ ତାଙ୍କ ପାଖରେ OCI କାର୍ଡ ରହିଛି। ଅର୍ଥାତ୍, ସେ ଭାରତୀୟ ନାଗରିକ ନୁହନ୍ତି। ମୁମ୍ବାଇ ପୋଲିସର କହିବା ଅନୁସାରେ, ଭାରତୀୟ ନାଗରିକ ନ ହୋଇ ଏହି ବିକ୍ଷୋଭରେ ସାମିଲ ହେବା ଘଟଣାରେ ଇମିଗ୍ରେସନ୍ ଆଇନର ସମ୍ପୃକ୍ତ ବ୍ୟବସ୍ଥା ଅନୁଯାୟୀ ତାଙ୍କ ବିରୋଧରେ ପଦକ୍ଷେପ ନିଆଯାଇଛି।

ମୁମ୍ବାଇ ପୋଲିସ ତାଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡ଼ିବାକୁ ନୋଟିସ୍ ଦେଇଛନ୍ତି । ଏହି ବିକ୍ଷୋଭରେ କେବଳ ଇମ୍ରାନ ନୁହନ୍ତି, ଟୁଶାର ଗାନ୍ଧୀଙ୍କ ନେତୃତ୍ୱାଧୀନ ‘ହମ୍ ଭାରତ କେ ଲୋଗ୍’ ସଂଗଠନର ସଦସ୍ୟ ଏବଂ CPI(M) କର୍ମୀଙ୍କ ସମେତ ପ୍ରାୟ ୪୦୦ ଜଣଙ୍କୁ ପୋଲିସ ଅଟକ ରଖିଥିବା ମଧ୍ୟ ଖବର ଆସିଛି।

ତେବେ ଇମ୍ରାନ ଖାନ୍‌ଙ୍କ ପାଇଁ ଏହି ନୋଟିସ୍ ପରବର୍ତ୍ତୀ ସମୟରେ କେଉଁ ମୋଡ଼ ନେବ? ଅକ୍ଟୋବର ୨୮ ତାରିଖ ପୂର୍ବରୁ ଏହି ମାମଲାରେ ଆଉ କିଛି ନୂଆ ତଥ୍ୟ ସାମ୍ନାକୁ ଆସିବ କି? ଏବେ ସମସ୍ତଙ୍କ ନଜର ପରବର୍ତ୍ତୀ ପଦକ୍ଷେପ ଉପରେ।