ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି। ୨୦୨୧ ଜାନୁଆରୀ ୨ରେ ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ହୋଇଥିଲା। ଏହି ମାମଲାରେ ପ୍ରତାପ ଜେନାଙ୍କୁ ଅଭିଯୁକ୍ତ କରିବା ପ୍ରସଙ୍ଗରେ ତଳ କୋର୍ଟଙ୍କ ଆଦେଶକୁ ହାଇକୋର୍ଟ ରଦ୍ଦ କରିଥିଲେ। ଏବେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ଫଳରେ ପୂର୍ବତନ ମନ୍ତ୍ରୀଙ୍କୁ ମିଳିଛି ଆଶ୍ୱସ୍ତି।
