\n\n\n\n\n\n\n

ଚାହିଁଛନ୍ତି ପ୍ରଭାତୀ; ଭୋଟ ପୋଛି ନେଇଗଲେ ସମୀର !

ପ୍ରଭାତୀ ବନାମ ସମୀର!

ପ୍ରଭାତୀଙ୍କ ଗଡରେ ବିଜେଡ଼ିର ବାଜିମାତ !

ସମୀରଙ୍କ ନାଚ ଦେଖି, ଚିନ୍ତାରେ ପ୍ରଭାତୀ !

ପ୍ରଭାତୀ-ସମୀର ଲଢ଼େଇରେ ନୂଆ ମୋଡ଼!

ନିର୍ବାଚନ ଫଳାଫଳକୁ ନେଇ ଉଠୁଛି ପଡୁଛି ନିମାପଡା !

କଲେଜ ନିର୍ବାଚନରେ ଜିତ୍‌… କିନ୍ତୁ ଏହି ଜିତ୍‌କୁ ନେଇ ଏବେ ନିମାପଡ଼ା ରାଜନୀତିରେ ହଲଚଲ୍‌! ଗୋଟିଏ ପଟେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା… ଆଉ ଅନ୍ୟପଟେ ବିଜେପି ନେତା ତଥା ପୂର୍ବତନ ବିଧାୟକ ସମୀର ରଞ୍ଜନ ଦାସ। ନିମାପଡ଼ା କଲେଜର ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଏବେ ଦୁଇ ନେତାଙ୍କ ମଧ୍ୟରେ ଥିବା ରାଜନୈତିକ କନ୍ଦଳକୁ ପୁଣି ଚର୍ଚ୍ଚାକୁ ଆଣିଛି।

ଦୀର୍ଘ ୮ ବର୍ଷ ପରେ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ନିମାପଡ଼ା କଲେଜ ସଭାପତି ପଦ ପାଇଁ ସମୀର ଦାସଙ୍କ ସମର୍ଥିତ ମେଣ୍ଟ ପ୍ରାର୍ଥୀ ସୌମେନ୍ଦ୍ର ଭୋଳ ବାଜି ମାରିଛନ୍ତି। ଏବିଭିପି ସମର୍ଥିତ ପ୍ରାର୍ଥୀ ରଶ୍ମି ରଞ୍ଜନ ପରିଡ଼ାଙ୍କୁ ୨୯୧ ଭୋଟ୍‌ ବ୍ୟବଧାନରେ ହରାଇ ସେ ବିଜୟୀ ହୋଇଛନ୍ତି। ଆଉ ଏହି ବିଜୟ ପରେ ସମୀରଙ୍କ ସମର୍ଥକଙ୍କ ଉତ୍ସାହ କହିଲେ ନସରେ! ବିଜେଡି ପତାକା ଧରି ସମୀରଙ୍କ ସପକ୍ଷରେ ନାରାବାଜି… ଏପରିକି ନବୀନ ପଟ୍ଟନାୟକଙ୍କ ଗୀତରେ ଝୁମିବାର ଦୃଶ୍ୟ ଏବେ ରାଜନୈତିକ ଚର୍ଚ୍ଚାକୁ ଆହୁରି ବଢ଼ାଇଛି।

ଏବିଭିପି ପ୍ରାର୍ଥୀଙ୍କୁ ମାତ୍‌!

ସମୀରଙ୍କ ଶିବିରରେ ଉତ୍ସବ!

ତେବେ ଏହି କଲଜେ ଛାତ୍ର ନିର୍ବାଚନ ଫଳାଫଳକୁ ନେଇ ସମୀର ରଞ୍ଜନ ଦାସ ଏବେ ଆଗାମୀ ପଞ୍ଚାୟତ ନିର୍ବାଚନ କଥା ଉଠାଇଛନ୍ତି। ତାଙ୍କ ଦାବି, ଛାତ୍ର ନିର୍ବାଚନର ଏହି ଫଳାଫଳର ପ୍ରଭାବ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ପଡ଼ିପାରେ। ଅର୍ଥାତ୍‌, ଗୋଟିଏ କଲେଜର ନିର୍ବାଚନ ଏବେ ପଞ୍ଚାୟତ ରାଜନୀତିର ଚର୍ଚ୍ଚାକୁ ଟାଣି ଆଣିଛି।

ସମୀରଙ୍କ ନଜର ପଞ୍ଚାୟତ ନିର୍ବାଚନ!

କଲେଜ ଜିତ୍‌, ରାଜନୀତିରେ ପ୍ରଭାବ?

ପ୍ରଭାତୀଙ୍କ ପାଇଁ ରାଜନୈତିକ ଚ୍ୟାଲେଞ୍ଜ!

ଏବେ ପ୍ରଶ୍ନ ଉଠୁଛି, ପ୍ରଭାତୀ ପରିଡ଼ା ଓ ସମୀର ଦାସଙ୍କ ମଧ୍ୟରେ ଏହି ରାଜନୈତିକ ଦୂରତା କାହିଁକି ଏତେ ଚର୍ଚ୍ଚାରେ? ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଦୁଇ ନେତାଙ୍କ ମଧ୍ୟରେ ପୂର୍ବରୁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ରହିଆସିଛି। ସମୀର ଦାସ ବିଜେଡି ଛାଡ଼ି ବିଜେପିରେ ଯୋଗଦେବା ପରେ ମଧ୍ୟ ଏହି ସମୀକରଣ ସ୍ୱାଭାବିକ ହୋଇପାରିନଥିବା ଚର୍ଚ୍ଚା ହେଉଛି। ଏବେ ଛାତ୍ର ନିର୍ବାଚନରେ ସମୀରଙ୍କ ସମର୍ଥିତ ପ୍ରାର୍ଥୀଙ୍କ ବିଜୟକୁ ତାଙ୍କ ଶିବିର ନିଜର ଶକ୍ତି ପ୍ରଦର୍ଶନ ଭାବେ ଦେଖୁଛି। ଅନ୍ୟପଟେ ଏହି ଫଳାଫଳକୁ ନେଇ ସ୍ଥାନୀୟ ବିଜେପି ରାଜନୀତିରେ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି।

ଗୋଟିଏ ମଞ୍ଚରେ ଦୁଇ ନେତା?

ନିମାପଡ଼ା ବିଜେପିରେ ଅସନ୍ତୋଷ?

ପ୍ରଭାତୀ-ସମୀର କନ୍ଦଳ ଚର୍ଚ୍ଚାରେ!

ତେବେ ଏହି ବିଜୟ କେବଳ କଲେଜ ସଂସଦରେ ସୀମିତ ରହିବ, ନା ଆଗାମୀ ଦିନରେ ନିମାପଡ଼ା ରାଜନୀତିର ଚିତ୍ର ବଦଳାଇବ?ସମୀରଙ୍କ ଏହି ବିଜୟ ପ୍ରଭାତୀ ପରିଡ଼ାଙ୍କ ପାଇଁ ବାସ୍ତବରେ କେତେ ବଡ଼ ରାଜନୈତିକ ଚ୍ୟାଲେଞ୍ଜ ହେବ? ଆଉ ଏହାର ପ୍ରଭାବ ଆଗାମୀ ପଞ୍ଚାୟତ ନିର୍ବାଚନରେ କେତେ ଦୂର ପଡ଼ିବ? ତାହା ଦେଖିବାକୁ ବାକି ରହିଲା | ତେବେ ନିମାପଡ଼ାର ଏହି ଲଢ଼େଇ ଏବେ କେବଳ ଛାତ୍ର ନିର୍ବାଚନର କାହାଣୀ ନୁହେଁ… ଏହା ଦୁଇ ନେତାଙ୍କ ରାଜନୈତିକ ପ୍ରଭାବ ଓ ଆଗାମୀ ଦିନର ସମୀକରଣକୁ ନେଇ ଏକ ବଡ଼ ଚର୍ଚ୍ଚା।