\n\n\n\n\n\n\n

ଭୋଟ୍ ଚୋରି ଅଭିଯୋଗ; ଧାରଣାରେ NSUI ପ୍ରାର୍ଥୀ

ମାଲକାନଗିରି ମହାବିଦ୍ୟାଳୟରେ ଛାତ୍ର ନିର୍ବାଚନକୁ ନେଇ ତେଜିଲା ବିବାଦ! ଭୋଟ ଚୋରି ଅଭିଯୋଗ ଆଣି କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି NSUI ପ୍ରାର୍ଥୀ।

ଛାତ୍ର ନିର୍ବାଚନର ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି NSUI ପ୍ରାର୍ଥୀ। ନିର୍ବାଚନରେ ଭୋଟ ଚୋରି ହୋଇଥିବା ଅଭିଯୋଗ କରିବା ସହ ପୁଣିଥରେ ଭୋଟ ଗଣତି କରିବାକୁ ଦାବି କରିଛନ୍ତି ସେମାନେ।

ଏହି ଦାବିକୁ ନେଇ କଲେଜ ସମ୍ମୁଖରେ ଧାରଣା ଜାରି ରହିଥିବାରୁ ଛାତ୍ର ରାଜନୀତିରେ ଉତ୍ତେଜନା ଦେଖାଦେଇଛି।

ତେବେ ପ୍ରକୃତରେ ଭୋଟ ଗଣତିରେ କୌଣସି ଅନିୟମିତତା ହୋଇଛି କି? NSUI ପ୍ରାର୍ଥୀଙ୍କ ଦାବି ଉପରେ କଲେଜ କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି? ଏବେ ସମସ୍ତଙ୍କ ନଜର ରହିଛି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ।