\n\n\n\n\n\n\n

୩୦୦ ଦିନର କାମ… ଲାଞ୍ଚ ଅଭିଯୋଗ !

ମନରେଗାରୁ ଭିବି-ଜି ରାମଜୀ ଯୋଜନା! ହେଲେ ଶ୍ରମିକଙ୍କୁ ମିଳୁନି କାମ, ମଜୁରୀକୁ ନେଇ ବଢ଼ୁଛି ଅସନ୍ତୋଷ। ୩୦୦ ଦିନର କାମ ଦାବି ସହ ଗାଁ ସାଥୀଙ୍କୁ ଲାଞ୍ଚ ମାଗିବା ଅଭିଯୋଗ ନେଇ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଶ୍ରମିକ।

ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକର କନ୍ଧେନଝୁଲା, ଗମ୍ଭାରୀ ଓ ଦରଳିପାଲି ପଞ୍ଚାୟତର ଶ୍ରମିକମାନେ ଏକାଠି ହୋଇ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ପରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ବର୍ଷକୁ ୩୦୦ ଦିନର କାମ, ନିୟମିତ ମଜୁରୀ ପ୍ରଦାନ, ବନ୍ଦ ଥିବା କାମ ଆରମ୍ଭ, ବକେୟା ମଜୁରୀ ଦେବା ଏବଂ କଟିଯାଇଥିବା ଜବ୍‌କାର୍ଡ ପୁନଃ ସଂଯୋଗ କରିବାକୁ ଦାବି କରିଛନ୍ତି ଶ୍ରମିକ। ଅନ୍ୟପଟେ, ଗାଁ ସାଥୀଙ୍କୁ ଲାଞ୍ଚ ମାଗିବା ଅଭିଯୋଗ ମଧ୍ୟ ଉଠାଇଛନ୍ତି।

ତେବେ ଦାବିପତ୍ର ଗ୍ରହଣ କରି ଖୁବ୍‌ଶୀଘ୍ର ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି ବେଲପଡ଼ା ବିଡ଼ିଓ। ଏବେ ଶ୍ରମିକଙ୍କ ଦାବି କେବେ ପୂରଣ ହେଉଛି, ତାହା ଉପରେ ନଜର।