\n\n\n\n\n\n\n

ସାମ୍ବାଦିକଙ୍କ ସୁରକ୍ଷା ଚିନ୍ତା! ପିସିଆଇର ବଡ଼ ପଦକ୍ଷେପ

ଆନ୍ଦୋଳନ ବେଳେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କଲା ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ। ସୁରକ୍ଷିତ ରହି ଖବର ସଂଗ୍ରହ ପାଇଁ ଜାରି ହେଲା ନିର୍ଦ୍ଦେଶାବଳୀ। ବୈଧ ପରିଚୟପତ୍ର ପ୍ରଦର୍ଶନ, ଉତ୍ତେଜନାଠାରୁ ଦୂରତା ରକ୍ଷା ଏବଂ ପୁଲିସର ନିର୍ଦ୍ଦେଶ ପାଳନ ପାଇଁ ପରାମର୍ଶ ଦିଆଯାଇଛି। ଏଥିସହ ଖବର ପ୍ରସାରଣ ପୂର୍ବରୁ ତଥ୍ୟ ଯାଞ୍ଚ ଓ ନିରପେକ୍ଷତା ବଜାୟ ରଖିବାକୁ ଗୁରୁତ୍ୱ ଦେଇଛି ପିସିଆଇ।