ସରକାରଙ୍କ ନିୟମକୁ ଫୁ କରି ଉଡାଇ ଦେଇଛନ୍ତି ବ୍ୟବସାୟୀ, କଳା ବଜାରୀରେ ବିକ୍ରି ହେଉଛି ଗୁଟଖା

1- ସରକାରଙ୍କ ନିୟମକୁ ଫୁ କରି ଉଡାଇ ଦେଇଛନ୍ତି ବ୍ୟବସାୟୀ
2- ରାଜ୍ୟରେ କଳା ବଜାରୀରେ ବିକ୍ରି ହେଉଛି ଗୁଟଖା
3- ଚଢା ଦରରେ କିଣିବା ସହିତ ଖୁଲାମ ଖୁଲା ବିକ୍ରି ହେଉଛି ଗୁଟଖା
4- ସରକାରଙ୍କ ଆଖି ଆଗରେ ଚାଲିଛି ବେପାର
5- ସବୁ ଜାଣି ଶୁଣି ଚୁପ ବସିଛି ପ୍ରଶାସନ

ଗତ ଜାନୁଆରୀ ୨୧ ତାରିଖରେ ରାଜ୍ୟବ୍ୟାପୀ ଗୁଟଖା, ପାନ ମସଲା, ଓ ତମାଖୁ ଆଦି ସମସ୍ତ ଉତ୍ପାଦର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ, ପରିବହନ, ବଣ୍ଟନ ଏବଂ ବିକ୍ରୟ ଉପରେ ନିଷିଦ୍ଧ ନେଇ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଖାଦ୍ୟ ସୁରକ୍ଷା ଗାଇଡଲାଇନ୍ ଅନୁସାରେ ଏହି ପଦକ୍ଷେପ ନିଆଯାଇଥିଲା । ନିଶା ଦ୍ରବ୍ୟ ଯୋଗୁଁ ଶରୀରରେ ମାରାତ୍ମକ କର୍କଟ ସହିତ ଗୁରୁତର ରୋଗ ସୃଷ୍ଟି ହୋଇଥାଏ । ବିଶେଷକରି ଶିଶୁ ଓ ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ହାନିକାରକ କାରଣରୁ ଏହାକୁ ବ୍ୟାନ ପାଇଁ ଗାଇଡ଼ଲାଇନ ଜାରି କରିଥିଲା।

କିନ୍ତୁ ଏହି ନିୟମକୁ ଖୋଲାଖୋଲି ଭାବରେ ବ୍ୟବସାୟୀ ମାନେ ଉଲଂଘନ କରିଥିବା ଦେଖିବାକୁ ମିଳୁଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କୋଣ ଅନୁକୋଣରେ ଏବେ ବି ଗୁଟଖା ବିକ୍ରି ହେଉଛି। ଗୁଟଖାର କଳା ବଜାରୀ ଚାଲିଛି । ଚଢା ଦରରେ ବ୍ୟବସାୟୀ ମାନେ କିଣିବା ସହିତ ଚଢା ଦରରେ ବଜାରରେ ମଧ୍ୟ ବିକ୍ରି କରୁଛନ୍ତି । ଏସବୁ ଦେଖି ଚୁପ ବସିଛି ପ୍ରଶାସନ । ପ୍ରଶାସନ ସ୍ଥାଣୁତା ପାଇଁ ନିୟମକୁ ଫୁ କରି ବଜାରରେ ଏପରି ବେଧଡକ ବେପାର ଚାଲିଛି । ତେବେ ଏଠି ପ୍ରଶ୍ନ ଉଠୁଛି
6- କାହିଁକି ସରକାରଙ୍କ ନିୟମକୁ ମାନୁନାହାନ୍ତି ଅମାନିଆ
7- ନା ସରକାରଙ୍କ ଏଭଳି ଖାମ ଖିଆଲୀ ନୀତି ଅମାନିଆ ମାନଙ୍କୁ ସାହସ ଦେଉଛି

ତେବେ ସରକାର ଖାଲି ନିୟମ କରିଦେଲେ ହେବନି ଏହାକୁ ମଧ୍ୟ କଡାକଡି ଭାବରେ ପାଳନ କରାଯିବା ଜରୁରୀ ବୋଲି ଚର୍ଚ୍ଚା ହେଉଛି। ସାଧାରଣ ଲୋକ ଏବଂ ବିଶେଷଜ୍ଞଙ୍କ ମତରେ ସରକାର ଖାଲି କାଗଜ କଲମରେ ନିୟମ କରିଦେଉଛନ୍ତି କିନ୍ତୁ ଏହାକୁ ବାସ୍ତବରେ ପରିଣତ କରୁନାହାନ୍ତି । ଦୋକାନରେ ଅଧିକାରୀ ମାନେ ଯାଇ ଯାଞ୍ଚ କରୁନାହାନ୍ତି, ଯାଞ୍ଚ ବେଳେ ଦୋକାନୀଙ୍କ ଠାରୁ ଗୁଟଖା ଧରା ପଡିଲେ କିଛି ମୋଟା ଅଙ୍କର ଫାଇନ ଲଗାଉଛନ୍ତି କିନ୍ତୁ ଲାଇସେନ୍ସକୁ ରଦ୍ଧ କରୁନାହାନ୍ତି। ଚେକିଂ ପୁଣି ସରକାରଙ୍କ ମନ ହେଲେ କରୁଛନ୍ତି ନ ହେଲେ ନାଇଁ ସବୁଦିନ କଲେ ବ୍ୟବସାୟୀ କିମ୍ବା ଏହାକୁ ସେବନ କରୁଥିବା ଲୋକଙ୍କ ମନରେ ଛନକା ପଶିବ ଜ ଦ୍ୱାରା ସେମାନେ ଏଠାରୁ ଦୁରେଇ ରହିବେ । କିନ୍ତୁ ସରକାର ଏଭଳି କିଛି କଠୋର ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏହାଛଡା ସରକାରଙ୍କୁ ଏଥରୁ ଅଧିକ ରାଜସ୍ବ ମିଳୁଥିବାରୁ ସରକାର ଏଥି ପ୍ରତି କଠୋର ହେଉନଥିବା ଅଭିଯୋଗ ହେଉଛି । ଯାହାଦ୍ୱାରା ଗୁଟଖା ବ୍ୟବସାୟ ଥମିବାରେ ନାଁ ନେଉନି…

ଅନ୍ୟପଟେ ବ୍ୟବସାୟୀ କିନ୍ତୁ ଓଲଟା କଥା କହୁଛନ୍ତି ଗୁଟଖାକୁ ସରକାର ରାଜ୍ୟରେ ବ୍ୟାନ କରୁଛନ୍ତି କିନ୍ତୁ କମ୍ପାନୀକୁ ନୁହେଁ। ଯାହାଦ୍ୱାରା କମ୍ପାନୀ ପ୍ରଡକ୍ସନ କରୁଛି ଏବଂ ଆମେ କିଣିବାକୁ ବାଧ୍ୟ ହେଉଛୁ । ଆମେ ଆମର ପେଟ ପାଟଣା କରିବାକୁ ବ୍ୟବସାୟ କରୁଛୁ କିନ୍ତୁ ସରକାର କମ୍ପାନୀ ଉପରେ ଆକ୍ସନ ନ ନେଇ ଆମ ଉପରେ ଦାଉ ସାଧୁଛି ।

Leave a Reply

Your email address will not be published. Required fields are marked *