\n\n\n\n\n\n\n

ଆଇନ ମନ୍ତ୍ରୀଙ୍କ କଡ଼ା ୱାର୍ଣ୍ଣିଂ; ସୋସିଆଲ୍ ମିଡିଆ ୟୁଜର୍ସ ଯିବେ ପାଗଳାଖାନା!

ସୋସିଆଲ ମିଡ଼ିଆ ୟୁଜର୍ସଙ୍କୁ ଲାଗିଲା ଝଟକା !

ଅଶାଳୀନ ଭାଷା କିମ୍ବା ଗାଳିଗୁଲଜ ଦେଉଥିଲେ ସାବଧାନ !

ସରକାର କଲେ ବଡ ଘୋଷଣା !

ସୋସିଆଲ୍ ମିଡିଆରେ ଅଭଦ୍ରାମି କଲେ ଲାଗିବ ‘ଇଲେକ୍ଟ୍ରିକ୍ ସକ୍’ !

ଆଇନ ମନ୍ତ୍ରୀଙ୍କ କଡ଼ା ଚେତାବନୀ

ଅଭଦ୍ରାମି କରୁଥିଲେ ହେବ ‘ମାନସିକ ଚିକିତ୍ସା’

ହାତରେ ସ୍ମାର୍ଟଫୋନ୍ ଆଉ ମାଗଣା ଇଣ୍ଟରନେଟ୍ ମିଳିଗଲା ବୋଲି କ’ଣ ଯାହା ମନକୁ ଆସିବ ତାହା ଲେଖିଦେବେ କି? ସୋସିଆଲ୍ ମିଡିଆରେ ନିଜକୁ ବଡ଼ ହିରୋ ଭାବି, ଫେକ୍ ଆକାଉଣ୍ଟ ପଛରେ ଲୁଚି ଅନ୍ୟକୁ ଗାଳିଗୁଲଜ କରୁଥିବା ବ୍ୟକ୍ତିଙ୍କ ପାଇଁ ଏବେ ଆସିଛି ଏକ ବଡ଼ ଖବର। ଯଦି ଆପଣ ବି ଫେସବୁକ୍ କିମ୍ବା ୟୁଟ୍ୟୁବରେ ସାମାନ୍ୟ ଭିୟୁଜ୍ ବା ଲାଇକ୍ ପାଇଁ ଅଭଦ୍ର ଭାଷା ପ୍ରୟୋଗ କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ! କାରଣ ଏବେ ଏଭଳି କୁତ୍ସିତ ମାନସିକତା ରଖୁଥିବା ଲୋକଙ୍କର ହେବ ଉପଯୁକ୍ତ ଚିକିତ୍ସା। ଖୋଦ୍ ଆଇନ ମନ୍ତ୍ରୀ ପ୍ରୀଥ୍ବୀରାଜ ହରିଚନ୍ଦନ ଏଭଳି ଲୋକଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି।

ଆଜିକାଲି ସୋସିଆଲ୍ ମିଡିଆ ଯେମିତି ଏକ ଓପନ୍ ସୋର୍ସ ପାଲଟିଛି, ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାର ବ୍ୟବହାର କରୁଛନ୍ତି। ହେଲେ କିଛି ଲୋକ ସବୁ ସୀମା ଟପିଯାଉଛନ୍ତି। ଏହାକୁ ନେଇ ମନ୍ତ୍ରୀ ସିଧାସଳଖ କହିଛନ୍ତି ଯେ, ସୋସିଆଲ୍ ମିଡିଆ ଏବେ ଏକ କଦର୍ଯ୍ୟ ମାଧ୍ୟମ ପାଲଟିଗଲାଣି। କୌଣସି ରାଜନୈତିକ ଦଳ ହେଉ ବା ଅନ୍ୟ କୌଣସି ପେଶାର ଲୋକ ହୁଅନ୍ତୁ, ସୋସିଆଲ ମିଡିଆରେ ଏଭଳି ଭାଷାହୀନ ଆଚରଣ ଏକ ‘ମାନସିକ ରୋଗ’। ଆଉ ଏହି ରୋଗର ଚିକିତ୍ସା ନିହାତି ଜରୁରୀ ହୋଇପଡିଲାଣି। ପାଗଳାଖାନାରେ ଯେମିତି ମାନସିକ ରୋଗୀଙ୍କୁ ଇଲେକ୍ଟ୍ରିକ୍ କରେଣ୍ଟ୍ ଦିଆଯାଏ, ଠିକ୍ ସେମିତି କିଛି କଡ଼ା ବ୍ୟବସ୍ଥା ନକଲେ ଏହି ସୋସିଆଲ ମିଡିଆରୁ ଶାଳୀନତା ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇଯିବ।

ତେବେ ମନ୍ତ୍ରୀଙ୍କ ଏହି ବୟାନ ପରେ ଗୋଟିଏ କଥା ସ୍ପଷ୍ଟ ଯେ, ଆଗାମୀ ଦିନରେ ସୋସିଆଲ ମିଡିଆକୁ ନେଇ ସରକାର କୌଣସି କଡ଼ା ଆକ୍ସନ୍ ମୋଡକୁ ଆସିପାରନ୍ତି। ଡିଜିଟାଲ୍ ସ୍ପେସରେ ସାଇବର ଅଭଦ୍ରାମି ଉପରେ ଲଗାମ ଲଗାଇବାକୁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହେବାର ସଙ୍କେତ ଏଥିରୁ ବାରି ହୋଇପଡୁଛି। ବିନା ଲଗାମରେ ଦୌଡୁଥିବା ଏହି ସୋସିଆଲ ମିଡିଆ ଘୋଡ଼ାକୁ ଏବେ ଆଇନର ଲଗାମ ପିନ୍ଧାଇବା ନିହାତି ଆବଶ୍ୟକ।

ତେବେ ଆପଣଙ୍କୁ କ’ଣ ଲାଗୁଛି? ମନ୍ତ୍ରୀଙ୍କ ଏହି କଥାରେ ଆପଣ କେତେ ସହମତ, ଏବଂ ସୋସିଆଲ୍ ମିଡିଆରେ ଅଶ୍ଳୀଳତାକୁ ରୋକିବା ପାଇଁ ସରକାର କେଉଁ ପଦକ୍ଷେପ ନେବା ଉଚିତ୍? କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।