ନ୍ୟାସନାଲ୍ ହେରାଲ୍ଡ ମାମଲାରେ ଆଜି ବଡ଼ ଶୁଣାଣି

ନିର୍ବାଚନୀ ତାତି ଭିତରେ କଂଗ୍ରେସକୁ ଲାଗିବ କି ବଡ଼ ଝଟକା? ନ୍ୟାସନାଲ୍ ହେରାଲ୍ଡ ମାମଲାରେ ସୋନିଆ ଓ ରାହୁଲଙ୍କ ବିରୋଧରେ ଆଜି କୋର୍ଟରେ କ’ଣ ହେବ ଫଇସଲା?” ଏପଟେ ଭୋଟ୍ ଯୁଦ୍ଧ, ସେପଟେ କୋର୍ଟରେ ଇଡିର ଆଟାକ୍! ନ୍ୟାସନାଲ୍ ହେରାଲ୍ଡ ମାମଲାରେ ରାହୁଲ ଓ ସୋନିଆଙ୍କ ଅଡ଼ୁଆ ବଢ଼ାଇବେ କି ଦିଲ୍ଲୀ ହାଇକୋର୍ଟ?” ନ୍ୟାସନାଲ୍ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ପୁଣି ବଢ଼ିପାରେ! ଆଜି ଦିଲ୍ଲୀ ହାଇକୋର୍ଟରେ ଏକ ବଡ଼ ଶୁଣାଣି ହେବାକୁ ଯାଉଛି। ଅଭିଯୋଗ ରହିଛି ଯେ, ‘ୟଙ୍ଗ୍ ଇଣ୍ଡିଆନ୍’ କମ୍ପାନୀ ଜରିଆରେ ଗାନ୍ଧୀ ପରିବାର ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ ର ପ୍ରାୟ ଦୁଇ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ହଡ଼ପ କରିଛନ୍ତି। ଏହି ମାମଲାରେ ଇଡି ମନି ଲଣ୍ଡରିଂର ତଦନ୍ତ କରୁଛି। “ତେବେ ଗତ ଡିସେମ୍ବର ମାସରେ ତଳ କୋର୍ଟ ଏହି ମାମଲାରେ ଇଡିର ଚାର୍ଜସିଟକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। କାରଣ ଏହି ମାମଲା କୌଣସି ପୋଲିସ ଏଫଆଇଆର୍ ବଦଳରେ ଏକ ବ୍ୟକ୍ତିଗତ ଅଭିଯୋଗ ଉପରେ ଆଧାରିତ ଥିଲା। ଏହି ନିଷ୍ପତ୍ତି ଇଡି ପାଇଁ ଏକ ବଡ଼ ଝଟକା ଥିଲା।” ଆଜି ଜଷ୍ଟିସ୍ ସ୍ୱର୍ଣ୍ଣା କାନ୍ତା ଶର୍ମାଙ୍କ ଖଣ୍ଡପୀଠରେ ଏହାର ଶୁଣାଣି ହେବ। ଏବେ ନଜର, ହାଇକୋର୍ଟ କି ରାୟ ଶୁଣାଉଛନ୍ତି।

Leave a Reply

Your email address will not be published. Required fields are marked *