କମିଶନେରେଟ ପୋଲିସ ର ନୂଆ ସ୍ଲୋଗାନ We Dont Care !

କଣ ଶୋଇପଡିଛି କି ଓଡ଼ିଶା ପୋଲିସ? ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ପାଇଁ ଏତେ କୋହଳ ସୁରକ୍ଷା କାହିଁକି? ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା ପରେ ବି କଣ ଚେତିନାହିଁ କମିଶନରେଟ୍ ପୋଲିସ? ଦୃଶ୍ୟକୁ ଟିକେ ଭଲ ଭାବରେ ଦେଖନ୍ତୁ। ୨୦୧୫ ମସିହାରେ ଜଗତପୁରରୁ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ଅଭିଯୋଗରେ ଧରାପଡିଥିବା ସନ୍ଦିଗ୍ଧ ଆତଙ୍କୀ ଅବଦୂର ରେହମାନ। କିଛି ଦିନ ତଳେ ତାକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କଟକ SCB ଅଣାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ମାତ୍ର ଦୁଇଜଣ ନିରସ୍ତ୍ର ପୋଲିସଙ୍କ ସହ ରେହମାନ ରାସ୍ତାରେ ଖୋଲାମେଲା ଚାଲି ଚାଲି ଯାଉଛି। ନା ଅଛି କଡ଼ା ପହରା, ନା ଅଛି ଅସ୍ତ୍ରଶସ୍ତ୍ର। ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଯଦି ଏହି ସମୟରେ କିଛି ଅଘଟଣ ଘଟିଥାନ୍ତା, ତେବେ ଦାୟୀ କିଏ ହୋଇଥାନ୍ତା? ଜଣେ ଦୁର୍ଦ୍ଦାନ୍ତ ସନ୍ଦିଗ୍ଧକୁ ଏମିତି ହାଲୁକା ଭାବେ ନେବା ପୋଲିସର କେଉଁ ପ୍ରକାରର କାର୍ଯ୍ୟଦକ୍ଷତା? ପୂର୍ବରୁ ଗ୍ୟାଙ୍ଗଷ୍ଟର ହାଇଦର ପୋଲିସକୁ ଚକମା ଦେଇ ଫେରାର ହେବା ଘଟଣା ରାଜ୍ୟ ପୋଲିସର ମୁଣ୍ଡ ନୁଆଁଇ ଦେଇଥିଲା। ତଥାପି ବି ପୋଲିସର ଚେତା ପଶୁନି। ଏହା କଣ ପୋଲିସର ଅତି ଆତ୍ମବିଶ୍ୱାସ ନା କର୍ତ୍ତବ୍ୟରେ ଅବହେଳା? ଜଗତପୁର ପଶ୍ଚିମ କଚ୍ଛରୁ ସଙ୍ଗୀନ ଆରୋପରେ ଧରାପଡିଥିବା ଏହି ବ୍ୟକ୍ତିକୁ ସାଧାରଣ କଏଦୀ ଭଳି ବ୍ୟବହାର କରିବା କେତେଦୂର ଯୁକ୍ତିଯୁକ୍ତ? ଯଦି ପୁଣିଥରେ ହାଇଦର ଭଳି ସ୍ଥିତି ଉପୁଜେ, ତେବେ ପୋଲିସ ପାଖରେ ଏହାର ଉତ୍ତର ଅଛି କି?

Leave a Reply

Your email address will not be published. Required fields are marked *