ମାସ ଶେଷ ଆସିଲେ ଆପଣଙ୍କ ପକେଟ୍ ମଧ୍ୟ ଖାଲି ହୋଇଯାଉଛି କି ? ଦୈନନ୍ଦିନ ଖର୍ଚ୍ଚ ତୁଲାଇବା ପାଇଁ ଧାର-ଉଧାର କରିବାକୁ ପଡ଼ୁଛି କି? ତେବେ କଳ୍ପନା କରନ୍ତୁ, ଯଦି ଆପଣଙ୍କୁ ମାସକୁ ଥରେ ନୁହେଁ, ବରଂ ଦୁଇ ଥର ଦରମା ମିଳେ, ତେବେ କେମିତି ହେବ? ହଁ ଆଜ୍ଞା, ଏଥର ମାସକୁ ମିଳିବ ଦୁଇଥର ଦରମା | ଦଶନ୍ଧି ପୁରୁଣା ‘ମାସ ଶେଷରେ ଦରମା’ ନିୟମକୁ ବଦଳାଇ ନେପାଳ ସରକାର ଏବେ ଆଣିଛନ୍ତି ଏକ କ୍ରାନ୍ତିକାରୀ “ପାକ୍ଷିକ ଦେୟ ବ୍ୟବସ୍ଥା”। ଅର୍ଥାତ୍, ଏଣିକି ସରକାରୀ କର୍ମଚାରୀଙ୍କୁ ପ୍ରତି ୧୫ ଦିନରେ ସେମାନଙ୍କର ଅଧା ଦରମା ମିଳିବ। ଏହି ଐତିହାସିକ ପଦକ୍ଷେପର ସିଧାସଳଖ ଲାଭ ମଧ୍ୟବିତ୍ତ ପରିବାରକୁ ମିଳିବ। ସ୍କୁଲ ଫି ହେଉ ବା ଇଲେକ୍ଟ୍ରିସିଟି ବିଲ୍ କିମ୍ବା ଘରର ରାସନ୍ – ଏବେ ବଜେଟ୍ ପରିଚାଳନା ହେବ ଆହୁରି ସହଜ। କେବଳ କର୍ମଚାରୀ ନୁହଁନ୍ତି, ଏହା ଦ୍ୱାରା ଦେଶର ଅର୍ଥନୀତି ମଧ୍ୟ ମଜବୁତ ହେବ। ଲୋକଙ୍କ ହାତକୁ ୧୫ ଦିନରେ ଥରେ ପଇସା ଆସିଲେ, ବଜାରରେ କ୍ରୟ କ୍ଷମତା ସ୍ଥିର ରହିବ ଏବଂ ଖୁଚୁରା ବ୍ୟବସାୟୀମାନେ ପୂରା ମାସ ଲାଭବାନ ହେବେ। ଆମେରିକା ଏବଂ ଅଷ୍ଟ୍ରେଲିଆ ଭଳି ବିକଶିତ ରାଷ୍ଟ୍ରର ମଡେଲକୁ ଏବେ ନେପାଳ ଆପଣେଇଛି। ଯଦି ନେପାଳର ଏହି ପରୀକ୍ଷଣ ସଫଳ ହୁଏ, ତେବେ ଏହା ସମଗ୍ର ଦକ୍ଷିଣ ଏସିଆ ପାଇଁ ଏକ ଉଦାହରଣ ପାଲଟିବ। କ’ଣ ଭାରତରେ ମଧ୍ୟ ଏମିତି ନିୟମ ଲାଗୁ ହେବା ଦରକାର କି? ଆପଣଙ୍କ ମତାମତ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।
©2026 B Tv WordPress Video Theme by WPEnjoy
