ଯୁଦ୍ଧ ଅଟକିଲେ ବି କମିବନି ବିପଦ! ଇରାନ ଏବଂ ଆମେରିକା ମଧ୍ୟରେ ଯଦିଓ ଯୁଦ୍ଧବିରତି ହୁଏ, ତଥାପି ସଙ୍କଟ ଟଳିବାର ନାଁ ନେଉନି। କାରଣ ବିଶ୍ୱର ସବୁଠାରୁ ବଡ଼ ତୈଳ ମାର୍ଗ ‘ହର୍ମୁଜ ପ୍ରଣାଳୀ’ ଏବେ ସାଜିଛି ମରଣଯନ୍ତା! ଆମେରିକାର ପ୍ରତିରକ୍ଷା ବିଭାଗ ‘ପେଣ୍ଟାଗନ’ର ଏକ ଗୋପନୀୟ ରିପୋର୍ଟ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ପେଣ୍ଟାଗନ କହିଛି, ହର୍ମୁଜ ପ୍ରଣାଳୀରେ ଇରାନ ସେନା ଏପରି ଭୟଙ୍କର ସାମୁଦ୍ରିକ ମାଇନ୍ସ ବା ସୁଡଙ୍ଗ ବିଛାଇଛି, ଯାହାକୁ ସଫା କରିବା ପାଇଁ ଅତି କମରେ ଛଅ ମାସ ସମୟ ଲାଗିବ। ଛଅ ମାସ ପର୍ଯ୍ୟନ୍ତ ବନ୍ଦ ରହିବ ସ୍ୱାଭାବିକ ଜାହାଜ ଚଳାଚଳ! ଏହାର ସିଧାସଳଖ ଅର୍ଥ ହେଉଛି- ବିଶ୍ୱ ଶକ୍ତି ଯୋଗାଣରେ ବିରାଟ ବାଧା। ଫେବୃଆରୀ ୨୮ରୁ ଚାଲିଥିବା ଏହି ଅଚଳାବସ୍ଥା ଯୋଗୁଁ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ ହେବାକୁ ଯାଉଛି। ଖାଲି ଆମେରିକା ନୁହେଁ, ଏହାର ଭୟଙ୍କର ପ୍ରଭାବ ଦକ୍ଷିଣ ଏସିଆ ଓ ଭାରତ ଉପରେ ମଧ୍ୟ ପଡ଼ିବ। ସବୁଠାରୁ ବଡ଼ ସସପେନ୍ସ ହେଉଛି, ଯେପର୍ଯ୍ୟନ୍ତ ଆମେରିକା ଓ ଇରାନ ମଧ୍ୟରେ ସଂଘର୍ଷ ସମ୍ପୂର୍ଣ୍ଣ ବନ୍ଦ ହୋଇନି, ସେପର୍ଯ୍ୟନ୍ତ ଏହି ଖଣି ସଫା କରିବା କାର୍ଯ୍ୟ ଆରମ୍ଭ କରିବା ଅସମ୍ଭବ। ଅର୍ଥାତ୍ ଯୁଦ୍ଧବିରତି ପରେ ବି ବିପଦର କଳାବାଦଲ ହଟିବନି। ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଆସୁଥିବା ବେଳେ ତୈଳ ଦର ବୃଦ୍ଧି ସେଠାକାର ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଅନ୍ୟପଟେ ଉପସାଗରୀୟ ଦେଶରୁ ଆସୁଥିବା ଜାହାଜଗୁଡ଼ିକ ଅଟକି ରହିଥିବାରୁ ବିଶ୍ୱ ଅର୍ଥନୀତି ଧୂଳିସାତ୍ ହେବାକୁ ବସିଲାଣି। ତେବେ କେବେ ସଫା ହେବ ଏହି ମୃତ୍ୟୁର ସୁଡଙ୍ଗ? କେବେ ମିଳିବ ମହଙ୍ଗା ମାଡ଼ରୁ ମୁକ୍ତି? ଏମିତି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇଛି ସାରା ବିଶ୍ୱ। ବିଶ୍ୱ ଅର୍ଥନୀତି ଏବେ ଏକ ବଡ଼ ସଙ୍କଟର ମୁହାଁମୁହିଁ।
©2026 B Tv WordPress Video Theme by WPEnjoy
