ଜାଣିଛନ୍ତି କି ଆପଣଙ୍କ ପାଟିରେ କେତୋଟି ଦାନ୍ତ ଅଛି ?
ଅଇନା ସାମ୍ନାରେ ଛିଡା ହୋଇ କେବେ ଦାନ୍ତ ଗଣିଛନ୍ତି କି ?
ଯଦି ଗଣିନାହାନ୍ତି ତେବେ ଆଜି ହିଁ ଗଣନ୍ତୁ !
କାରଣ, ଦାନ୍ତ କହିବ ଆପଣଙ୍କ ଭବିଷ୍ୟତ !
୩୨ ଦାନ୍ତ ଥିଲେ ହେବେ ‘ରାଜା’, ଆଉ କମ୍ ଥିଲେ… ?
କେବେ ଆଇନା ସାମ୍ନାରେ ଠିଆ ହୋଇ ନିଜ ଦାନ୍ତ ଗଣିଛନ୍ତି କି ? ଯଦି ନା, ତେବେ ଆଜି ହିଁ ଗଣନ୍ତୁ ! କାରଣ ଆପଣଙ୍କ ପାଟିରେ ଥିବା ଦାନ୍ତ କେବଳ ଖାଦ୍ୟ ଚୋବାଇବା ପାଇଁ ନୁହେଁ… ବରଂ ଏହା ଖୋଲିଥାଏ ଆପଣଙ୍କ ଭାଗ୍ୟ, ସ୍ଵଭାବ ଏବଂ ସଫଳତାର ସବୁଠାରୁ ବଡ଼ ରହସ୍ୟ। ଚମକି ପଡିଲେ କି ? ହଁ ଆଜ୍ଞା, ଏ କଥା ଆମେ ନୁହେଁ, ବରଂ ଶହ ଶହ ବର୍ଷ ପୁରୁଣା ‘ସାମୁଦ୍ରିକ ଶାସ୍ତ୍ର’ କହୁଛି। ଦାନ୍ତର ସଂଖ୍ୟା ହିଁ ପ୍ରମାଣ କରେ… କିଏ ହେବ କୋଟିପତି, ଆଉ କାହାକୁ କରିବାକୁ ପଡିବ ଜୀବନସାରା ସଂଘର୍ଷ ! ଆସନ୍ତୁ ଜାଣିବା ଏହି ରୋଚକ ରହସ୍ୟ…
ଯେଉଁମାନଙ୍କର ପୂରା ୩୨ଟି ଦାନ୍ତ ଥାଏ, ସାମୁଦ୍ରିକ ଶାସ୍ତ୍ରରେ ସେମାନଙ୍କୁ ଏକପ୍ରକାର ‘ରାଜା’ ବୋଲି କୁହାଯାଏ। ଏମାନେ ଅତ୍ୟନ୍ତ ସାହସୀ, ଦୃଢ଼ ନିଶ୍ଚୟୀ ଏବଂ ଏମାନଙ୍କ ପାଖରେ ଜନ୍ମରୁ ହିଁ ନେତୃତ୍ୱ ନେବାର କ୍ଷମତା ଥାଏ। ଉତ୍ତମ କର୍ମ ଯୋଗୁଁ ଜୀବନରେ ଉଚ୍ଚ ମୁକାମ, ଲଗାତାର ଆୟ ଓ ସମାଜରେ ଭରପୂର ଇଜ୍ଜତ ଏମାନଙ୍କ ପାଦ ଚୁମିଥାଏ। ଏମାନଙ୍କ ପାଖରେ ନା ଧନର ଅଭାବ ଥାଏ, ନା ସ୍ୱାସ୍ଥ୍ୟର। ୪ଟି ଅକଲ ଦାଢ଼ ଏମାନଙ୍କ ପରିପକ୍ୱତାକୁ ଆହୁରି ମଜବୁତ କରିଥାଏ।
କିନ୍ତୁ… ଯଦି ଆପଣଙ୍କ ଦାନ୍ତ ସଂଖ୍ୟା ୨୮ ରୁ ୩୧ ଭିତରେ ଅଛି, ତେବେ ଆପଣଙ୍କ ଭାଗ୍ୟ କଣ ? ଶାସ୍ତ୍ର କହୁଛି, ଏମାନେ ମଧ୍ୟମ ଧରଣର ଭାଗ୍ୟବାନ। ଏମାନେ କଠିନ ପରିଶ୍ରମ ତ କରନ୍ତି, ହେଲେ ଫଳ ଆଶାନୁରୂପ ମିଳେ ନାହିଁ। ଆର୍ଥିକ ଉଠାଣି-ଗଡାଣି ଏମାନଙ୍କ ନିତିଦିନିଆ ସାଥୀ। କେବେ ପକେଟ୍ ଗରମ ତ କେବେ ଖାଲି। ଏମାନେ ଅଧିକାଂଶ ସମୟରେ ମିଡିଲ୍ କ୍ଲାସ୍ ଲାଇଫର ଜଞ୍ଜାଳ ଓ ମାନସିକ ଚାପ ଭିତରେ ଛନ୍ଦି ହୋଇ ରହିଯାଆନ୍ତି।
ଆଉ ଯେଉଁମାନଙ୍କର ୨୮ରୁ କମ୍ ଦାନ୍ତ ଥାଏ ? ଏମାନେ ବହୁତ ଆତ୍ମବିଶ୍ୱାସୀ ଥାଆନ୍ତି। କିନ୍ତୁ ଭାଗ୍ୟ ଏମାନଙ୍କୁ ସାଧାରଣ ସାଥ୍ ହିଁ ଦେଇଥାଏ। କେବଳ ଧକ୍କା ଖାଇବା ପରେ ଯାଇ କିଛି ସଫଳତା ହାସଲ ହୁଏ। ଘର, ଗାଡ଼ି ଭଳି ଛୋଟମୋଟ ସୁବିଧା ତ ମିଳିଯାଏ, କିନ୍ତୁ ବଡ଼ ସୁଖ ଏମାନଙ୍କଠାରୁ ଦୂରରେ ଥାଏ। ଏମାନଙ୍କ ଜୀବନ ସାଧାରଣ ଭାବରେ, ନା ଅଧିକ ସୁଖ ନା ଅଧିକ ଦୁଃଖରେ କଟିଯାଏ।
