ବଜାରରେ ଦିଦି… ମଞ୍ଚରେ ମୋଦି ! ଫସିଗଲେ କି ମମତା?

ମୋଦି ଖାଇଲେ ଝାଲମୁଢି… ଦିଦି କିଣିଲେ ପରିବା

ବେଙ୍ଗଲରେ ‘ଷ୍ଟ୍ରିଟ୍ ସ୍ମାର୍ଟ’ ପଲିଟିକ୍ସ

ବଜାରରେ ମମତା, ମଞ୍ଚରେ ମୋଦିଙ୍କ ଗର୍ଜନ…

କାହା ସାଥ୍ ଦେବ ବେଙ୍ଗଲ?

ପଶ୍ଚିମବଙ୍ଗ ନିର୍ବାଚନ… ଏହା ଏବେ କେବଳ ଏକ ରାଜନୈତିକ ଲଢ଼େଇ ହୋଇ ରହିନାହିଁ, ବରଂ ପାଲଟିଛି ଏକ ହାଇଭୋଲଟେଜ୍ ଡ୍ରାମା! ଗୋଟିଏ ପଟେ ବିଶାଳ ର‍୍ୟାଲିର ଗର୍ଜନ, ତ ଅନ୍ୟପଟେ ସାଧାରଣ ଲୋକଙ୍କ ମନ ଜିଣିବାର ନିଆରା ତରିକା।

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଅନ୍ଦାଜ ସମସ୍ତଙ୍କୁ ଚକିତ କରିଥିଲା। ବଙ୍ଗ ଗସ୍ତରେ ଆସି ରାସ୍ତା କଡ଼ରେ ଠିଆ ହୋଇ ଝାଲମୁଢିର ମଜା ନେଇଥିଲେ ମୋଦି। ଆଉ ଏବେ… ଠିକ୍ ସମାନ ଢଙ୍ଗରେ ନଜର ଆସିଛନ୍ତି ଦିଦି! ରାଲିରୁ ଫେରିବା ବାଟରେ ହଠାତ୍ କୋଲକାତାର ଭବାନୀପୁର ପରିବା ମାର୍କେଟରେ ଏଣ୍ଟ୍ରି ମାରିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ହାତରେ ଟୋକେଇ ଧରି ନିଜେ କିଣିଲେ ଫଳ ଆଉ ଶାଗପରିବା। ଲୋକେ ଆଶ୍ଚର୍ଯ୍ୟ! କାରଣ ଏହା କେବଳ ଏକ ବଜାର ବୁଲା ନଥିଲା, ବରଂ ଥିଲା ମୋଦିଙ୍କ ‘ଝାଲମୁଢି’ ଷ୍ଟ୍ରାଟେଜିର ଏକ ମାଷ୍ଟରଷ୍ଟ୍ରୋକ୍ ଜବାବ!

ଦିଦିଙ୍କ ଏହି ସାଧାରଣ ଅନ୍ଦାଜ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍। ଟିଏମସି ମଧ୍ୟ ଏହାକୁ ଏକ ବଡ଼ ଅସ୍ତ୍ର କରିଛି। “ଆମ ନେତ୍ରୀ ମାଟିର ମଣିଷ, ସେ ଲୋକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି”- ଏହା କହି ଟିଏମସି ବେଙ୍ଗଲବାସୀଙ୍କ ଭାବାବେଗ ସହ ଖେଳିବାକୁ ପୂରା ପ୍ରସ୍ତୁତ।

କିନ୍ତୁ… ଏହି ଶାନ୍ତ ପରିବା ବଜାର ପଛରେ ଲୁଚି ରହିଛି ଏକ ଭୟଙ୍କର ରାଜନୈତିକ ଝଡ଼! ବନଗାଓଁ ମଞ୍ଚରୁ ଗର୍ଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ବେଙ୍ଗଲର ଆଇନ ଶୃଙ୍ଖଳାକୁ ‘ଜଙ୍ଗଲ ରାଜ’ ବୋଲି ଆଖ୍ୟା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଗୋଟିଏ ପଟେ ହୁଗଲି ଓ ଉତ୍ତର ୨୪ ପ୍ରଗଣାରେ ମୋଦିଙ୍କ ମେଗା ରୋଡ୍-ଶୋ’, ତ ଅନ୍ୟପଟେ ନିଜ ଗଡ଼ରେ ମମତାଙ୍କ ମାରାଥନ୍ ପଦଯାତ୍ରା।

ଆଉ ଏସବୁ ଭିତରେ ସବୁଠୁ ବଡ଼ ଟ୍ୱିଷ୍ଟ ହେଉଛି ନନ୍ଦୀଗ୍ରାମ ଲଢ଼େଇ! ଦିଦିଙ୍କ ସାମ୍ନାରେ ଛାତି ଫୁଲାଇ ଛିଡ଼ା ହୋଇଛନ୍ତି ତାଙ୍କରି ପୂର୍ବତନ ସେନାପତି ତଥା ବର୍ତ୍ତମାନର ସବୁଠାରୁ ବଡ଼ ରାଜନୈତିକ ଶତ୍ରୁ- ଶୁଭେନ୍ଦୁ ଅଧିକାରୀ। ଝାଲମୁଢିର ସ୍ୱାଦ ଆଉ ପରିବା ବଜାରର ଭିଡ଼ ଭିତରେ, ବେଙ୍ଗଲ ରାଜନୀତି ଏବେ ରୋମାଞ୍ଚର ଚରମ ସୀମାରେ। କିଏ ମାରିବ ବାଜି? ମୋଦିଙ୍କ ମ୍ୟାଜିକ୍ ନା ଦିଦିଙ୍କ ଦବଦବା? ଅପେକ୍ଷା କେବଳ ଫଳାଫଳକୁ…

Leave a Reply

Your email address will not be published. Required fields are marked *