CHILD RACKET ! SCB ରୁ ଗାଏବ ୧୪ ଶିଶୁ! କୁଆଡ଼େ ଗଲେ?

SCB ରୁ ଉଭାନ ୧୪ ନବଜାତ ଶିଶୁ! କୁଆଡ଼େ ଗଲେ?

ବିଜେଡି ଅମଳରୁ ଚାଲିଥିଲା ଖେଳ, ବିଜେପି ସରକାରରେ ବି ମିଳୁନି ଟେର!

କିଏ କରୁଥିଲା ମାନସିକ ଅନଗ୍ରସର ମା’ର କୋଳ ଶୂନ୍ୟ?

SCB ରେ ଶିଶୁ ଚାଲାଣ ରାକେଟ୍? ତଦନ୍ତ ନିର୍ଦ୍ଦେଶ ଦେଲେ RDC

ଓଡ଼ିଶାର ସବୁଠୁ ବଡ଼ ଡାକ୍ତରଖାନା… ରୋଗୀଙ୍କ ଭରସାର କେନ୍ଦ୍ରବିନ୍ଦୁ SCB ମେଡିକାଲ୍। ହେଲେ ଏଇଠି ଘଟିଛି ଏମିତି ଏକ ସାଂଘାତିକ ଘଟଣା, ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। SCB ସ୍ତ୍ରୀ ଓ ପ୍ରସୂତି ବିଭାଗରୁ କୁଆଡ଼େ ଗଲେ ୧୪ ଜଣ ନବଜାତ ଶିଶୁ? ଆଉ ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସମସ୍ତ ଶିଶୁ ହେଉଛନ୍ତି ମାନସିକ ଅନଗ୍ରସର ଏବଂ ଅସହାୟ ମହିଳାଙ୍କର। ଗତ ୬ ବର୍ଷ ଭିତରେ ଗୋଟିଏ କି ଦୁଇଟି ନୁହେଁ, ପୂରା ୧୪ ଜଣ ଶିଶୁଙ୍କର କୌଣସି ପତ୍ତା ନାହିଁ! ଏହା କଣ କୌଣସି ବଡ଼ ଶିଶୁ ଚାଲାଣ ରାକେଟର ଇସାରା ନୁହେଁ କି?

ଏବେ ପ୍ରଶ୍ନ ଉଠୁଛି ଶାସନ ବ୍ୟବସ୍ଥା ଏବଂ ସରକାରଙ୍କ ଉପରେ। ଗତ ୬ ବର୍ଷ ଧରି ଏହି ସାଂଘାତିକ ଖେଳ ଚାଲିଥିଲା, ଅଥଚ ୫-ଟି ର ଡିଣ୍ଡିମ ପିଟୁଥିବା ପୂର୍ବତନ ବିଜେଡି ସରକାର ଏବଂ ସେତେବେଳର ସ୍ୱାସ୍ଥ୍ୟ ବିଭାଗ କେମିତି ଟେର ପାଇଲେନି? ସରକାରଙ୍କ ନାକ ତଳେ ଅସହାୟ ମା’ର କୋଳ ଶୂନ୍ୟ ହେଉଥିଲା କେମିତି?

ଆଉ ବର୍ତ୍ତମାନର ବିଜେପି ସରକାର! ‘ପରିବର୍ତ୍ତନ’ର ନାରା ଦେଇ କ୍ଷମତାକୁ ଆସିଥିବା ସରକାରରେ ବି ବ୍ୟବସ୍ଥା ସୁଧୁରିନି କାହିଁକି? ଘଟଣାକୁ ଏତେ ଦିନ ବିତିଯାଇଥିଲେ ବି ଦୋଷୀ ଧରାପଡିନାହାନ୍ତି। ଡବଲ ଇଞ୍ଜିନ ସରକାରରେ କଣ ଏମିତି ମିଳୁଛି ସୁରକ୍ଷା?

ତେବେ ଗୁରୁତର ଅଭିଯୋଗ ପରେ ଏବେ ପ୍ରଶାସନର ନିଦ ଭାଙ୍ଗିଛି। କେନ୍ଦ୍ରାଞ୍ଚଳ RDC ଆକ୍ସନ ମୋଡକୁ ଆସିବା ସହ, SCB ଅଧୀକ୍ଷକଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି RDC ଅଫିସକୁ ରିପୋର୍ଟ ପଠାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

କିନ୍ତୁ ସସପେନ୍ସ ଏବେ ବି ବାକି ଅଛି… କିଏ ସେହି ଅଦୃଶ୍ୟ ହାତ, ଯିଏ ନବଜାତକଙ୍କୁ ଗାଏବ କରୁଥିଲା? ତଦନ୍ତ କେବଳ ଫାଇଲ୍ ଭିତରେ ସୀମିତ ରହିବ ନା ପ୍ରକୃତ ସତ ସାମ୍ନାକୁ ଆସିବ? ତାହା ଉପରେ ଏବେ ସମସ୍ତଙ୍କ ନଜର। ବ୍ୟୁରୋ ରିପୋର୍ଟ…

Leave a Reply

Your email address will not be published. Required fields are marked *