ପାକିସ୍ତାନକୁ ମିଳିଛି ବଡ଼ ଝଟକା! ଆର୍ଥିକ ସଙ୍କଟରେ ଜୁଝି ହେଉଥିବା ପାକିସ୍ତାନକୁ ଏବେ ମିଳିଛି ଆଉ ଏକ ବଡ଼ ଝଟକା! ଆଉ ଏହି ଝଟକା ଦେଇଛି ତା’ର ପୁରୁଣା ବନ୍ଧୁ ୟୁଏଇ (UAE)। ୟୁଏଇ ସରକାର ଏବେ ପାକିସ୍ତାନକୁ ସିଧାସଳଖ ଅପମାନିତ କରିଛନ୍ତି। ଘଟଣାଟି ହେଉଛି, ୟୁଏଇର ପ୍ରସିଦ୍ଧ ‘ଏତିହାଦ ଏୟାରୱେଜ୍’ ଆବୁଧାବିରେ କାମ କରୁଥିବା ୧୫ ଜଣ ପାକିସ୍ତାନୀ କର୍ମଚାରୀଙ୍କୁ ହଠାତ୍ ଚାକିରିରୁ ବିଦା କରିଦେଇଛି। ଆଶ୍ଚର୍ଯ୍ୟର କଥା ହେଲା, କମ୍ପାନୀ କୌଣସି ନିୟମ କାନୁନ୍ ମାନିନାହିଁ କି କାହାକୁ କୌଣସି ନୋଟିସ୍ ଦେଇନାହିଁ। ଏପରିକି ୨୦ ବର୍ଷ ଧରି ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ବି ଛାଡ଼ିନାହାନ୍ତି। ଖାଲି ସେତିକି ନୁହେଁ, ସେମାନଙ୍କୁ ନିଜ ପରିବାର ସହ ତୁରନ୍ତ ୟୁଏଇ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ କାହିଁକି ହେଲା ଏମିତି? ଦର୍ଶକବନ୍ଧୁ, ଗତ କିଛି ଦିନ ହେବ ୟୁଏଇ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଫିକା ପଡ଼ିବାରେ ଲାଗିଛି। ଗୋଟିଏ ପଟେ ପାକିସ୍ତାନ ତୁର୍କୀ ସହ ଘନିଷ୍ଠତା ବଢ଼ାଉଥିବା ବେଳେ, ଅନ୍ୟପଟେ ୟୁଏଇ ଇସ୍ରାଏଲ ସହ ସମ୍ପର୍କ ମଜବୁତ କରୁଛି। ଆଉ ଏହି ତିକ୍ତତା ଭିତରେ ୟୁଏଇ ଏବେ ପାକିସ୍ତାନକୁ ଦେଇଥିବା ୩ ବିଲିୟନ ଡଲାରର ଋଣ ବି ତୁରନ୍ତ ଫେରସ୍ତ ମାଗିଛି।
©2026 B Tv WordPress Video Theme by WPEnjoy
