ବ୍ରିଗେଡ୍ ଗ୍ରାଉଣ୍ଡରେ ମହାସସପେନ୍ସ…
ମଞ୍ଚ ଉପରେ ମୋଦି କାହା ପାଦ ଛୁଇଁଲେ?
ଶୁଭେନ୍ଦୁଙ୍କ ଶପଥ ଗ୍ରହଣ… ହେଲେ ଚର୍ଚ୍ଚାରେ ଏହି ୯୮ ବର୍ଷର ବୃଦ୍ଧ!
ଆଖିରେ ଲୁହ, ଛାତିରେ କୋହ… ପ୍ରଧାନମନ୍ତ୍ରୀଙ୍କୁ କାନ୍ଦି କାନ୍ଦି କୁଣ୍ଢାଇଲେ କିଏ?
ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସାଥୀ… ଯାହାଙ୍କ ଆଗରେ ନତମସ୍ତକ ହେଲେ ପ୍ରଧାନମନ୍ତ୍ରୀ।
କିଏ ଏହି ମାଖନଲାଲ? ଯାହାଙ୍କୁ ସମ୍ମାନ ଜଣାଇଲା ସମଗ୍ର ପଶ୍ଚିମବଙ୍ଗ!
ମେ’ ୪ ତାରିଖର ଐତିହାସିକ ନିର୍ବାଚନ ଫଳାଫଳ ପରେ, ପଶ୍ଚିମବଙ୍ଗ ରାଜନୀତିରେ ଆଜି ଥିଲା ସବୁଠାରୁ ବଡ଼ ଉତ୍ସବର ଦିନ। କୋଲକାତାର ଐତିହାସିକ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ନୂଆ ସରକାରଙ୍କ ବିଶାଳ ଶପଥ ଗ୍ରହଣ ସମାରୋହ ଚାଲିଥିଲା। ମଞ୍ଚ ଉପରେ ଉପସ୍ଥିତ ଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହେଲେ ହଠାତ୍ ମଞ୍ଚ ଉପରେ ଏମିତି କିଛି ଘଟିଲା, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଲା!
ପ୍ରଧାନମନ୍ତ୍ରୀ ମୋଦି ମଞ୍ଚ ଉପରେ ପହଞ୍ଚିବା ମାତ୍ରେ, ସିଧା ଯାଇ ଜଣେ ଦୁର୍ବଳ ତଥା ବୟସ୍କ ବୃଦ୍ଧଙ୍କୁ ଆଲିଙ୍ଗନ କରିଥିଲେ। କେବଳ ସେତିକି ନୁହେଁ, ସମସ୍ତଙ୍କ ସାମ୍ନାରେ ସେହି ବୃଦ୍ଧଙ୍କ ପାଦ ଛୁଇଁ ଆଶୀର୍ବାଦ ମାଗିଥିଲେ। ଦୀର୍ଘ ସମୟ ଧରି ଉଭୟ ପରସ୍ପରକୁ ସ୍ନେହରେ କୁଣ୍ଢାଇ ରହିଲେ। ବୃଦ୍ଧଙ୍କ ଆଖିରୁ ଲୁହ ଝରିପଡ଼ିଲା, ଆଉ ସେଠାରେ ଉପସ୍ଥିତ ବଡ଼ ବଡ଼ ନେତାଙ୍କ ଆଖି ମଧ୍ୟ ଛଳଛଳ ହୋଇଗଲା। ଏହି ଗୋଟିଏ ଦୃଶ୍ୟ ଏବେ ପୂରା ଦେଶରେ ଖବରର ଶିରୋନାମା ପାଲଟିଛି।
ଏବେ ସମସ୍ତଙ୍କ ମନରେ ପ୍ରଶ୍ନ… କିଏ ଏହି ବୃଦ୍ଧ? ଯାହାଙ୍କ ଆଗରେ ଦେଶର ପ୍ରଧାନମନ୍ତ୍ରୀ ନତମସ୍ତକ ହୋଇଗଲେ? ଏହି ଭେଟେରାନ ବ୍ୟକ୍ତି ଜଣକ ହେଉଛନ୍ତି ୯୮ ବର୍ଷୀୟ ମାଖନଲାଲ ସରକାର! ସ୍ୱାଧୀନତା ପରବର୍ତ୍ତୀ ଭାରତର ଜଣେ ନିଚ୍ଛକ ଜାତୀୟତାବାଦୀ ନେତା ତଥା ତୃଣମୂଳସ୍ତରର କର୍ମୀ। ୧୯୫୨ ମସିହାରେ କାଶ୍ମୀର ତ୍ରିରଙ୍ଗା ଆନ୍ଦୋଳନରେ ସେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଲଢ଼ିବା ସହ ଗିରଫ ମଧ୍ୟ ହୋଇଥିଲେ।
୧୯୮୦ରେ ବିଜେପି ଗଠନ ପରେ, ଦିନାଜପୁର, ଜଳପାଇଗୁଡ଼ି ଏବଂ ଦାର୍ଜିଲିଂରେ ମାତ୍ର ଗୋଟିଏ ବର୍ଷରେ ୧୦ ହଜାର ନୂଆ ସଦସ୍ୟଙ୍କୁ ଦଳରେ ସାମିଲ କରି ସେ ଏକ ବିପ୍ଳବ ଆଣିଥିଲେ। ଏକ ଅସାଧାରଣ ସଫଳତା ସ୍ୱରୂପ ଲଗାତାର ୭ ବର୍ଷ ଧରି ସେ ଜିଲ୍ଲା ସଭାପତି ଦାୟିତ୍ୱ ତୁଲାଇଥିଲେ। ଆଜି ବେଙ୍ଗଲରେ ସରକାର ଗଠନ ପଛରେ ଥିବା ଏହି ମୂଳଦୁଆକୁ ପ୍ରଣାମ କରି, ପ୍ରଧାନମନ୍ତ୍ରୀ ଦେଶକୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି। ବ୍ୟୁରୋ ରିପୋର୍ଟ, ବିଟିଭି
