ଶୁଭେନ୍ଦୁଙ୍କ ‘ପଞ୍ଚୁପାଣ୍ଡବ’… କିଏ ସେହି ୫ ମନ୍ତ୍ରୀ ?

୧୫ ବର୍ଷର ଟିଏମସି ଶାସନର ଅନ୍ତ…

ବେଙ୍ଗଲରେ ନୂଆ ଯୁଗର ଆରମ୍ଭ…

ସାମ୍ନାକୁ ଆସିଲା ଶୁଭେନ୍ଦୁଙ୍କ ନୂଆ କ୍ୟାବିନେଟ୍

ଶୁଭେନ୍ଦୁଙ୍କ ‘ପଞ୍ଚୁପାଣ୍ଡବ’… କିଏ ସେହି ୫ ମନ୍ତ୍ରୀ ?

ଆଦିବାସୀ, ମହିଳା, ମତୁଆ ଓ ରାଜବଂଶୀ…

ପ୍ରଥମ କ୍ୟାବିନେଟରେ ବିଜେପିର ମାଷ୍ଟରଷ୍ଟ୍ରୋକ୍

ଜାଣନ୍ତୁ ବେଙ୍ଗଲର ନୂଆ ମନ୍ତ୍ରୀମାନଙ୍କ ପୂରା ହିଷ୍ଟ୍ରି

ରାଜନୈତିକ ମହାସମର ପରେ ଶେଷରେ ପଶ୍ଚିମବଙ୍ଗରେ ଉଦୟ ହେଲା ନୂଆ ସୂର୍ଯ୍ୟ। ୧୫ ବର୍ଷର ଟିଏମସି ସାମ୍ରାଜ୍ୟର ଅନ୍ତ ଘଟାଇ, ଆଜି ବେଙ୍ଗଲର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜେପିର ଫାୟାରବ୍ରାଣ୍ଡ ନେତା ଶୁଭେନ୍ଦୁ ଅଧିକାରୀ! ପ୍ରଥମ ଥର ପାଇଁ ବେଙ୍ଗଲରେ ପୂର୍ଣ୍ଣ ବହୁମତ ସହ ବିଜେପି ସରକାର ଗଢ଼ିଛି। ହେଲେ ଏହି ଐତିହାସିକ ଶପଥ ଗ୍ରହଣ ସମାରୋହରେ ସମସ୍ତଙ୍କ ନଜର ଅଟକି ଯାଇଥିଲା ଶୁଭେନ୍ଦୁଙ୍କ ସେହି ‘ସ୍ୱତନ୍ତ୍ର ଟିମ୍’ ଉପରେ।

ଆଜ୍ଞା ହଁ! ଶୁଭେନ୍ଦୁଙ୍କ ସହ ଆଜି ଶପଥ ନେଇଛନ୍ତି ମାତ୍ର ୫ ଜଣ ମନ୍ତ୍ରୀ। କିନ୍ତୁ ଏହି ଛୋଟ କ୍ୟାବିନେଟ୍ ଭିତରେ ବିଜେପି ଖେଳିଛି ଏକ ବଡ଼ ମାଷ୍ଟରଷ୍ଟ୍ରୋକ୍। ଦଳ ଏଥିରେ ମହିଳା, ଆଦିବାସୀ, ଓବିସି, ମତୁଆ ଏବଂ ରାଜବଂଶୀ ସମ୍ପ୍ରଦାୟକୁ ସାମିଲ କରି ପୂରା ସାମାଜିକ ସମୀକରଣକୁ ନିଜ ଆଡ଼କୁ ଟାଣି ଆଣିଛି।

ଆସନ୍ତୁ ଜାଣିବା କିଏ ଏହି ଶୁଭେନ୍ଦୁଙ୍କ ପଞ୍ଚୁ ପାଣ୍ଡବ?

ପ୍ରଥମ ନାମ- ଦିଲୀପ ଘୋଷ: ବିଜେପିର ସବୁଠାରୁ ଅଭିଜ୍ଞ ତଥା ଆକ୍ରମଣାତ୍ମକ ହିନ୍ଦୁତ୍ୱ ଚେହେରା। ଆଜିର ବିଜେପି ସଫଳତା ପଛରେ ତାଙ୍କର ରହିଛି ବଡ଼ ହାତ।

ଦ୍ୱିତୀୟରେ ଅଗ୍ନିମିତ୍ରା ପଲ୍: ଫ୍ୟାସନ ଡିଜାଇନରରୁ ରାଜନେତ୍ରୀ ପାଲଟିଥିବା ଏହି ତେଜସ୍ୱୀ ନେତ୍ରୀ ହେଉଛନ୍ତି କ୍ୟାବିନେଟର ଏକମାତ୍ର ମହିଳା ଚେହେରା।

ତୃତୀୟରେ ଅଶୋକ କିରତନିଆ: ଯିଏ କି ମତୁଆ ଓ ଶରଣାର୍ଥୀ ଭୋଟ୍ ବ୍ୟାଙ୍କର ଏକ ମଜବୁତ ଆଧାର।

ଚତୁର୍ଥ ମନ୍ତ୍ରୀ- ଖୁଦିରାମ ଟୁଡୁ: ଜଙ୍ଗଲମହଲ ଓ ଆଦିବାସୀ ଅଞ୍ଚଳରେ ଦଳର ସବୁଠୁ ବଡ଼ ଭରସା।

ଏବଂ ପଞ୍ଚମ ନାମଟି ହେଉଛି ନିଶିଥ ପ୍ରାମାଣିକ: ଯୁବ, ପ୍ରଭାବଶାଳୀ ତଥା ଉତ୍ତର ବଙ୍ଗର ରାଜବଂଶୀ ସମ୍ପ୍ରଦାୟର ସବୁଠୁ ଟାଣୁଆ ନେତା।

ଶୁଭେନ୍ଦୁଙ୍କ ଏହି ୫ ମନ୍ତ୍ରୀ ତ କେବଳ ଟ୍ରେଲର! ଖୁବଶୀଘ୍ର କ୍ୟାବିନେଟର ବଡ଼ ବିସ୍ତାର ହେବାକୁ ଯାଉଛି। ତେବେ ବିଜେପିର ଏହି ନୂଆ କ୍ୟାବିନେଟ୍ ବେଙ୍ଗଲର ବିକାଶରେ କେତେ ସଫଳ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *