ଦେଶରେ ଆସିବାକୁ ଯାଉଛି କି ବଡ଼ ଆର୍ଥିକ ସଙ୍କଟ?
ହଠାତ୍ କାହିଁକି ଖର୍ଚ୍ଚ କମାଇବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ ମୋଦୀ?
ପେଟ୍ରୋଲ୍, ସୁନା, ବିଦେଶ ଗସ୍ତ… ସବୁଥିରେ ବ୍ରେକ୍ ଲଗାଇବାକୁ ପରାମର୍ଶ!
ମୋଦୀଙ୍କ ଅପିଲ୍ ପଛରେ ରହିଛି ୭୨ ହଜାର କୋଟି ଡଲାରର ସିକ୍ରେଟ୍!
ଭାରତର ଟେନସନ୍ ବଢ଼ାଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ… ଜାଣନ୍ତୁ ପୂରା ଗଣିତ
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୋଟିଏ ଅପିଲ୍ ଏବେ ସାରା ଦେଶରେ ଚହଳ ସୃଷ୍ଟି କରିଛି। ପେଟ୍ରୋଲ ଓ ଡିଜେଲର ବ୍ୟବହାର କମାନ୍ତୁ… ଖାଇବା ତେଲ କମ୍ ବ୍ୟବହାର କରନ୍ତୁ… ବର୍ଷେ ପର୍ଯ୍ୟନ୍ତ ସୁନା କିଣନ୍ତୁ ନାହିଁ… ଏବଂ ହୋଇପାରିଲେ ଘରୁ ରହି ଅଫିସ୍ କାମ (Work from Home) କରନ୍ତୁ। ହଠାତ୍ ପ୍ରଧାନମନ୍ତ୍ରୀ ଏଭଳି କଥା କାହିଁକି କହିଲେ? ଦେଶ କଣ କୌଣସି ବଡ଼ ଆର୍ଥିକ ସଙ୍କଟ ଦେଇ ଗତି କରୁଛି କି? ନା! ଏହା ପଛରେ ରହିଛି ଏକ ବଡ଼ ଗଣିତ… ଦେଶର ଅର୍ଥନୀତିକୁ ସୁରକ୍ଷିତ ରଖିବାର ଏକ ସିକ୍ରେଟ୍ ମାଷ୍ଟରପ୍ଲାନ୍। ଆସନ୍ତୁ ବୁଝିବା ଏହି ସସପେନ୍ସ ପଛର ପୂରା କାହାଣୀ।
ମୋଦୀଙ୍କ ଏହି ଗୋଟିଏ ଗୋଟିଏ ଶବ୍ଦ ପଛରେ ଲୁଚି ରହିଛି ୭୨ ହଜାର ୫୦୦ କୋଟି ଡଲାରର ବିଶାଳ ହିସାବ। ଭାରତ ପ୍ରତିବର୍ଷ ତେଲ ଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ବିପୁଳ ପରିମାଣର ସାମଗ୍ରୀ ବିଦେଶରୁ ଆମଦାନୀ କରୁଛି। କେବଳ ୨୦୨୪-୨୫ ଆର୍ଥିକ ବର୍ଷରେ ଆମଦାନୀ ବାବଦକୁ ଭାରତ ଖର୍ଚ୍ଚ କରିଛି ୭୨ ହଜାର ୫୦୦ କୋଟି ଡଲାର। ଆଉ ଆଶ୍ଚର୍ଯ୍ୟର କଥା ହେଉଛି, କେବଳ ଅଶୋଧିତ ତେଲ, ସୁନା, ଖାଇବା ତେଲ ଏବଂ ସାର କିଣିବାରେ ଦେଶର ପାଖାପାଖି ୨୪ ହଜାର କୋଟି ଡଲାରରୁ ଅଧିକ ଖର୍ଚ୍ଚ ହୋଇଯାଇଛି।
ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ହାହାକାର। ଅଶୋଧିତ ତେଲ ଦର ଆକାଶଛୁଆଁ। ସମାନ ପରିମାଣର ତେଲ କିଣିବା ପାଇଁ ଭାରତକୁ ଏବେ ଅଧିକ ଡଲାର ଗଣିବାକୁ ପଡୁଛି। ଆଉ ଏହି ଅଯଥା ଡଲାର ଖର୍ଚ୍ଚ କମାଇବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହଯୋଗ ମାଗିଛନ୍ତି।
ଯଦି ଆମେ ଗୋଟିଏ ବର୍ଷ ସୁନା କିଣିବା କମାଇଦେବୁ, ତେବେ ସୁନା ଆମଦାନୀ ୩୦ରୁ ୪୦ ପ୍ରତିଶତ କମିଯିବ ଏବଂ ଦେଶର ପ୍ରାୟ ୧୫୦୦ କୋଟି ଡଲାର ସଞ୍ଚୟ ହୋଇପାରିବ। ବିଦେଶ ଗସ୍ତ ଏବଂ ପେଟ୍ରୋଲ ବ୍ୟବହାର କମିଲେ ଆମର ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ସୁରକ୍ଷିତ ରହିବ। ଡଲାରର ଚାହିଦା କମିଲେ, ଆମ ଟଙ୍କା ଆହୁରି ମଜବୁତ ହେବ। ତେଣୁ, ଏହା କୌଣସି ଆର୍ଥିକ ସଙ୍କଟର ସଙ୍କେତ ନୁହେଁ, ବରଂ ଦେଶକୁ ଆର୍ଥିକ ମହାଶକ୍ତି କରିବାର ଏକ ସ୍ମାର୍ଟ ଷ୍ଟ୍ରାଟେଜି।
ଆପଣ କଣ ଭାବୁଛନ୍ତି? କଣ ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ୍ ମାନି ଖର୍ଚ୍ଚ କମାଇବେ? କମେଣ୍ଟ ବକ୍ସରେ ନିଜର ମତାମତ ନିଶ୍ଚୟ ଜଣାନ୍ତୁ।
