ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ଖୁଲାସା! ପୁରୁଷ ବନ୍ଧୁଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ବ୍ୟାପିପାରେ ‘ହଣ୍ଟା ଭାଇରସ୍’ !

ଶାରୀରିକ ସମ୍ପର୍କ ରଖୁଥିଲେ ସାବଧାନ !

ଆପଣ ବି ହୋଇପାରନ୍ତି ଏହି ମାରାତ୍ମକ ଭାଇରସର ଶିକାର !

ପୁରୁଷଙ୍କ ଶୁକ୍ରାଣୁରେ ୬ ବର୍ଷ ପର୍ଯ୍ୟନ୍ତ ରହିପାରେ ହଣ୍ଟା ଭାଇରସ୍

ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ଖୁଲାସା !

ସୁସ୍ଥ ହେବା ପରେ ମଧ୍ୟ ହୋଇାପାରେ ସଂକ୍ରମଣ

ପୁରୁଷ ବନ୍ଧୁଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ବ୍ୟାପିପାରେ ‘ହଣ୍ଟା ଭାଇରସ୍’ !

ଥରେ ଚିନ୍ତା କରନ୍ତୁ, ଆପଣ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଭାବୁଛନ୍ତି, କିନ୍ତୁ ଆପଣଙ୍କ ଶରୀର ଭିତରେ ଏକ ମାରାତ୍ମକ ଭାଇରସ୍ ଚୁପଚାପ୍ ଲୁଚି ରହିଛି… ଗୋଟିଏ କି ଦୁଇଟି ଦିନ ନୁହେଁ, ପୂରା ୬ ବର୍ଷ ଧରି! କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ। ସାମ୍ନାକୁ ଆସିଛି ଏମିତି ଏକ ଲୋମଟାଙ୍କୁରା ରିପୋର୍ଟ ଯାହା ସମସ୍ତଙ୍କ ନିଦ ହଜାଇ ଦେଇଛି।

ସ୍ୱିଜରଲାଣ୍ଡର ସ୍ପିଜ୍ ଲାବୋରେଟୋରୀର ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, ପୁରୁଷଙ୍କ ଶୁକ୍ରାଣୁରେ ‘ହଣ୍ଟା ଭାଇରସ୍’ ଦୀର୍ଘ ୬ ବର୍ଷ ଯାଏଁ ଜୀବିତ ରହିପାରେ।

ଘଟଣାଟି ହେଉଛି ସ୍ୱିଜରଲାଣ୍ଡର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର। ୬ ବର୍ଷ ପୂର୍ବେ ସେ ଦକ୍ଷିଣ ଆମେରିକାରେ ହଣ୍ଟାଭାଇରସର ‘ଆଣ୍ଡିଜ ଷ୍ଟ୍ରେନ୍’ ଦ୍ୱାରା ସଂକ୍ରମିତ ହୋଇଥିଲେ। ଆଜି ତାଙ୍କ ରକ୍ତ, ମୂତ୍ର କିମ୍ବା ଶ୍ୱାସନଳୀରେ ଭାଇରସର କୌଣସି ନାମନିଶାନ ନାହିଁ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଦୀର୍ଘ ୭୧ ମାସ ପରେ ବି ତାଙ୍କ ଶୁକ୍ରାଣୁ ଭିତରେ ଏହି ମାରାତ୍ମକ ଭାଇରସ୍ ଜୀବିତ ଥିବା ଦେଖିବାକୁ ମିଳିଛି।

ଏବେ ପ୍ରଶ୍ନ ଉଠୁଛି, ଏହା କେମିତି ସମ୍ଭବ?

ବୈଜ୍ଞାନିକଙ୍କ ମତରେ, ପୁରୁଷଙ୍କ ଅଣ୍ଡକୋଷ ଅର୍ଥାତ ଶୁକ୍ରାଣୁରେ ଭାଇରସ୍ ମାନଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଛି। ଶରୀରର ପ୍ରତିରକ୍ଷା ପ୍ରଣାଳୀ ବା ଇମ୍ୟୁନିଟି ସିଷ୍ଟମ୍ ସେଠାରେ ସହଜରେ ପହଞ୍ଚିପାରେ ନାହିଁ। ଫଳରେ ଭାଇରସ୍ ଗୁଡ଼ିକ ସେଠାରେ ବର୍ଷ ବର୍ଷ ଧରି ଆରାମରେ ନିଜର ବଂଶବିସ୍ତାର କରିପାରନ୍ତି।

ଏହା କୌଣସି ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଇବୋଲା ଏବଂ ଜିକା ଭାଇରସ୍ ମଧ୍ୟ ଏହିପରି ଶୁକ୍ରାଣୁରେ ଲୁଚି ରହୁଥିବା ପ୍ରମାଣିତ ହୋଇସାରିଛି। ଆପଣଙ୍କୁ ମନେ ଥିବ, ୨୦୨୧ ମସିହାରେ ଗିନି ଦେଶରେ ଇବୋଲା ପୁଣି ଥରେ ମୁଣ୍ଡ ଟେକିଥିଲା। ଆଉ ଏହାର କାରଣ ଥିଲା, ବର୍ଷ ବର୍ଷ ତଳେ ଇବୋଲାରୁ ବଞ୍ଚିଯାଇଥିବା ଜଣେ ବ୍ୟକ୍ତିଙ୍କ ସହ ଯୌନ ସମ୍ପର୍କ। ତାଙ୍କ ଶୁକ୍ରାଣୁରେ ହିଁ ଲୁଚି ରହିଥିଲା ମୃତ୍ୟୁର ଦୂତ!

ଯଦିଓ ଏପର୍ଯ୍ୟନ୍ତ ଯୌନ ସମ୍ପର୍କ ମାଧ୍ୟମରେ ହଣ୍ଟା ଭାଇରସ୍ ବ୍ୟାପିବାର କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ, ତଥାପି ‘ଆଣ୍ଡିଜ୍ ଭାଇରସ୍’ କ୍ଷେତ୍ରରେ ଏହି ଭୟଙ୍କର ଆଶଙ୍କାକୁ ଆଦୌ ଏଡ଼ାଇ ଦିଆଯାଇନପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେଣୁ ଏବେଠାରୁ ସତର୍କ ନହେଲେ, ଆଗକୁ ଏହା ଏକ ବଡ଼ ବିପଦର କାରଣ ପାଲଟିପାରେ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

Leave a Reply

Your email address will not be published. Required fields are marked *