ଭାରତକୁ ଆମେରିକାର ବମ୍ପର ଅଫର !”ଯେତେ ଚାହିଁବ, ସେତେ ତେଲ ଦେବୁ”

ବିପଦ ସମୟରେ ଭାରତକୁ ସାହା ହେଲା ଆମେରିକା

“ଭାରତ ଯେତେ ଚାହିଁବ, ଆମେ ସେତେ ତେଲ ଦେବୁ”

ଭାରତ ଗସ୍ତ ପୂର୍ବରୁ ଆମେରିକୀୟ ବୈଦେଶିକ ମନ୍ତ୍ରୀଙ୍କ ବଡ ବୟାନ

ଭାରତକୁ ତେଲ ଦେବ ଆମେରିକା !

ଇରାନ ଯୁଦ୍ଧ ପରେ ସାରା ବିଶ୍ୱରେ ଆତଙ୍କ ! ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ଷ୍ଟ୍ରେଟ୍ ଅଫ୍ ହୋରମୁଜ୍ (Strait of Hormuz) । ଆଉ ଏହାର ସିଧାସଳଖ ପ୍ରଭାବ ପଡିଛି ଦୁନିଆର ସବୁଠାରୁ ବଡ଼ ତୈଳ ଆମଦାନୀକାରୀ ଦେଶ… ଅର୍ଥାତ ଆମ ଭାରତ ଉପରେ । ଗଲ୍ଫ ଦେଶରୁ ତେଲ ଆସିବା କଷ୍ଟକର ହୋଇପଡିଥିବା ବେଳେ, ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସାମ୍ନାକୁ ଆସିଛି ଏକ ବଡ଼ ଟ୍ୱିଷ୍ଟ ! ଭାରତ ପାଇଁ ସଞ୍ଜିବନୀ ନେଇ ଆସିଛି ସୁପରପାୱାର ଆମେରିକା !

ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ (Marco Rubio) ନିଜର ପ୍ରଥମ ଭାରତ ଗସ୍ତ ପୂର୍ବରୁ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ରୁବିଓ ସିଧାସଳଖ କହିଛନ୍ତି- “ଭାରତ ଯେତେ ଚାହିଁବ, ଆମେ ସେତେ ତେଲ ଦେବାକୁ ପ୍ରସ୍ତୁତ ।” ଏବେ ପ୍ରଶ୍ନ ଉଠୁଛି, କଣ ଆମେରିକା ଏବେ ଭାରତର ନୂଆ ତୈଳ ସାଥୀ ହେବ ? ଟ୍ରମ୍ପ ପ୍ରଶାସନର ଏହା କି ବଡ଼ ଚାଲ୍ ?

କାହାଣୀ ଏତିକିରେ ସରିନି… ଏଥିରେ ଲୁଚି ରହିଛି ଆଉ ଏକ ବଡ଼ ସସପେନ୍ସ ! ରୁବିଓଙ୍କ ନଜର କେବଳ ଆମେରିକା ତେଲ ଉପରେ ନୁହେଁ, ବରଂ ଭେନେଜୁଏଲାର (Venezuela) ତେଲ ଉପରେ ବି ରହିଛି । ଆଉ ସବୁଠୁ ବଡ଼ ଖବର ହେଉଛି, ଆସନ୍ତା ସପ୍ତାହରେ ଖୋଦ୍ ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ମଧ୍ୟ ଗୁପ୍ତ ଡିଲ୍ ପାଇଁ ଭାରତ ଆସୁଛନ୍ତି ।

ଆସନ୍ତା ମେ’ ୨୩ ରୁ ୨୬ ତାରିଖ ଯାଏଁ ରୁବିଓ ନୂଆଦିଲ୍ଲୀ ସମେତ ୪ଟି ସହର ଗସ୍ତ କରିବେ । ଏନର୍ଜି ସିକ୍ୟୁରିଟି ବା ଊର୍ଜା ସୁରକ୍ଷାକୁ ନେଇ ଭାରତ ଏବଂ ଆମେରିକା ମଧ୍ୟରେ ହେବ ସବୁଠୁ ବଡ଼ ଚୁକ୍ତି । ତେବେ ଇରାନର ବିକଳ୍ପ ସାଜି ଆମେରିକା କଣ ଗ୍ଲୋବାଲ ଅଏଲ୍ ମାର୍କେଟରେ ନୂଆ ଇତିହାସ ରଚିବ ? ଏହି ଗେମ୍ ଚେଞ୍ଜର ଡିଲ୍ ପଛର ପ୍ରକୃତ ରହସ୍ୟ କଣ ? ଜାଣିବା ପାଇଁ ଦେଖୁଥାନ୍ତୁ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ..

Leave a Reply

Your email address will not be published. Required fields are marked *