କକ୍ରୋଚ୍ ଜନତା ପାର୍ଟିର ବଡ ଧମାକା
ବିପଦରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚେୟାର !
୫ ଲକ୍ଷରୁ ଅଧିକ ସ୍ୱାକ୍ଷର ! ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ ମହାଆନ୍ଦୋଳନ
‘CJP’ର ବଡ଼ ଚ୍ୟାଲେଞ୍ଜ ! ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ !
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବ୍ୟଙ୍ଗାତ୍ମକ ଆନ୍ଦୋଳନ ‘କକ୍ରୋଚ୍ ଜନତା ପାର୍ଟି’ ବା ‘CJP’ ପୁଣି ଥରେ କେନ୍ଦ୍ର ସରକାରଙ୍କ ହଲଚଲ ବଢ଼ାଇ ଦେଇଛି। କିଛି ଦିନ ତଳେ ଏହି ପାର୍ଟିର ୱେବସାଇଟ୍ ଏବଂ ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଥିଲା। କିନ୍ତୁ ଆନ୍ଦୋଳନର ମୁଖ୍ୟ ଅଭିଜିତ ଦୀପକେ ସ୍ପଷ୍ଟ ଚେତାବନୀ ଦେଇ କହିଛନ୍ତି— “ଅସରପା ବା କକ୍ରୋଚ୍ ସବୁ ପରିସ୍ଥିତିରେ ବଞ୍ଚି ରହିପାରନ୍ତି, ଆଉ ଆମ CJP ଆନ୍ଦୋଳନ ମଧ୍ୟ ସେମିତି।” ଏବେ ସେମାନଙ୍କର ୱେବସାଇଟ୍ ପୁଣି ଥରେ ଲାଇଭ୍ ହୋଇଛି ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଆରମ୍ଭ ହୋଇଥିବା ଅନଲାଇନ୍ ପେଟିସନରେ ନିଆଁ ଲାଗିଯାଇଛି!
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦେଖୁ ଦେଖୁ ପ୍ରାୟ ୫ ଲକ୍ଷ ୮୦ ହଜାରରୁ ଅଧିକ ଲୋକ ଏହି ପେଟିସନରେ ସ୍ୱାକ୍ଷର କରିସାରିଲେଣି। ଆଉ ଏହି ଆନ୍ଦୋଳନର ଆଗାମୀ ଲକ୍ଷ୍ୟ ହେଉଛି ୧୦ ଲକ୍ଷ ସ୍ୱାକ୍ଷର ସଂଗ୍ରହ କରିବା। ଅଭିଜିତ ଦୀପକେ ଶିକ୍ଷାମନ୍ତ୍ରୀଙ୍କ ଉପରେ ସିଧାସଳଖ ପ୍ରହାର କରି କହିଛନ୍ତି, “ଭାରତର ଛାତ୍ରଛାତ୍ରୀମାନେ ଜଣେ ଏମିତି ଶିକ୍ଷାମନ୍ତ୍ରୀ ପାଇବାକୁ ଯୋଗ୍ୟ ନୁହନ୍ତି, ଯିଏ ପରୀକ୍ଷାକୁ ଏକ ପ୍ରାକ୍ଟିକାଲ୍ ଜୋକ୍ ବୋଲି ଭାବନ୍ତି।
କିନ୍ତୁ ଏହି ଆନ୍ଦୋଳନ କେବଳ ଏକ ବ୍ୟଙ୍ଗ ନୁହେଁ, ଏହା ପଛରେ ରହିଛି କୋଟି କୋଟି ପରିବାରର ଲୁହ। ଚଳିତ ବର୍ଷ ମେ’ ୩ ତାରିଖରେ ହେଇଥିବା NEET-UG ପରୀକ୍ଷାକୁ ପେପର ଲିକ୍ ମହାଘୋଟାଲା ଯୋଗୁଁ ବାତିଲ କରିବାକୁ ପଡ଼ିଥିଲା। ଦେଶ ବିଦେଶର ୫୫୧ଟି ସହରରେ ପ୍ରାୟ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନିଜ ଭବିଷ୍ୟତ ଗଢ଼ିବାକୁ ପରୀକ୍ଷା ଦେଇଥିଲେ। ହେଲେ ଏହି ପେପର ଲିକ୍ ବିବାଦ ଯୋଗୁଁ ଏପର୍ଯ୍ୟନ୍ତ ପ୍ରାୟ ୧୪ ଜଣ ନିରୀହ ଛାତ୍ରଛାତ୍ରୀ ମାନସିକ ଚାପ ସହି ନପାରି ଆତ୍ମହତ୍ୟା କରିସାରିଲେଣି।
CJP ୱେବସାଇଟ୍ରେ ସ୍ପଷ୍ଟ ଲେଖାଅଛି— “ଏହି ବିଫଳତାକୁ ଅଣଦେଖା କରାଯାଇପାରିବ ନାହିଁ, ଏହାର ପରିଣାମ ଭୋଗିବାକୁ ହିଁ ପଡ଼ିବ।” ଆସନ୍ତା ଜୁନ୍ ୨୧ ରେ NEET ର ପୁନଃ ପରୀକ୍ଷା ହେବାକୁ ଯାଉଛି। କିନ୍ତୁ ବଡ଼ ପ୍ରଶ୍ନ ଉଠୁଛି— ଛାତ୍ରଛାତ୍ରୀଙ୍କ ଏହି ଆକ୍ରୋଶ ଏବଂ CJP ର ଏହି ୧୦ ଲକ୍ଷ ସ୍ୱାକ୍ଷର ଅଭିଯାନ କଣ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦରୁ ହଟାଇବାରେ ସଫଳ ହେବ? କଣ ଦେଶର ଶିକ୍ଷା ବ୍ୟବସ୍ଥାକୁ ମିଳିବ ନ୍ୟାୟ? ଆପଣଙ୍କର ଏହା ଉପରେ ମତ କଣ, କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ଏବଂ ଅଧିକ ଅପଡେଟ୍ ପାଇଁ ପେଜ୍କୁ ଲାଇକ୍ ଓ ଫଲୋ କରନ୍ତୁ।
