\n\n\n\n\n\n\n

ବିଜେଡିକୁ ତଳିତଳାନ୍ତ କରିବାକୁ ବିଜେପିର ବ୍ଲୁ-ପ୍ରିଣ୍ଟ! ଦେବାଶିଷ ସାଜିଛନ୍ତି ମୋହରା !

କଟକରେ ହେବାକଉ ଯାଉଛି ବଡ ଖେଳ !

ଦେବାଶିଷଙ୍କ ଟାର୍ଗେଟରେ ୨୨ କର୍ପୋରେଟର !

ବିଜେଡି ଛାଡିବେ କି ଆଉ କିଛି ଟାଣୁଆ ନେତା ?

ସୁବାସ ସିଂଙ୍କ ବଢିଲା ଟେନସନ୍ !

ଦେବାଶିଷଙ୍କ ସିକ୍ରେଟ୍ ଲିଙ୍କରେ କେଉଁ ବିଜେଡି ଯୁବନେତା ?

କଟକରେ ବିଜେଡିକୁ ଚେକ୍ ଦେବାକୁ ବିଜେପିର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ !

ବିଜେଡିକୁ ବାଏ ବାଏ… ବିଜେପିକୁ ହାଏ ହାଏ ! ଦେବାଶିଷ ସାମନ୍ତରାୟ ପଦ୍ମ ପୋଖରୀରେ ଡେଇଁବା ପରେ, ରାଜନୈତିକ ମହଲରେ ଚର୍ଚ୍ଚା ଥମିନି, ବରଂ ଏକ ନୂଆ ବାତ୍ୟାର ରୂପ ନେଇଛି । ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ… ଦେବାଶିଷ ତ ଗଲେ, ହେଲେ ତାଙ୍କ ପଛେ ପଛେ ଆଉ କିଏ ? ଶଙ୍ଖ ଶିବିରର କେଉଁ କେଉଁ ଟାଣୁଆ ନେତା ଏବେ ଦେବାଶିଷଙ୍କ ସିକ୍ରେଟ୍ ଲିଙ୍କ୍‌ରେ ଅଛନ୍ତି ?

କାହାଣୀରେ ସବୁଠୁ ବଡ଼ ଟ୍ୱିଷ୍ଟ୍ ଆସିଛି ଦିଲ୍ଲୀରୁ ଦେବାଶିଷ ଫେରିବା ପରେ । ଦେବାଶିଷ ଦଳ ଛାଡିଲେ ସତ, ହେଲେ ବିଜେଡିର କୋର୍ ଭୋଟ୍ ବ୍ୟାଙ୍କ କୁହାଯାଉଥିବା ସଂଖ୍ୟାଲଘୁ ସମର୍ଥକ ଏବେ ବି ଦେବାଶିଷଙ୍କ ପାଖେ ପାଖେ ଛିଡ଼ା ହୋଇଛନ୍ତି। ଖାଲି ସେତିକି ନୁହେଁ, ଦୁଇଦିନ ତଳେ ଯେଉଁ ଲିଗାଲ୍ ସେଲ୍ ଆଡଭୋକେଟ୍‌ମାନେ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ, ସେମାନେ ମଧ୍ୟ ଦେବାଶିଷଙ୍କ ବାସଭବନରେ ନଜର ଆସିଛନ୍ତି । ପୂର୍ବରୁ ଯେଉଁ ଯୁବନେତାମାନେ ଦେବାଶିଷଙ୍କ ଘରେ ମେଳି କରୁଥିଲେ, ସେମାନଙ୍କ ଗତିବିଧି ଏବେ ସନ୍ଦେହ ଘେରରେ। ଦେବାଶିଷ ମଧ୍ୟ ଏହି ପ୍ରଶ୍ନକୁ ବେଶ୍ ଚତୁରତାର ସହ ଏଡ଼ାଇ ଯାଇ, ସସପେନ୍ସକୁ ଆହୁରି ବଢ଼ାଇ ଦେଇଛନ୍ତି ।

ସେପଟେ କଟକ ପୌର ରାଜନୀତିରେ ଆରମ୍ଭ ହୋଇଯାଇଛି ଶୀତଳ ଯୁଦ୍ଧ ! ଦେବାଶିଷ ଖୋଲାଖୋଲି ଦାବି କରୁଛନ୍ତି, କଟକର ୨୨ ଜଣ କର୍ପୋରେଟର ତାଙ୍କ ପକେଟରେ । ହେଲେ ଏହି ଦାବିକୁ ସିଧାସଳଖ ଖଣ୍ଡନ କରି କାଉଣ୍ଟର ଆଟାକ୍ କରିଛନ୍ତି ମେୟର ତଥା ବିଜେଡି ନେତା ସୁବାସ ସିଂ । ସୁବାସଙ୍କ ରୋକ୍‌ଠୋକ୍ କଥା- ଦେବାଶିଷଙ୍କ ଅସଲ ଚେହେରା କଟକବାସୀ ଜାଣିଗଲେଣି, ଜଣେ ବି କର୍ପୋରେଟର ବିଜେଡି ଛାଡ଼ିବେନି ।

କିନ୍ତୁ, ବିଜେପି ଏମିତି ହିଁ ଦେବାଶିଷଙ୍କୁ ଦଳକୁ ଆଣିନାହିଁ । ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଉପକୂଳ ଓଡ଼ିଶାରେ, ଖାସ୍ କରି କଟକରେ ବିଜେପି ନିଜର ମୂଳଦୁଆ ଦୃଢ଼ କରିବାକୁ ବଡ଼ ପ୍ଲାନ୍ ପ୍ରସ୍ତୁତ କରିଛି । ଆଉ ଏଥିପାଇଁ ବିଜେଡିକୁ ଦୁର୍ବଳ କରିବାର ଦାୟିତ୍ୱ ମିଳିଛି ଦେବାଶିଷଙ୍କୁ । ତେଣୁ ବିଜେଡିରେ ଥିବା ନିଜର ପୁରୁଣା ଅନୁଗତ ଏବଂ ଅସନ୍ତୁଷ୍ଟ ଯୁବନେତାଙ୍କୁ ଦେବାଶିଷ କେତେ ପ୍ରଭାବିତ କରିପାରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ।

ଦେଖିବାର କଥା, ଦେବାଶିଷଙ୍କ ଏହି ନୂଆ ଗୋଟି ଚାଳନା କଟକ ରାଜନୀତିରେ କେଉଁ ନୂଆ ସମୀକରଣ ତିଆରି କରୁଛି ? ବିଜେଡି ନିଜ ଗଡ଼ ବଞ୍ଚାଇବାରେ ସଫଳ ହେବ ନା ଦେବାଶିଷଙ୍କ ମାଷ୍ଟରଷ୍ଟ୍ରୋକ୍ ବିଜେପିକୁ ଦେବ ବଡ଼ ଫାଇଦା ?