ମଦ ଦୋକାନ ‘ମାଲିକାଣୀ’ ହେବେ ମହିଳା! ନୟାଗଡ଼ରୁ ଆସିଲା ଆଶ୍ଚର୍ଯ୍ୟକର ଖବର

ବିଦେଶୀ ମଦ ଦୋକାନ ଲାଇସେନ୍ସର ଲଟେରୀ

ଧାଇଁ ଆସିଲେ ମହିଳା..

ମଦ ଦୋକାନୀର ମାଲିକାଣି ହେବେ ମହିଳା!

୪୯ଟି ମଦ ଦୋକାନ ପାଇଁ ଆବେଦନ କରିଛନ୍ତି ୩,୦୦୦ ଲୋକ!

ସାଧାରଣତଃ ମଦ ଦୋକାନ ଆଗରେ ମହିଳାମାନେ କ’ଣ କରନ୍ତି? ଆନ୍ଦୋଳନ, ନାରାବାଜି, ଧାରଣା… ଆଉ ମଦ ଦୋକାନ ବନ୍ଦ କରିବାକୁ ଦାବି। କାରଣ ନିଶା ଯୋଗୁଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୁଅନ୍ତି ଏହି ମହିଳା। ହେଲେ ଆଜି ସେଇ ମଦ ଦୋକାନ ପାଇଁ ମହିଳାଙ୍କ ଭିତରେ ଦେଖିବାକୁ ମିଳୁଛି ଟଣା ଓଟରା | ଘଟଣାଟି ହେଉଛି ନୟାଗଡ଼ ଜିଲ୍ଲାର। ଏଠାରେ ମହିଳାମାନେ ମଦ ଦୋକାନ ବନ୍ଦ କରିବାକୁ ନୁହେଁ… ବରଂ ମଦ ଦୋକାନର ‘ମାଲିକାଣୀ’ ହେବା ପାଇଁ ଆଗେଇ ଆସିଛନ୍ତି! ନୟାଗଡ଼ରେ ମଦ ଦୋକାନ ଟେଣ୍ଡର ପାଇଁ ଯେଉଁ ଆବେଦନ ହୋଇଛି, ସେଥିରୁ ପ୍ରାୟ ୪୫ ପ୍ରତିଶତ କେବଳ ମହିଳା!

ତଥ୍ୟ ଅନୁଯାୟୀ, ଜିଲ୍ଲାର ୨୪ଟି ବିଦେଶୀ ମଦ ଦୋକାନ ପାଇଁ ମୋଟ ୩୧୭ ଜଣ ଆବେଦନ କରିଛନ୍ତି। ଆଉ ସବୁଠୁ ବଡ଼ ସସପେନ୍ସ ହେଉଛି, ଏହି ୩୧୭ ଜଣଙ୍କ ମଧ୍ୟରୁ ୧୪୦ ଜଣ ହେଉଛନ୍ତି ମହିଳା! ଅବକାରୀ ନିୟମ ଅନୁସାରେ, ଗୋଟିଏ ଦୋକାନ ପାଇଁ ଟେଣ୍ଡର ପକାଇବାକୁ ୧ ଲକ୍ଷ ଟଙ୍କା ଜମା କରିବାକୁ ପଡିବ। ଯଦି ଲଟେରୀରେ ନାଁ ନ ଆସେ, ତେବେ ଏହି ଲକ୍ଷେ ଟଙ୍କା ପାଣିରେ ପଡ଼ିବ, ଫେରସ୍ତ ମିଳିବ ନାହିଁ। ତଥାପି ରିସ୍କ ନେବାକୁ ପଛାଇ ନାହାନ୍ତି ଏହି ନାରୀଶକ୍ତି। ଖଣ୍ଡପଡ଼ା ହେଉ କି ଦଶପଲ୍ଲା, ରଣପୁର ହେଉ କି ନୟାଗଡ଼… ସବୁଠି ଲଟେରୀ ବାକ୍ସରେ ମହିଳାଙ୍କ ନାଁ।

ଏବେ ପ୍ରଶ୍ନ ଉଠୁଛି, ଯେଉଁ ମହିଳାମାନେ ମଦକୁ ବିରୋଧ କରୁଥିଲେ, ସେମାନେ ହଠାତ୍ ମଦ ବ୍ୟବସାୟ ପ୍ରତି ଏତେ ଆଗ୍ରହୀ ହେଲେ କିପରି? ଏହା ପଛରେ କୌଣସି ବଡ଼ ବ୍ୟବସାୟୀଙ୍କ ହାତ ନାହିଁ ତ? ଆସନ୍ତା ୨୯ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଖୋଲିବ ଏହି ହାଇଭୋଲଟେଜ୍ ଟେଣ୍ଡର ବାକ୍ସ। ଏବେ ଦେଖିବା ବାକି ରହିଲା, ଲଟେରୀରେ କେଉଁ ମହିଳାଙ୍କ ଭାଗ୍ୟ ଖୋଲୁଛି ଆଉ କିଏ ସାଜୁଛନ୍ତି ମଦ ଦୋକାନର ମାଲିକାଣୀ।

Leave a Reply

Your email address will not be published. Required fields are marked *