ପୁଣି ବଢିବ ଖରା ଛୁଟି ! ସରକାରଙ୍କ ବଡ ନିଷ୍ପତ୍ତି

ପୁଣି ବଢିବ ଖରା ଛୁଟି !

ଜୁନ୍ ୨୨ରେ ଖୋଲିବନି ସ୍କୁଲ!

ସ୍କୁଲ ଖୋଲିବା ନେଇ ଆସିଲା ବଡ଼ ଅପଡେଟ!

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ… ସରକାରଙ୍କ ନୂଆ ନିଷ୍ପତ୍ତି!

ରାଜ୍ୟରେ ଏବେବି ଜଳୁଛି ଖରା। ଆକାଶରୁ ଯେମିତି ଖସୁଛି ନିଆଁ ବର୍ଷା। ଆଉ ଏହାରି ଭିତରେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମନରେ ଘୁରି ବୁଲୁଛି ଗୋଟିଏ ବଡ଼ ପ୍ରଶ୍ନ… ଜୁନ୍ ୨୨ରେ ସ୍କୁଲ ଖୋଲିବ ତ? ନା… ପୁଣି ବଢ଼ିବ ଖରାଛୁଟିର ଅବଧି?

ରାଜ୍ୟରେ ତାପମାତ୍ରା କମିବାର ନାଁ ନେଉନଥିବା ବେଳେ ସ୍କୁଲ ଛୁଟିକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ରାଜ୍ୟରେ ଖରାର ସ୍ଥିତିକୁ ଦେଖି ଛୁଟି ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଅର୍ଥାତ୍, ଯଦି ଖରାର ପ୍ରକୋପ ନ କମେ, ତେବେ ଛୁଟି ବଢିବା ଏକପ୍ରକାର ନିଶ୍ଚିତ।

ତେବେ ସୂଚନୁଯାୟୀ, ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨୭ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଥିଲା। ପିଲାମାନଙ୍କ ସୁରକ୍ଷା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ତୁରନ୍ତ ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଏହି ଛୁଟି ଜୁନ୍ ୨୨ ପର୍ଯ୍ୟନ୍ତ ରହିଛି। କିନ୍ତୁ ବର୍ତ୍ତମାନର ପାଣିପାଗ ସ୍ଥିତି ଯାହା, ତାହା ବେଶ୍ ଚିନ୍ତାଜନକ।

ତେବେ ସରକାର କଣ ନେବେ ଚୂଡ଼ାନ୍ତ ନିଷ୍ପତ୍ତି? କେବେ ଆସିବ ନୂଆ ଗାଇଡଲାଇନ୍? ଏହି ସବୁ ଖବର ଉପରେ ଆମର ତୀକ୍ଷ୍ଣ ନଜର ରହିଛି। ସବୁଠୁ ଆଗରେ ସଠିକ୍ ଖବର ପାଇବା ପାଇଁ ଭିଡିଓକୁ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *