କକରୋଚ୍ VS ଖରଗୋସ: ଛାତ୍ରଙ୍କ ସହ ଏଲଭିସ୍ ଙ୍କ ଖୋଲା ପଙ୍ଗା କାହିଁକି? 

ସୋସିଆଲ ମିଡ଼ିଆ ରାଜନୀତିରେ ନୂଆ ଦଳର ଏଣ୍ଟ୍ରି 

‘କକରୋଚ୍ ଜନତା ପାର୍ଟି’ କୁ ଟକ୍କର ଦେବାକୁ ଆସିଲା ‘ଖରଗୋସ ଜନତା ପାର୍ଟି’

ଛାତ୍ରଙ୍କ ସମସ୍ୟା ନା ସୋସିଆଲ୍ ମିଡିଆ ମିମ୍ ୱାର୍?

କାହିଁକି ବଢୁଛି KJP vs CJP ବିବାଦ?

ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଯୁଦ୍ଧ ଚାଲିଛି, ଯାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହା କୌଣସି ଅସଲି ରାଜନୀତି ମଇଦାନର ଲଢ଼େଇ ନୁହେଁ, ବରଂ ଇଣ୍ଟରନେଟ୍ ଦୁନିଆରେ ଦେଖିବାକୁ ମିଳିଛି ଏକ ମହାସଂଗ୍ରାମ! ଗୋଟିଏ ପଟେ ଅଛି ‘କକରୋଚ୍’ ଆଉ ଅନ୍ୟ ପଟେ ଏଣ୍ଟ୍ରି ମାରିଛି ‘ଖରଗୋସ’। ଆପଣ ଭାବୁଥିବେ ଏଇଟା ପୁଣି କି ପ୍ରକାର ରାଜନୀତି? ଆସନ୍ତୁ ଉଠାଇବା ଏହି ସସପେନ୍ସ ଉପରୁ ପରଦା!

ଚର୍ଚ୍ଚାରେ ଅଛନ୍ତି ଲୋକପ୍ରିୟ ୟୁଟ୍ୟୁବର୍ ତଥା ବିଗ୍ ବସ୍ OTT ବିଜେତା ଏଲଭିସ୍ ଯାଦବ। ସବୁବେଳେ ନିଜର ସ୍ୱାଗ୍ ପାଇଁ ଜଣାଶୁଣା ଏଲଭିସ୍ ଏବେ ଲଞ୍ଚ କରିଛନ୍ତି ଏକ ନୂଆ ପାର୍ଟି। ନାଁ ରଖିଛନ୍ତି- ‘ଖରଗୋସ ଜନତା ପାର୍ଟି’ ବା KJP। କିନ୍ତୁ କାହିଁକି? କାହାକୁ ଟାର୍ଗେଟ୍ କରି ଏଲଭିସ୍ ଗଠନ କଲେ ଏହି ଦଳ?

ଏହା ପଛର କାହାଣୀ ବହୁତ ରୋଚକ। କିଛି ଦିନ ହେବ ସୋସିଆଲ ମିଡିଆରେ ‘କକରୋଚ୍ ଜନତା ପାର୍ଟି’ ବା CJP ନାମକ ଏକ ଅଭିଯାନ ଖୁବ୍ ଭାଇରାଲ ହେଉଥିଲା। ଆରମ୍ଭରୁ ଏହା ଏକ ମିମ୍ ପେଜ୍ ଥିଲା, କିନ୍ତୁ କାହାଣୀରେ ଟ୍ୱିଷ୍ଟ ସେତେବେଳେ ଆସିଲା ଯେତେବେଳେ ଯୁବବର୍ଗ ଏବଂ ଛାତ୍ରଛାତ୍ରୀମାନେ ଏହାକୁ ନିଜର ଅସ୍ତ୍ର ବନାଇଦେଲେ। ପରୀକ୍ଷା ପେପର ଲିକ୍, ବେକାରୀ ଏବଂ ଶିକ୍ଷା ବ୍ୟବସ୍ଥା ବିରୋଧରେ ସ୍ୱର ଉତ୍ତୋଳନ କରିବାର ଏକ ମାଧ୍ୟମ ପାଲଟିଗଲା CJP।

କିନ୍ତୁ ଠିକ୍ ଏହି ସମୟରେ ଖେଳରେ ପଶିଲେ ଏଲଭିସ୍ ଯାଦବ। CJP କୁ ଖୋଲା ଟକ୍କର ଦେବା ପାଇଁ ସେ KJP ର ଘୋଷଣା କଲେ। ନିଜ ସୋସିଆଲ ମିଡିଆରେ CJP କୁ କଟାକ୍ଷ କରି ଲେଖିଲେ ଯେ, “କକରୋଚ୍ ପାର୍ଟିର କ୍ୟାବିନେଟ୍ ମିଟିଂ ଫ୍ରିଜ୍ ପଛପଟେ ହୁଏ”। ଏତିକି ନୁହେଁ, ନିଜକୁ KJP ର ସଂସ୍ଥାପକ ଦର୍ଶାଇ, ପୋଷ୍ଟର ରିଲିଜ୍ କଲେ ଏବଂ ଲୋକଙ୍କୁ ‘ଫ୍ରି ଗାଜର’ ଦେବାର ପ୍ରତିଶ୍ରୁତି ମଧ୍ୟ ଦେଇଦେଲେ।

କିନ୍ତୁ… ଏହି ଥଟ୍ଟାମଜା ଏବେ ଏକ ବଡ଼ ବିବାଦର ରୂପ ନେଇଛି। ସୋସିଆଲ୍ ମିଡିଆ ଦୁଇ ଭାଗରେ ବିଭକ୍ତ। ଏଲଭିସ୍ ଙ୍କ ଫ୍ୟାନ୍ସ ଏହାକୁ ଖୁବ୍ ଏଞ୍ଜୟ କରୁଥିବା ବେଳେ, ଅନ୍ୟପଟେ ଛାତ୍ର ସମାଜ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଅନେକ ୟୁଜର୍ସ ପ୍ରଶ୍ନ ଉଠାଇଛନ୍ତି, ଯେତେବେଳେ ଦେଶର ଯୁବପିଢ଼ି ନିଯୁକ୍ତି ଓ ପେପର ଲିକ୍ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଲଢେଇ କରୁଛନ୍ତି, ସେତେବେଳେ ଜଣେ ପ୍ରଭାବଶାଳୀ ୟୁଟ୍ୟୁବର୍ ଏଭଳି ପ୍ରସଙ୍ଗକୁ ପରିହାସ କରିବା କେତେ ଦୂର ଠିକ୍?

ବିବାଦ ବଢ଼ୁଥିବା ଦେଖି ଶେଷରେ ଏଲଭିସ୍ ଏକ ଭିଡିଓ ଜାରି କରି ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ଏହା କେବଳ ଏକ ମଜାକ୍ ଥିଲା ଏବଂ ସେ କୌଣସି ଛାତ୍ର ଆନ୍ଦୋଳନର ବିରୋଧୀ ନୁହଁନ୍ତି। ଗଣତାନ୍ତ୍ରିକ ଉପାୟରେ ସେ କେବଳ ନିଜର କଥା ରଖୁଛନ୍ତି।

ତେବେ, ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ହେଉଛି- ଏଲଭିସ୍ ଙ୍କ ଏହି ପଦକ୍ଷେପ କେବଳ ଇଣ୍ଟରନେଟ୍ ର ଏକ ମିମ୍ ନା ପ୍ରକୃତରେ ଛାତ୍ରମାନଙ୍କ ସମସ୍ୟା ପ୍ରତି ଅପମାନ? ଆପଣ କାହା ସପୋର୍ଟରେ ଅଛନ୍ତି? କକରୋଚ୍ ନା ଖରଗୋସ? କମେଣ୍ଟ ବକ୍ସରେ ନିଜର ମତାମତ ନିଶ୍ଚୟ ଜଣାନ୍ତୁ!

Leave a Reply

Your email address will not be published. Required fields are marked *