ନୂଆ ମୋଡ ନେଲା ଚାମେଲୀ ଓଝାଙ୍କ ଘଟଣା
ଚାମେଲୀ ଓଝାଙ୍କୁ କୋର୍ଟ ଚାଲାଣ କଲା ପୋଲିସ
ମେଡିକାଲରୁ ବାହାରୁ ବାହାରୁ ଉଠାଇନେଲା ପୋଲିସ !
ବିଡିଓଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଚାମେଲୀଙ୍କୁ କୋର୍ଟ ଚାଲାଣ
କିଏ କହୁଛି ସତ ? ବିଡିଓ ନା ସରପଞ୍ଚ ?
କିଏ କହୁଛି ସତ, ଆଉ କିଏ କହୁଛି ମିଛ ? ଗୋଟିଏ ପଟେ ବ୍ଲକର ସର୍ବୋଚ୍ଚ ଅଧିକାରୀ ବିଡିଓ, ଆଉ ଅନ୍ୟ ପଟେ ପଞ୍ଚାୟତର ମୁଖିଆ ତଥା ଜଣେ ମହିଳା ସରପଞ୍ଚ । ଆଉ ମଝିରେ… ପୋଲିସ, ଥାନା, ମାଡ଼ଗୋଳ, ଆଉ ହାଇଭୋଲଟେଜ୍ ପଲିଟିକାଲ ଡ୍ରାମା!କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ରାଜନୀତି ଏବେ ପୂରା ସରଗରମ । କାରଣ ହେଉଛନ୍ତି ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ଘଟଣାଟି ଏମିତି ଯେ, ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ପ୍ରଶାସନର କହିବା କଥା- ସରପଞ୍ଚ ଆଉ ତାଙ୍କ ଭାଇ ସୂର୍ଯ୍ୟକାନ୍ତ ପଞ୍ଚାୟତ ସମିତି ଅଫିସରେ ଅଶାନ୍ତି ସୃଷ୍ଟି କଲେ। କିନ୍ତୁ କାହାଣୀ ଏତିକିରେ ସରିନି… ପୋଲିସ ଆସିଲା, ଆଉ ପୋଲିସ ଭ୍ୟାନରେ ଯିବା ବେଳେ ମହିଳା ଏସଆଇ ତପସ୍ୱିନୀ ବିଶ୍ୱାଳଙ୍କ ହାତକୁ ସରପଞ୍ଚ କାମୁଡ଼ି ଦେଲେ! ଏପରିକି ଅନ୍ୟ ମହିଳା କର୍ମଚାରୀଙ୍କୁ ମାଡ଼ ମାରି ଖସିଯିବାକୁ ଚେଷ୍ଟା କଲେ ବୋଲି ପୋଲିସ ଥାନାରେ ଏଫଆଇଆର୍ (FIR) ରୁଜୁ ହୋଇଛି। ଆଉ ଏହାପରେ ସରପଞ୍ଚଙ୍କ ଭାଇଙ୍କୁ ରାତିଅଧିଆ କୋର୍ଟ ଚାଲାଣ ବି କରିଦିଆଗଲା । ଆଉ ଏବେ ସରପଞ୍ଚ ଚାମେଲୀ ଓଝାଙ୍କୁ ମଧ୍ୟ କୋର୍ଟ ଚାଲାଣ କରିଛି ମହାକାଳପଡ଼ା ପୋଲିସ | ମେଡିକାଲରୁ ବାହାରୁ ବାହାରୁ ମେଡିକାଲରୁ ବାହାରୁ ବାହାରୁ ଉଠାଇନେଲା ପୋଲିସ ଉଠାଇନେଲା ପୋଲିସ !ତେବେ ହସ୍ପିଟାଲ ବେଡରେ ଚିକିତ୍ସାଧୀନ ଥିବା ସରପଞ୍ଚ ଚାମେଲି ବଖାଣି ଥିଲେ ପୂରା କାହାଣୀ। ତାଙ୍କ ଅଭିଯୋଗ, ସେ ବିଡିଓଙ୍କ ସହ କଥା ହେଉଥିବା ବେଳେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ଭାଇ ଫେସବୁକ ଲାଇଭ୍ କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ଆକ୍ରମଣ ହେଲା। ମହିଳା ପୋଲିସ ତାଙ୍କୁ ଓଲଟା ମାଡ଼ ମାରିଥିବା ଏବଂ ଆଇଆଇସି ଅସଦବ୍ୟବହାର କରିଥିବା ସେ ସିଧାସଳଖ ଅଭିଯୋଗ ଆଣିଥିଲେ।ଏବେ ଏହି ଲଢେଇ ପହଞ୍ଚିଛି ସିଧା ରାଜଧାନୀରେ ! ହସ୍ପିଟାଲରୁ ସିଧା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ନ୍ୟାୟ ମାଗିଛନ୍ତି ଚାମେଲି । ସେପଟେ ସରପଞ୍ଚ ସଂଘ ଠାରୁ ଆରମ୍ଭ କରି ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ବିଜେପି ନେତା ଏହାକୁ ତୀବ୍ର ନିନ୍ଦା କରିବା ସହ ତଦନ୍ତ ଦାବି କରିଛନ୍ତି।ପ୍ରଶ୍ନ ଉଠୁଛି… ଗୋଟିଏ ସରକାରୀ ଅଫିସ ଭିତରେ ପ୍ରକୃତରେ ଘଟିଥିଲା କ’ଣ? ସରପଞ୍ଚଙ୍କୁ ଫସାଇ ଦିଆଯାଉଛି ନା ପ୍ରଶାସନ ଉପରେ ଆକ୍ରମଣ ହୋଇଛି ? ସତ କିଏ, ମିଛ କିଏ ? ଏହି ରହସ୍ୟ ଉପରୁ ପରଦା କେବେ ହଟିବ ?
