ରାତିାରାତି କୋଟିପତି ହୋଇଗଲେ ବିଧାୟକ !
ବଢିଗଲା ୪ ରୁ ୫ ଗୁଣା ସମ୍ପତ୍ତି !
ଶୋ’ରୁମ୍, ଟିଭି ଚ୍ୟାନେଲ୍ ଆଉ ବେନାମୀ ପ୍ଲଟ୍… ଖୋଲିବ କି ଗୁମର?
ଟାର୍ଗେଟରେ ଭଣ୍ଡାରିପୋଖରୀ ବିଧାୟକ !
ED, EOW କୁ ୪ ଥର ଚିଠି… ତଥାପି ଚୁପ୍ କାହିଁକି ତଦନ୍ତକାରୀ ସଂସ୍ଥା?
ନାଲିଫିତା ତଳେ ଫାଇଲ୍… କାହା ଛତ୍ରଛାୟାରେ ସଞ୍ଜୀବ ମଲ୍ଲିକ?
ଗୋଟିଏ କି ଦୁଇଟି ନୁହେଁ… କୋଟି କୋଟି ଟଙ୍କାର ସମ୍ପତ୍ତି! ଦାମୀ ଶୋ’ରୁମ୍, ସାଟେଲାଇଟ୍ ଟିଭି ଚ୍ୟାନେଲରେ ଅଂଶୀଦାର, ଆଉ ସମ୍ପର୍କୀୟଙ୍କ ନାଁରେ ବିପୁଳ ବେନାମୀ ପ୍ଲଟ୍। ଏତେ ଟଙ୍କା ଆସିଲା କେଉଁଠୁ? ଜଣେ ଲୋକପ୍ରତିନିଧି ହଠାତ୍ କେମିତି ପାଲଟିଗଲେ କୁବେର?ଆଜି ଆମେ ଖୋଲିବାକୁ ଯାଉଛୁ ଏମିତି ଏକ ସାଂଘାତିକ ଅଭିଯୋଗର ଫର୍ଦ୍ଦ। କାଠଗଡ଼ାରେ ଅଛନ୍ତି ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ। ଉଚ୍ଚନ୍ୟାୟାଳୟ ଆଇନଜୀବୀ ଶ୍ରୀରାମସ୍ୱରୂପ ମହାପାତ୍ର ଆଣିଛନ୍ତି ଏହି ସଙ୍ଗୀନ ଆର୍ଥିକ ଅନିୟମିତତାର ଅଭିଯୋଗ।କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବା EOW ଏବଂ ଆୟକର ବିଭାଗକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ଭଦ୍ରକ ଏସ୍ପିଙ୍କୁ ମଧ୍ୟ ତଦନ୍ତ ଭାର ମିଳିଥିଲା। ବଡ଼ ବଡ଼ିଆଙ୍କ ଚାପରେ ନାଲିଫିତା ତଳେ ଚାପି ହୋଇଯାଇଛି କି ତଦନ୍ତ ଫାଇଲ୍? ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନର ନୀରବତା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ସବୁଠୁ ବଡ଼ କଥା ହେଲା, ନିଜେ ବିଧାୟକ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲିବାକୁ ସମ୍ପୂର୍ଣ୍ଣ ମନା କରିଦେଇଛନ୍ତି!ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଯଦି କାର୍ଯ୍ୟାନୁଷ୍ଠାନ ନହୁଏ, ତେବେ ରାଜଭବନ ସାମ୍ନାରେ ଆମରଣ ଅନଶନର ଚେତାବନୀ ଦେଇଛନ୍ତି ଅଭିଯୋଗକାରୀ। ଏବେ ଦେଖିବାକୁ ବାକି ରହିଲା, ତଦନ୍ତର ଫାଇଲ୍ ଖୋଲୁଛି ନା କ୍ଷମତାର ଅନ୍ଧାରରେ ସବୁଦିନ ପାଇଁ ଲୁଚିଯାଉଛି ସତ୍ୟ? ଏହି ଘଟଣା ଉପରେ ଆପଣଙ୍କ ମତ କ’ଣ, କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।
