ଗାଁ ଲୋକଙ୍କୁ ବଡ଼ ଝଟକା! ପଞ୍ଚାୟତରେ ଦେବାକୁ ପଡ଼ିବ ବାର୍ଷିକ ୧୨୦୦ ଟଙ୍କା ଟିକସ 

ଗାଁରେ ଘର ଅଛି କି ?

ତେବେ ସାବଧାନ ଆପଣଙ୍କୁ ବି ଦେବାକୁ ପଡିବ ଟାକ୍ସ !

ପଞ୍ଚାୟତରେ ନୂଆ ନିୟମ: ପ୍ରତି ପରିବାର ଉପରେ ପଡ଼ିବ ବାର୍ଷିକ ୧୨୦୦ ଟଙ୍କାର ବୋଝ

ସହର ପରି ଏବେ ଗାଁରେ ଲାଗିବ ଟ୍ୟାକ୍ସ !

ବିକାଶ ନାଁରେ ବୋଝ! କିଏ ଦେବେ ଟ୍ୟାକ୍ସ, କାହାକୁ ମିଳିବ ରିହାତି?

ଯଦି ଆପଣ ଗାଁରେ ରହୁଛନ୍ତି ଏବଂ ଭାବୁଛନ୍ତି ଯେ ଟିକସ ବା ଟ୍ୟାକ୍ସ ଦେବା କେବଳ ସହରୀ ବାବୁମାନଙ୍କ କାମ, ତେବେ ଏହି ଖବର ଆପଣଙ୍କ ନିଦ ହଜାଇ ଦେଇପାରେ! ଆସୁଛି ଏମିତି ଏକ ନୂଆ ନିୟମ, ଯାହା ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଇବ।

କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପଞ୍ଚାୟତର ବିକାଶ ପାଇଁ ୧୬ଶ ଅର୍ଥ କମିଶନ ଏକ ବଡ଼ ସୁପାରିସ କରିଛନ୍ତି। ଏବେ ଗାଁର ଉନ୍ନତି ପାଇଁ ଗ୍ରାମବାସୀଙ୍କୁ ବାର୍ଷିକ ପ୍ରାୟ ୧୨୦୦ ଟଙ୍କାର ଟିକସ ଦେବାକୁ ପଡ଼ିପାରେ। ଆପଣଙ୍କ ଘର, ସମ୍ପତ୍ତି ଏବଂ ଜୀବିକାକୁ ଆଧାର କରି ପଞ୍ଚାୟତ ନିଜସ୍ୱ ରାଜସ୍ୱ ଆଦାୟ କରିବ।

ସରକାରଙ୍କ ଲକ୍ଷ୍ୟ- ଏହି ଟଙ୍କାରେ ଗାଁର ରାସ୍ତା, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାର ବିକାଶ କରାଯିବ। କେବଳ ସେତିକି ନୁହେଁ, କମିଶନଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ଯେ, ଯେଉଁ ପଞ୍ଚାୟତ ଯେତେ ଅଧିକ ଟିକସ ଆଦାୟ କରିବ, କେନ୍ଦ୍ରରୁ ତାକୁ ସେତେ ଅଧିକ ‘ପରଫରମାନ୍ସ ଗ୍ରାଣ୍ଟ’ ବା ବୋନସ୍ ପାଣ୍ଠି ମିଳିବ।

କିନ୍ତୁ ପ୍ରଶ୍ନ ଉଠୁଛି… ଯେଉଁଠି ଆଜି ବି ଗାଁରେ ମୌଳିକ ସୁବିଧାର ଅଭାବ ରହିଛି, ଅନେକ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି, ସେଠାରେ ୧୨୦୦ ଟଙ୍କାର ଏହି ଟିକସ ବୋଝ ସାଧାରଣ ଲୋକ ସହିବେ କେମିତି? ବିକାଶ ନାଁରେ ଏହା ଗରିବଙ୍କ ଉପରେ ଆଉ ଏକ ପ୍ରହାର ନୁହେଁ ତ?

ଏହି ନିଷ୍ପତ୍ତିକୁ ନେଇ ଆପଣଙ୍କ ମତ କଣ? ଗାଁରେ ଟ୍ୟାକ୍ସ ଆଦାୟ କରିବା କେତେ ଦୂର ଠିକ୍? କମେଣ୍ଟ ବକ୍ସରେ ନିଜର ମତାମତ ନିଶ୍ଚୟ ଜଣାନ୍ତୁ

Leave a Reply

Your email address will not be published. Required fields are marked *